ରାଜ୍ୟ ସ୍ପେଶାଲ ରିପୋର୍ଟ

ଶୀତଳଷଷ୍ଠୀ ଯାତ୍ରା ଦେଖି ଫେରୁଥିବାବେଳେ ଯୁବକଙ୍କୁ ହତ୍ୟା, ଛୁରାମାଡରେ ଜଣେ ଗୁରୁତର

ବଲାଙ୍ଗୀର: ମଙ୍ଗଳବାର ବିଳମ୍ବିତ ରାତିରେ ଶୀତଳଷଷ୍ଠୀ ଯାତ୍ରା ଦେଖି ଫେରୁଥିବାବେଳେ ବଲାଙ୍ଗୀର ଟାଉନ ଥାନା ନିକଟ ନୃସିଂହ ମନ୍ଦିର ନିକଟରେ ଛୁରି ଭୁସି ଜଣଙ୍କୁ ହତ୍ୟା କରାଯାଇଛି। ଛୁରାମାଡରେ  ଅନ୍ୟ ଜଣେ ଯୁବକ ଗୁରୁତର ହୋଇଛନ୍ତି। ମୃତକ ହେଲେ ଗେଟସରୋବରପଡାର ସରୋଜ ପାଣିଗ୍ରାହୀ (୨୫) ଓ ଗୁରୁତର ‌ହେଲେ କନ୍ଧପାଳିପଡାର ପ୍ରେମ ସାହୁ।

ସୂଚନାଯୋଗ୍ୟ ଯେ, ସରୋଜ ଓ ପ୍ରେମ ବଲାଙ୍ଗୀରରେ ହେଉଥିବା ଶୀତଳଷଷ୍ଠୀ ଯାତ୍ରୀ ଦେଖି ବିଳମ୍ବିତ ରାତିରେ ଫେରୁଥିଲେ। ହଠାତ ଦୁଇଜଣ ନିଶା ଶକ୍ତ ଯୁବକ ଆସି ସେମାନଙ୍କୁ ଅଟକାଇଥିଲେ। କାହିଁକି ଅଟକାଉଛ ବୋଲି ପଚାରିବାରୁ ଜଣେ ଯୁବକ ଛୁରି କାଢ଼ି ଅତର୍କିତ ଆକ୍ରମଣ କରିଥିଲା। ବଲାଙ୍ଗୀର ଟାଉନ ଥାନାର ଅନତୀ ଦୂରରେ ଏହି ଘଟଣା ଘଟିଥିବାରୁ ପୁଲିସ ପହଞ୍ଚି ଗୁରୁତର ସରୋଜ ଓ ପ୍ରେମ ସାହୁଙ୍କୁ ଭୀମଭୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲା। ସେଠାରେ ଚିିକିତ୍ସାଧୀନ ଅବସ୍ଥାରେ ସରୋଜଙ୍କ ମୃତ୍ୟୁ ହୋଇଥିବାବେଳେ ପ୍ରେମ ଚିକିତ୍ସାଧୀନ ଅଛନ୍ତି। ତେବେ ପ୍ରେମଙ୍କ କହିବାନୁସାରେ ଯେଉଁ ଦୁଇଜଣ ଯୁବକ ଛୁରାମାଡ କଲେ ସେମାନଙ୍କ ମଧ୍ୟରୁ ସେ ଜଣଙ୍କୁ ଚିହ୍ନିଛନ୍ତି। ତେବେ ତାଙ୍କ ବୟାନ ଅନୁସାରେ ପୁଲିସ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଖୋଜୁଛି। କିନ୍ତୁ ଏଯାଏଁ କାହାକୁ ଉକ୍ତ ଘଟଣାରେ ଗିରଫ କରାଯାଇନାହିଁ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।