ମନୋରଞ୍ଜନ

ଶିଳ୍ପା ସେଟ୍ଟୀଙ୍କ ସ୍ଵାମୀ ରାଜ କୁନ୍ଦ୍ରା ଗିରଫ, ଅଶ୍ଳୀଳ ଭିଡିଓ ପ୍ରସ୍ତୁତ କରୁଥିବା ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ନେଲା କ୍ରାଇମବ୍ରାଞ୍ଚ

ମୁମ୍ବାଇ ୧୯।୦୭: ବଲିଉଡ ଅଭିନେତ୍ରୀ ଶିଳ୍ପ ସେଟ୍ଟୀଙ୍କ ସ୍ଵାମୀ ତଥା ଜଣାଶୁଣା ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କୁ କ୍ରାଇମବ୍ରାଞ୍ଚ ସୋମବାର ଗିରଫ କରିଛି। ରାଜ କୁନ୍ଦ୍ରାଙ୍କ ବିରୋଧରେ ଅଶ୍ଳୀଳ ଫିଲ୍ମ ପ୍ରସ୍ତୁତ କରିବା ଏବଂ କିଛି ଆପ୍ସରେ ଏହାର ପ୍ରସାରଣ କରିଥିବାର ଅଭିଯୋଗ ହୋଇଛି।

କ୍ରାଇମବ୍ରାଞ୍ଚ ଅନୁଯାୟୀ. ୨୦୨୧ ଫେବୃଆରୀରେ କ୍ରାଇମ ବ୍ରାଞ୍ଚ ମୁମ୍ବାଇରେ ରାଜକୁନ୍ଦ୍ରାଙ୍କ ବିରୋଧରେ ଅଶ୍ଳୀଳ ଫିଲ୍ମ ନିର୍ମାଣ କରିବା ଏବଂ ସେଗୁଡିକୁ କିଛି ଆପ୍ସରେ ପ୍ରସାରଣ କରିବା ଅଭିଯୋଗରେ ମାମଲା ରୁଜୁ ହୋଇଥିଲା। ଏହି ମାମଲାରେ ସୋମବାର ରାଜ କୁନ୍ଦ୍ରାଙ୍କୁ ଗିରଫ କରାଯାଇଛି। କ୍ରାଇମବ୍ରାଞ୍ଚ ତରଫରୁ ସୋମବାର ରାତିରେ ଏହାର ସୂଚନା ଦିଆଯାଇଛି। ଅଶ୍ଳୀଳ ଭିଡିଓ ପ୍ରସାରଣ ମାମଲାରେ କୁନ୍ଦ୍ରା ମୁଖ୍ୟ ଷଡଯନ୍ତ୍ରକାରୀ ହୋଇଥିବା ପର୍ଯ୍ୟାପ୍ତ ପ୍ରମାଣ ଥିବା ପୋଲିସ କହିଛି। ପୋଲିସ ଏହି ମାମଲାରେ ତଦନ୍ତ ଜାରି ରଖିଛି।

ସୂଚନାଯୋଗ୍ୟ, ସୋମବାର କ୍ରାଇମବ୍ରାଞ୍ଚ ପ୍ରଥମେ ରାଜ କୁନ୍ଦ୍ରାଙ୍କୁ ଜେରା ପାଇଁ ଡକାଇଥିଲା ଏବଂ ପରେ ତାଙ୍କୁ ଗିରଫ କରିଛି। ଏହା ପୂର୍ବରୁ ମଧ୍ୟ ରାଜ କୁନ୍ଦ୍ରା ଅନେକ ବିବାଦରେ ଫସିଛନ୍ତି। ସେ ଅନେକ ବିବାଦକୁ ନେଇ ଚର୍ଚ୍ଚାରେ ରହି ଆସିଛନ୍ତି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ