ଅପରାଧ ରାଜ୍ୟ

ଶିମିଳିପାଳ ଅଭୟାରଣ୍ୟରୁ ବନ୍ଧାହେଲେ ଶିକାରୀ, ବନ୍ଧୁକ ସହ ବିପୁଳ ପରିମାଣର ଗୁଳି ଜବତ

ବାରିପଦା ୨୭/୧୦: ଶିମିଳିପାଳ ଅଭୟାରଣ୍ୟରୁ ବନ୍ଧାହେଲେ ଦୁର୍ଦ୍ଦାନ୍ତ ଶିକାରୀ ବାଇଗ ହୋ । ଶିମିଳିପାଳ ଅଭୟାରଣ୍ୟ ଜେନା ବିଲ ରେଞ୍ଜ ଚୌଧୁରୀଗଡ଼ ବିଟ ଅନ୍ତର୍ଗତ ଅନନ୍ତପୁର ଜଙ୍ଗଲରେ ବାଇଗ ହୋକୁ ବନବିଭାଗ କର୍ମଚାରୀ ଗୁଳି ଭର୍ତ୍ତି ଦେଶୀ ବନ୍ଧୁକ ସହ ଗିରଫ କରିଛନ୍ତି । ତାଙ୍କଠାରୁ ୪ଟି ରଙ୍ଗର ବାରୁଦ ଏବଂ ୧୨୯୯ ଟି ଦେଶୀ ଗୁଳି ସହ ବନ୍ଧୁକ ଜବତ କରାଯାଇଛି ।

ବାଇଗ ସହ ଅନ୍ୟ ଶିକାରୀମାନେ ଘଟଣା ସ୍ଥଳରୁ ଚମ୍ପଟ ମାରୁଥିବା ସମୟରେ ବେଳେ ବନକର୍ମଚାରୀ ମାନେ ତାଙ୍କୁ ମାଡି ବସିଥିଲେ । ବାଇଗ ହୋ କୁ କାବୁ କରିଥିବା ବେଳେ ଅନ୍ୟ ଶିକାରୀ କୌଶଳ କ୍ରମେ ଚକମା ଦେଇ ଚମ୍ପଟ ମାରିଥିଲେ । ବାଇଗ କୁ ବୁଧୁବାର ଉଦଳା ଏସଡିଜିଏମ କୋର୍ଟରେ ହାଜର କରାଯାଇଛି । ପଚର ଉଚରା ବେଳେ ଶିକାର ଏବଂ ବନ୍ଧୁକ ସମ୍ବର୍ଦ୍ଧିତ ଅନେକ ତଥ୍ୟ ବନବିଭାଗକୁ ମିଳିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।