ରାଜ୍ୟ ସ୍ପେଶାଲ ରିପୋର୍ଟ

ଶୀତରେ ଥରୁଛି ଆଠମଲ୍ଲିକ, ଖସୁଛି ପାରଦ ବଢୁଛି ଜାଡ

ଆଠମଲ୍ଲିକ ୧୮/୧୧: ଆଠମଲ୍ଲିକରେ ଖସୁଛି ପରଦ ବଢୁଛି ଶୀତ । ଗତ ପାଞ୍ଚ ଦିନ ହେଲାଣି ଥଣ୍ଡାରେ ଥରୁଛି ଆଠମଲ୍ଲିକ ତଥା ଆଖପାଖ ଅଞ୍ଚଳରେ । ରାତିରେ ୧୫ ଡିଗ୍ରୀ ତଳେ ରହୁଛି ତାପମାତ୍ରା । ଅସହ୍ୟ ଥଣ୍ଡାରେ ଥରୁଛି ସାରା ଅଞ୍ଚଳ । ନିକଟରେ ଫୁଲବାଣୀ ଥିବାରୁ ଆଠମଲ୍ଲିକରେ ତାହାର ପ୍ରଭାବ ଦେଖିବାକୁ ମିଳୁଛି । ସକାଳ ହେବା ମାତ୍ରେ କୁହୁଡି ମାଡି ଆସୁଛି ।

ଯାତାୟତ ଠାରୁ ଆରମ୍ଭ କରି ବ୍ୟବସାୟ ଓ ଲୋକେ ଅଫିସ କାମରେ ବାହାରୁ ଆଠମଲ୍ଲିକ ଆସିବାରେ ବିଳମ୍ବ ହେଉଛି । ଘନ କୁହୁଡିରେ ଦଶ ଫୁଟରୁ ଅଧିକ ଦେଖା ଯାଉନି । ଦିନ ଦଶଟା ପର୍ଯ୍ୟନ୍ତ କୁହୁଡି ଛାଡ଼ୁନି । ଏପରି ପରିସ୍ଥିତିରେ କିଛି ଅଞ୍ଚବାସୀ ଶୀତର ମଜା ଉଠାଉଛନ୍ତି ପ୍ରକାଶ କରୁଥିବା ବେଳେ କିଛି କହୁଛନ୍ତି ମର୍ଣ୍ଣିଙ୍ଗ ୱାକ କରିବାରେ ଅସୁବିଧା ହେଉଛି । ଆଉ କିଏ ପର୍ଯ୍ୟଟନ ପାଇଁ ଅନୁକୂଳ ପରିସ୍ଥିତି ହେଉଛି ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।