ରାଜ୍ୟ

ଶିଳାନ୍ୟାସ କଲେ ବିଧାୟକ; ଫଳକ ଭାଙ୍ଗିଲେ ସରପଞ୍ଚ

ନୀଳଗିରି/ରାଜବରହମପୁର: ବିଧାୟକ ଫଳକ ଉନ୍ମୋଚନ କରିବା ପରେ ତାକୁ ଭାଙ୍ଗିଦେଲେ ସରପଞ୍ଚ। ଏହାକୁ ନେଇ ଗୁରୁବାର ନୀଳଗିରି ବିଧାୟକ ସୁକାନ୍ତ କୁମାର ନାୟକ ଓ ଗରଡ଼ିହି ସରପଞ୍ଚ ଶିବାଜୀ ସିଂ ମୁହାଁମୁହିଁ ହୋଇଥିଲେ। ତେବେ ସରପଞ୍ଚଙ୍କର ଏଭଳି ଆଚରଣକୁ ସ୍ଥାନୀୟ ଅଞ୍ଚଳବାସୀ ବିରୋଧ କରିବା ସହ କାର୍ଯ୍ୟାନୁଷ୍ଠାନ ଦାବିରେ ରାସ୍ତାରୋକ କରିଥିଲେ। ପୁଲିସ ହସ୍ତକ୍ଷେପ ପରେ ମାମଲା ଥଣ୍ଡା ପଡ଼ିଛି।

ନୀଳଗିରି ବ୍ଲକ୍‌ ଗରଡ଼ିହି ପଞ୍ଚାୟତ କଳାକାଦ ଛକଠାରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୪ କୋଟି ୭୮ ଲକ୍ଷ ୭୮ ହଜାର ୨୩୦ ଟଙ୍କା ବ୍ୟୟ ଅଟକଳରେ କଳାକାଦ-ଚେକାମରା-ଟିଆକଟା ପର୍ଯ୍ୟନ୍ତ ଆର୍‌ଡି ରାସ୍ତା ନିର୍ମାଣ ପାଇଁ ଆଜି ଶିଳାନ୍ୟାସ କାର୍ଯ୍ୟକ୍ରମ ରହିଥିଲା। ପୂର୍ବ ପସ୍ତୁତି ଅନୁଯାୟୀ ନୀଳଗିରି ବିଧାୟକ ସୁକାନ୍ତ କୁମାର ନାୟକ ସେଠାରେ ପହଞ୍ଚିଥିଲେ। ହେଲେ ଶିଳାନ୍ୟାସ ପୂର୍ବରୁ ଗରଡ଼ିହି ସରପଞ୍ଚ ଶିବାଜୀ ସିଂ ପହଞ୍ଚି ଫଳକରେ ତାଙ୍କ ନାଁ ନଥିବା ଦେଖି ଅସନ୍ତୋଷ ପ୍ରକାଶ କରିଥିଲେ। ଏମିତିକି ଶିଳାନ୍ୟାସ ବାବଦରେ କାହିଁକି ତାଙ୍କୁ ଆଗରୁ ସୂଚନା ଦିଆଗଲାନି ବୋଲି କହି ବିଧାୟକଙ୍କୁ ବିରୋଧ କରିବା ସହ ଫଳକ ଉପରେ ଯାଇ ବସିଥିଲେ। ଅନ୍ୟପକ୍ଷରେ ବିଧାୟକ ସରପଞ୍ଚଙ୍କ କଥାକୁ ଏଡ଼ାଇ ଯାଇ ଶିଳାନ୍ୟାସ କରିବାରୁ ଉତ୍‌କ୍ଷିପ୍ତ ହୋଇ ଫଳକକୁ ଭାଙ୍ଗି ଦେଇଥିଲେ ସରପଞ୍ଚ।

ଏହାକୁ ନେଇ ଦୁଇ ପକ୍ଷ ମଧ୍ୟରେ ବାକ୍‌ବିତଣ୍ଡା ଓ ଧସ୍ତାଧସ୍ତି ହୋଇଥିବା ବେଳେ ସରପଞ୍ଚ ଶ୍ରୀ ସିଂ ଘଟଣାସ୍ଥଳରୁ ପଳାଇଥିଲେ। ପରେ କଳାକାଦ, ଚେକାମରା, ଟିଆକଟା, ଆମ୍ବଝର, ଅସନବଣି, ବନ୍ଧସାହି ଗ୍ରାମର ଶତାଧିକ ଗ୍ରାମବାସୀ ସରପଞ୍ଚଙ୍କ କାର୍ଯ୍ୟକୁ ନିନ୍ଦା କରି ୧୯ ନଂବର ରାଜ୍ୟ ରାଜପଥରେ ଧାରଣାରେ ବସିଥିଲେ। ବାଲେଶ୍ବର ସାଂସଦ ପ୍ରତାପଚନ୍ଦ୍ର ଷଡ଼ଙ୍ଗୀ ଓ ବରହମପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ଉତ୍ତେଜନା ପ୍ରଶମିତ ହୋଇଥିଲା। ଏ ସଂପର୍କରେ ବିଧାୟକ ଶ୍ରୀ ନାୟକଙ୍କୁ ପଚାରିବାରୁ ନୀଳଗିରିରେ ଏବେ ଡବଲ ଇଞ୍ଜିନ୍‌ କାମ କରୁଥିବାରୁ କିଛି ଲୋକ ସହିନପାରି ଏଭଳି ଆଚରଣ କରୁଥିବା କହିଛନ୍ତି। ଅନ୍ୟପଟେ ସରପଞ୍ଚ ଶ୍ରୀ ସିଂ ଏହାକୁ ଖଣ୍ଡନ କରିବା ସହ ରାଜନୈତିକ ଉଦ୍ଦେଶ୍ୟ ରଖି ସ୍ଥାନୀୟ ସରପଞ୍ଚଙ୍କୁ ଅଣଦେଖା କରାଯାଉଥିବା କହିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।