ରାଜ୍ୟ ସ୍ପେଶାଲ ରିପୋର୍ଟ

ଶିଳାନ୍ୟାସ କରି ଭୁଲିଗଲେ ମୁଖ୍ୟମନ୍ତ୍ରୀ: ଶେଷ ହୋଇପାରିଲାନି ବ୍ରାହ୍ମଣୀ ନଦୀରେ ଦ୍ବିତୀୟ ସେତୁ

କଣିହାଁ : ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ୍‌ ରେଙ୍ଗାଳିରେ ବ୍ରାହ୍ମଣୀ ନଦୀରେ ଦ୍ୱିତୀୟ ସେତୁ ନିର୍ମାଣ ପାଇଁ ୨୦୧୩ରେ ହୋଇଥିଲା ଶିଳାନ୍ୟାସ। ଖୋଦ୍‌ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶିଳାନ୍ୟାସ କରିଥିଲେ। ନାବାର୍ଡ ପକ୍ଷରୁ ଏଥିପାଇଁ ୪୯ କୋଟି ୬ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଥିଲା। ଶିଳାନ୍ୟାସ ହେବାର ବର୍ଷ ପରେ ବର୍ଷ ବିତିଯାଇ ଥିଲେ ମଧ୍ୟ ଆଜିପର୍ଯ୍ୟନ୍ତ ଏହା ସମ୍ପୂର୍ଣ୍ଣ ହୋଇପାରି ନାହିଁ।

୨୦୧୪ ମସିହାରେ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ରେଙ୍ଗାଳିରେ ବ୍ରାହ୍ମଣୀ ନଦୀରେ ଦ୍ୱିତୀୟ ସେତୁ ନିର୍ମାଣ ପାଇଁ ଅଣ୍ଟା ଭିଡ଼ିଥିଲେ ତତ୍କାଳୀନ ସରକାର। ଏହି ସେତୁ ନିର୍ମାଣ ହେଲେ କଣିହାଁ ବ୍ଲକ ସମେତ ଛେଣ୍ଡିପଦା, ଦେବଗଡ଼ ଓ ପାଳଲହଡ଼ା ବ୍ଲକ୍‌ ସମେତ ଅନ୍ୟ ଜିଲ୍ଲାର ଲୋକମାନେ ଉପକୃତ ହେବେ। କିନ୍ତୁ, ଏହି ପ୍ରକଳ୍ପ ଏପର୍ଯ୍ୟନ୍ତ ସୁଦ୍ଧା କାର୍ଯ୍ୟକାରୀ ହୋଇପାରିନି। ସୂଚନା ଅନୁସାରେ, ୨୦୧୩ ମସିହାରେ ଏହି ସେତୁ ନିର୍ମାଣ କାର୍ଯ୍ୟରେ ନିୟୋଜିତ କରାଯାଇଥିବା ଠିକାଦାରଙ୍କୁ ଜମି ଯୋଗାଇ ଦେବାପାଇଁ ୪ ବର୍ଷ ସମୟ ଲାଗି ଯାଇଥିଲା। ତଥାପି ମଧ୍ୟ ଠିକାଦାରଙ୍କୁ ପ୍ରଶାସନ ପକ୍ଷରୁ ଜମି ଯୋଗାଇ ଦିଆଯାଇ ପାରି ନଥିଲା। ଫଳରେ, ଠିକାଦାର କାମ ଛାଡ଼ିଦେଇ ପଳାଇ ଯାଇଥିଲେ । ପରେ ୨୦୧୮ମସିହାରେ ପୁନଃ ଟେଣ୍ଡର୍‌ ଆହ୍ବାନ କରାଯାଇ ବ୍ରିଜେଶ ଅଗ୍ରୱାଲା ନାମକ ଏକ ଠିକାଦାରଙ୍କୁ ନିର୍ମାଣ ଦାୟିତ୍ବ ଦିଆଯାଇଥିଲା। ୨୦୨୦ ମସିହା ଜୁଲାଇ ୧୮ସୁଦ୍ଧା କାମ ଶେଷ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। କିନ୍ତୁ , ଆଜି ପର୍ଯ୍ୟନ୍ତ ସେତୁର ନିର୍ମାଣ କାର୍ଯ୍ୟ ଶେଷ ହୋଇପାରି ନାହିଁ। କାମ ଶେଷ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କ ପକ୍ଷରୁ ସେପରି ତତ୍ପରତା ଦେଖାଯାଉ ନଥିବା ଦେଖାଯାଇଛି।

ଅନ୍ୟପକ୍ଷରେ, ରାଜ୍ୟ ସରକାରଙ୍କ ଜଳସମ୍ପଦ ବିଭାଗ ପକ୍ଷରୁ ରେଙ୍ଗାଳିଠାରେ ବ୍ରାହ୍ମଣୀ ନଦୀରେ ଏକ ନଦୀବନ୍ଧ ଯୋଜନା କରିଛନ୍ତି। ଏହି ନଦୀବନ୍ଧ ଯୋଜନା ଉପରେ ଭାରୀଯାନ ଚଳାଚଳ କରିବା ସମ୍ପୂର୍ଣ୍ଣ ନିଷେଧ ରହିଥିବା ବେଳେ ରେଙ୍ଗାଳି ପଞ୍ଚାୟତ ସମେତ ଆଖ ପାଖ ଅଞ୍ଚଳର ଲୋକେ ବ୍ରାହ୍ମଣୀ ନଦୀ ଅପର ପାର୍ଶ୍ୱରେ ଥିବା ଗାଁ କିମ୍ବା ପଞ୍ଚାୟତ, ଖାମର ଡାକ୍ତରଖାନାକୁ ଯିବାକୁ ହେଲେ ରେଙ୍ଗାଳିରୁ କଣିହାଁ, ସମଲ ଦେଇ ୪୦ କିଲୋମିଟର ବୁଲିବୁଲିବାକୁ ପଡ଼ିଥାଏ। ବ୍ରାହ୍ମଣୀ ନଦୀରେ ଦ୍ୱିତୀୟ ସେତୁ ହେଲେ ଲୋକମାନଙ୍କୁ ଏତେ ବାଟ ବୁଲିବାକୁ ପଡ଼ିବ ନାହିଁ। ଲୋକଙ୍କ ସମସ୍ୟାକୁ ଦୃ୍ଷ୍ଟିରେ ରଖି ସେତୁ କାମ ଶୀଘ୍ର ଶେଷ କରିବାକୁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହେଉଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।