ଅପରାଧ ରାଜ୍ୟ

ଶିଶୁକନ୍ୟା ଦୁଷ୍କର୍ମକାରୀକୁ ୨୦ ବର୍ଷ ଜେଲ୍‌

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଥାନା ଅଞ୍ଚଳର ଜଣେ ୭ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ କରିବା ଅପରାଧରେ ବ୍ରଜରାଜନଗର ମୁଣ୍ଡାପଡ଼ାର ଆକାଶ ଓରଫ ମକରଧ୍ବଜ କୁମୁରାକୁ ଝାରସୁଗୁଡ଼ା ସ୍ବତନ୍ତ୍ର ପୋକ୍‌ସୋ ନ୍ୟାୟାଳୟ ୨୦ ବର୍ଷ ସଶ୍ରମ କାରା ଦଣ୍ଡାଦେଶ ଦେଇଛନ୍ତି। ବ୍ରଜରାଜନଗର ଥାନା କେସ୍‌ ନଂ. ୨୨୩/୭.୧୦.୨୦୧୯ର ବିଚାର କରି ଅତିରିକ୍ତ ଜିଲା ଜଜ୍ ତଥା ସ୍ବତନ୍ତ୍ର ପୋକ୍‌ସୋ ନ୍ୟାୟାଧୀଶ ନୀଳଗିରି ଜେନା ଏହି ଦଣ୍ଡାଦେଶ ଦେଇଥିବା ଜଣାଯାଇଛି।

ସୂଚନାରୁ ପ୍ରକାଶ ଯେ ଗତ ୭.୧୦.୨୦୧୯ ଅପରାହ୍‌ଣ ପ୍ରାୟ ୩ଟା ବେଳେ ପୀଡ଼ିତା ଶିଶୁକନ୍ୟା ଗାଁ ଦାଣ୍ଡରେ ସାଙ୍ଗମାନଙ୍କ ସହ ଖେଳୁଥିବା ସମୟରେ ଅଭିଯୁକ୍ତ ମକରଧ୍ବଜ ପିଜୁଳି ଖାଇ ଯିବା ପ୍ରଲୋଭନ ଦେଖାଇ ତାକୁ ସେଠାରୁ ନେଇ ଯାଇଥିଲା। ସେଠାରୁ କିଛି ଦୂରରେ ଥିବା ଏକ ନାଳାରେ ଶିଶୁକନ୍ୟାକୁ ଦୁଷ୍କର୍ମ କରିଥିଲା। ଗ୍ରାମବାସୀମାନେ ଶୌଚପାଇଁ ନାଳା ନିକଟକୁ ଆସୁଥିବା ଜାଣିପାରି ପୀଡ଼ିତାକୁ ରକ୍ତାକ୍ତ ଅବସ୍ଥାରେ ଛାଡ଼ି ମକରଧ୍ବଜ ଫେରାର ହୋଇ ଯାଇଥିଲା। ପୁଲିସ ଅଭିଯୁକ୍ତ ମକରଧ୍ବଜକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ମଙ୍ଗଳବାର ଏହି ମାମଲାର ଶୁଣାଣି କରି ଆଇପିସିର ଧାରା ୩୬୬ ଆଧାରରେ ୫ ବର୍ଷ ସଶ୍ରମ କାରାଦଣ୍ଡ ଓ ୨ ହଜାର ଅର୍ଥଦଣ୍ଡ ଏବଂ ଆଇପିସି ଧାରା ୩୭୬ ଆଧାରରେ ୨୦ ବର୍ଷ ସଶ୍ରମ କାରାଦଣ୍ଡ ଏବଂ ୨୫ ହଜାର ଟଙ୍କାର ଅର୍ଥ ଦଣ୍ଡାଦେଶ ଦେଇଛନ୍ତି। ଅର୍ଥ ଅନାଦେୟ ୧ ବର୍ଷ ଅଧିକ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଛନ୍ତି। ସରକାରୀ ଓକିଲ ପୃଥ୍ବୀରାଜ ସିଂହଦେଓ ମାମଲା ପରିଚାଳନା କରିଥିଲେ। ପୀଡ଼ିତା ପକ୍ଷରୁ ୨୦ ଜଣ ସାକ୍ଷ୍ୟ ଦେଇଥିବା ବେଳେ ଅଭିଯୁକ୍ତ ତରଫରୁ କେହି ବି ସାକ୍ଷ୍ୟ ପ୍ରଦାନ କରି ନଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।