ରାଜ୍ୟ ସ୍ପେଶାଲ ରିପୋର୍ଟ

ଶିମିଳିପାଳରେ ଶୀତର ଲହରି: ସର୍ବନିମ୍ନ ତାପମାତ୍ରା ୭ ଡିଗ୍ରି

ଭୁବନେଶ୍ବର /ଯଶୀପୁର: କିଛି ଦିନର ବ୍ୟବଧାନ ପରେ ପୁଣି ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳରେ ଶୀତର ପ୍ରକୋପ ଦେଖିବାକୁ ମିଳିଛି। ଯଶୀପୁର ବ୍ଲକ୍ ଅନ୍ତର୍ଗତ ନଅଣା ଓ ଅଗରବରା କାମୁଡ଼ାଠାରେ ସର୍ବନିମ୍ନ ତାପମାତ୍ରା ୭ ଡିଗ୍ରି ରେକର୍ଡ କରାଯାଇଛି। ଏହାପୂର୍ବରୁ ଚଳିତ ବର୍ଷ ଡିସେମ୍ବର ମାସରେ ଏଠାକାର ତାପମାନ ୧୦ ଡିଗ୍ରି ପାଖାପାଖି ରହୁଥିଲା।

ରାଜ୍ୟକୁ ଶୀତ ପୁଣି ଫେରିଛି। ସର୍ବନିମ୍ନ ତାପମାତ୍ରା ଜି. ଉଦୟଗିରିଠାରେ ୭ଡିଗ୍ରି ରେକର୍ଡ ହୋଇଛି। ସେହିଭଳି କିରେଇରେ ୮ ଡିଗ୍ରି ଓ ଝାରସୁଗୁଡ଼ାରେ ୯.୨ ଡିଗ୍ରି ରେକର୍ଡ ହୋଇଥିବା ଜଣାଯାଇଛି। ଦ୍ବୈତନଗରୀରେ ମଧ୍ୟ ରାତି ତାପମାତ୍ରା ୧୩ ଡିଗ୍ରିକୁ ଖସିଛି। କଟକରେ ୧୩.୪ ଡିଗ୍ରି ଓ ଭୁବନେଶ୍ବରରେ ୧୩.୬ ଡିଗ୍ରି ରେକର୍ଡ ହୋଇଛି। ଆସନ୍ତା ୪ରୁ ୫ ଦିନ ପର୍ଯ୍ୟନ୍ତ ସ୍ଥିତି ଏଭଳି ରହିବ। ସାରା ଓଡ଼ିଶା ଶୀତରେ ଥରିବ ବୋଲି ଅଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।
ଅନ୍ୟପଟେ ରବିବାର ଦିନ ରାଜ୍ୟର ବିଭିନ୍ନ ସ୍ଥାନ ଯଥା କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, ଗଜପତି, କୋରାପୁଟ ଓ ମାଲକାନଗିରି ଆଦି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ପଡ଼ିଥିଲା। ଆଜି ମଧ୍ୟ ବିଭିନ୍ନ ସ୍ଥାନରେ କୁହୁଡ଼ି ଦେଖିବାକୁ ମିଳିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।