ରାଜ୍ୟ ସ୍ପେଶାଲ ରିପୋର୍ଟ

ଶିମିଳିପାଳରେ ବଢ଼ୁଛନ୍ତି କୁମ୍ଭୀର, କମୁଛନ୍ତି ବାଘ! ଗଣନା ଶେଷ, ୮୧ ଥିଲେ ୮୬ ହେଲେ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ବାରିପଦା : ଶିମିଳିପାଳ ଜୈବମଣ୍ଡଳରେ ବିଚିତ୍ର ସ୍ଥିତି ସୃଷ୍ଟି ହେଲାଣି। ଏଠାରେ ବାଘ ସଂଖ୍ୟା କମୁଥିବା ବେଳେ କୁମ୍ଭୀର ବଂଶ ବୃଦ୍ଧି ପାଉଛି।
ଗତ ୬ ତାରିଖରୁ ୮ ତାରିଖ ଯାଏ କୁମ୍ଭୀର ଗଣନା ହୋଇଥିବା ବେଳେ ମୋଟ୍ ୮୬ଟି ବିଭିନ୍ନ ପ୍ରଜାତିର କୁମ୍ଭୀର ଠାବ ହୋଇଛନ୍ତି। ଶିମିଳିପାଳ ଓ ଏହାର ପାଦଦେଶରେ ଥିବା ନଦୀ, ନାଳ, ଝରଣା ସହ ଯଶିପୁର ରେଞ୍ଜ୍‌ ଅନ୍ତର୍ଗତ ରାମତୀର୍ଥ ପ୍ରଜନନ କେନ୍ଦ୍ରରେ କୁମ୍ଭୀର ଗଣନା କରାଯାଇଥିଲା। ପ୍ରତି ଟିମ୍‌ରେ ୭ ଜଣ ଲେଖାଏଁ କର୍ମଚାରୀ ଥାଇ ୯ଟି ଟିମ୍‌ର ୬୩ ଜଣ କର୍ମଚାରୀ କୁମ୍ଭୀର ଗଣନାରେ ସାମିଲ୍‌ ଥିଲେ। ୨୦୨୧ ମସିହା ଗଣନା ବେଳେ ୮୧ଟି କୁମ୍ଭୀର ଥିଲେ। ୨୦୨୨ରେ ଏହି ସଂଖ୍ୟା ସଂଖ୍ୟା ୮୩ ଥିବା ବେଳେ ଚଳିତ ବର୍ଷ ୮୬କୁ ବୃଦ୍ଧି ପାଇଛି ବୋଲି ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକ ଟି. ଅଶୋକ କୁମାର କହିଛନ୍ତି। ଯଦିଓ ବୃଦ୍ଧି ହାର ଖୁବ୍‌ ନଗଣ୍ୟ ତଥାପି କୁମ୍ଭୀର ସଂଖ୍ୟା ବଢ଼ିବା ଏହି ଜୈବମଣ୍ଡଳ ପାଇଁ ଶୁଭ ଖବର।

ଅନ୍ୟପକ୍ଷରେ, ବାଘଙ୍କ ପାଇଁ ଉପଯୁକ୍ତ ବାସସ୍ଥଳୀ କୁହାଯାଉଥିବା ଶିମିଳିପାଳ ନିଜର ପରିଚୟ ହରାଇବାକୁ ବସିଛି। ଅବାଧ ଶିକାର ହେଉ କି ଅନ୍ୟ କୌଣସି କାରଣରୁ, ଏଠାରେ ବାଘ ସଂଖ୍ୟା କମିକମି ଯାଉଛି। ଏମିତିକି ଏବେ ଶିମିଳିପାଳରେ କେତେ ବାଘ ଅଛନ୍ତି, ସେନେଇ ବନ ବିଭାଗ ପାଖରେ କୌଣସି ସ୍ପଷ୍ଟ ସୂଚନା ନାହିଁ। ୨୦୦୬ ମସିହା ଗଣନା ଅନୁଯାୟୀ; ଶିମିଳିପାଳରେ ୧୦୧ଟି ବିଭିନ୍ନ ପ୍ରଜାତିର ବାଘ ଥିଲେ। ୨୦୧୮ ମସିହା ଗଣନାରେ ଏହି ସଂଖ୍ୟା ମାତ୍ର ୨୮ରେ ପହଞ୍ଚିଥିଲା। ଏହାପରଠୁ ବାଘ ଗଣନା ରିପୋର୍ଟ ପ୍ରକାଶ ପାଇନି। ସେହିପରି ୨୦୦୬ରୁ ୨୦୧୮ ମଧ୍ୟରେ ୭୩ଟି ବାଘ କୁଆଡ଼େ ଗଲେ, ତାର ଖୋଜଖବର ବି କେହି ନେଲେନି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାଘ୍ର ସଂରକ୍ଷଣ ପାଇଁ ବର୍ଷକୁ କୋଟି କୋଟି ଟଙ୍କା ଆସୁଛି। ହେଲେ, ଏହାର ଠିକ୍ ସୁବିନିଯୋଗ ହେଉନାହିଁ। ଫଳରେ, ଶିମିଳିପାଳରେ ବାଘ ଲୋପ ପାଇବାକୁ ଯାଉଥିବା କହିଛନ୍ତି ବନ୍ୟପ୍ରାଣୀ ବିଶେଷଜ୍ଞ।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।