ଅପରାଧ ରାଜ୍ୟ

ଶିମିଳିପାଳ ଅଭୟାରଣ୍ୟରୁ ଦୁଇ ଶିକାରୀ ଗିରଫ, ସମ୍ୱର ସିଂଘ ସହ ମାଂସ ଜବତ

କରଞ୍ଜିଆ ୧୦/୦୫: ଶିମିଳିପାଳ ଅଭୟାରଣ୍ୟ ମଧ୍ୟରୁ ଦୁଇ ଶିକାରୀ ଗିରଫ । ଗିରଫ କରି କୋର୍ଟ ଚାଲାଣ କରିଛି ବନବିଭାଗ । ଏପରି ଘଟଣା ସାମ୍ନାକୁ ଆସିଛି ମୟୂରଭଞ୍ଜ ଜିଲ୍ଲାର ଉତ୍ତର ଶିମିଳିପାଳ ବନ୍ୟପ୍ରାଣୀ ବନଖଣ୍ଡ ଅନ୍ତର୍ଗତ କେନ୍ଦୁମୁଣ୍ଡି ରେଞ୍ଜ ଅଞ୍ଚଳରୁ ।

ଗତକାଲି ସନ୍ଧ୍ୟା ସମୟରେ ପେଟ୍ରୋଲିଂ କରୁଥିବା ବେଳେ ଶିମିଳିପାଳ ଅଭୟାରଣ୍ୟର ଏଦେଲବେଡା ଏବଂ କାଶୀବେଡାର ୨ ଜଣ ଶିକାରୀଙ୍କୁ ଗିରଫ କରିବାରେ ସଫଳ ହୋଇଛି ବନବିଭାଗ । ଗିରଫ ଦୁଈ ଜଣ ଶିକାରୀ ହେଲେ ଲଛମନ କାଣ୍ଡେୟାନ ଏବଂ ସମା ମୁଣ୍ଡୁରୀ । ତାଙ୍କ ପାଖରୁ ଶିକାର ପାଇଁ ଉଦ୍ଧିଷ୍ଟ ଫାସ, ଧନୁତୀର, ତାର ଏବଂ ଦୁଇଟି ସମ୍ବର ସିଙ୍ଘ ଜବତ କରିବା ସହିତ କିଛି ମାଂସ ମଧ୍ୟ ଜବତ କରିଥିଲା ବନବିଭାଗ ।

ତେବେ ଏଥିରେ ଆଉ କିଏ କିଏ ସାମିଲ ଅଛନ୍ତି ଏ ନେଉ ଅଧିକ ତଦନ୍ତ କରିବା ସହ ଗିରଫ ଦୁଇଜଣଙ୍କୁ ଗତକାଲି ବିଳମ୍ବିତ ରାତିରେ କୋର୍ଟ ଚାଲାଣ କରାଯାଇଛି ବୋଲି ବନବିଭାଗ ସୂଚନା ଦେଇଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।