ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ଯଶିପୁର: ମୟୂରଭଞ୍ଜ ଜିଲ୍ଲାର ଯଶିପୁରଠାରୁ ୭୦ କିମି ଦୂର ଅସ୍ତକୁମାର ପଞ୍ଚାୟତର ନଅଣl ଗ୍ରାମ ସାରଙ୍ଗ ସାହି ପଡ଼ିଆରେ ନେଚର୍ କ୍ୟାମ୍ପ୍ର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଦୁଇଦିନିଆ ଶିମିଳିପାଳ ଗସ୍ତରେ ଆସିଥିବା ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଆଜି ଏହି ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।
ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ପକ୍ଷରୁ ଆଜି ଅନୁଷ୍ଠିତ ଏହି ନେଚର୍ କ୍ୟାମ୍ପର ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମରେ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ କ୍ଷେତ୍ର ନିର୍ଦ୍ଦେଶକ ତଥା ଆର୍ସିସିଏଫ୍ଟି ଅଶୋକ କୁମାର, ଉତ୍ତର ଶିମିଳିପାଳ ବନ୍ୟପ୍ରାଣୀ ଡିଭିଜନ୍ର ଉପନିର୍ଦ୍ଦେଶକ ସାଇକିରଣ ଡି.ଏନ୍ଙ୍କ ସମେତ ବରିଷ୍ଠ ବନ ବିଭାଗ ଅଧିକାରୀ ଓ କର୍ମଚାରୀ, ସ୍ଥାନୀୟ ବିଶିଷ୍ଟ ବ୍ୟକ୍ତି, ଏସ୍ଏଚ୍ଜି ଗ୍ରୁପ୍, ଇକୋ ଡେଭଲପ୍ମେଣ୍ଟ କମିଟି କାର୍ଯ୍ୟକର୍ତ୍ତା ଓ ଗ୍ରାମବାସୀ ଉପସ୍ଥିତ ଥିଲେ। ଏହିଅବସରରେ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ଗ୍ରାମବାସୀଙ୍କ ସହିତ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ। ଉପସ୍ଥିତ ପଞ୍ଚାୟତ ଜନ ପ୍ରତିନିଧିମାନେ ଶିମିଳିପାଳର ପ୍ରମୁଖ ସମସ୍ୟା ଯଥା ରାସ୍ତାଘାଟ, ପାନୀୟଜଳ ଯୋଗାଣ, ସୌର ଆଲୋକ ବ୍ୟବସ୍ଥା, ସରକାରୀ ଯୋଜନାର ସଫଳ ରୂପାୟନ ନେଇ ଏକ ଦାବିପତ୍ର ପ୍ରଦାନ କରିଥିଲେ। ପୂର୍ବତନ ସରପଞ୍ଚ ମହାନ୍ତି ବିରୁଆ, ବରେହିପାଣି ସମିତିସଭ୍ୟ ଜୁଝାର ବାନସିଂ, ଏସିଏଫ୍ ନିକେଶ ମହାପାତ୍ର, ନଅଣା ରେଞ୍ଜ ଅଧିକାରୀ ଶୁକ୍ରା ବିନ୍ଧାଣୀ, ବନ କର୍ମଚାରୀ ସାମୁଏଲ ମଣ୍ଡଳ, ଇଡିସିସି ସଭାପତି ଶିଙ୍ଗା ତିୟୁ, ସିକନ୍ଦର ଦେଓଗାଁ, ମାଛୁଆ ବାନରା ପ୍ରମୁଖ ଉପସ୍ଥିତ ଥିଲେ।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l