ଧର୍ମ ରାଜ୍ୟ

ଶୀତଳଷଷ୍ଠୀ ଯାତ୍ରା: ସରିଲା ପତରପେଣ୍ଡି, ବୁଧବାର ହେବ ଦେବ ନିୟନ୍ତ୍ରଣ

ସମ୍ୱଲପୁର ୦୧/୦୬: ସମ୍ବଲପୁର ନନ୍ଦପଡ଼ାର ବମବରାଡ଼ ବାଲୁଙ୍କେଶ୍ୱର ବାବାଙ୍କ ପତରପେଣ୍ଡୀ ବା ନିର୍ବନ୍ଧ ଉତ୍ସବ ମଙ୍ଗଳବାର ରାତିରେ ସମ୍ପନ୍ନ ହୋଇଯାଇଛି । ସଂଧ୍ୟା ପ୍ରାୟ ୮ଟା ସମୟରେ ଦେବ ବେଦ ମହାଦେବଙ୍କ ମନ୍ଦିରରେ ରିତି ନିତୀ ଅନୁଯାୟୀ ପୁଜାର୍ଚ୍ଚନା ହୋଇଥିଲା । ଏହା ପରେ ବରପିତା ଓ ସପ୍ତଋଷୀ ବାହାରିଥିଲେ ମହାଦେବଙ୍କ ପାଇଁକନ୍ୟା ଅନ୍ୱେଷଣରେ ।

ଏକ ଭବ୍ୟ ପଟୁଆରରେ ଘଂଟ, ଶଙ୍ଖ, ଦୁଲୁଦୁଲି, ଧମାଲ ବାଦ୍ୟର ତାଳେ ତାଳେ ବାହାରିଥିଲା ମହାଦେବଙ୍କ ପଟୁଆର । ଏହା ପରେ କନ୍ୟା ଖୋଜି ଖୋଜିବରପକ୍ଷ ପହଂଚିଥିଲେ ସମ୍ବଲପୁର ଗୋଲବଜାର ସ୍ଥିତ ଗିରିଷ ପଟେଲ ଓ ହଂସାବେନ୍ ପଟେଲଙ୍କ ଘରେ । ସେଠାରେ ପହଂଚିବା ପରେ ବରପକ୍ଷଙ୍କୁ କନ୍ୟା ଘର ତରଫରୁ ସ୍ୱାଗତ କରାଯାଇଥିଲା ।

ଏଠାରେ ବରପକ୍ଷ କନ୍ୟାପକ୍ଷଙ୍କୁ ମହାଦେବଙ୍କ ପାଇଁ ଏକ ସୁଯୋଗ୍ୟ କନ୍ୟା ଥିବାର ସୂଚନା ପାଇ ଆସିଥିବାର ବରପିତା କହିଥିଲେ । ଏହା ପରେ କନ୍ୟାପକ୍ଷ ସାମ୍ନାରେ ବରର ଗୁଣଗାନ କରିଥିଲେ ସାଙ୍ଗରେ ଆସିଥିବା ସପ୍ତଋଷି । ସମ୍ପୂର୍ଣ୍ଣ ଲୋକାଚାରରେ ୨ବର୍ଷ ପରେ ଆଡମ୍ବର ପୂର୍ଣ୍‌ଭାବେ ଏହାର ଆୟୋଜନ ଆରମ୍ଭ ହୋଇଛି ।

କନ୍ୟାପକ୍ଷ ରାଜି ହେଲା ପରେ ସପ୍ତଋଷୀଙ୍କ ଉପସ୍ଥିତିରେ ଦେବୀ ପାର୍ବଚୀଙ୍କୁ ବେଲ ପତ୍ର, ଫୁଲ ଏବଂ ଗୋଟିଏ ବିଡ଼ା ସରଗି ପତ୍ର ଦେଇ ବୋହୁ ହିସାବରେ ବାଛିଛନ୍ତି ବରପିତା । ଏହା ସହ ପତରପେଣ୍ଡି ବା ନିର୍ବନ୍ଧ ସମ୍ପନ୍ନ ହୋଇଛି । ଆସନ୍ତାକାଲି ବୁଧବାର ଦେବନିମନ୍ତ୍ରଣ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ