ଧର୍ମ

ଶିବ ଏବଂ ଗଣେଶଙ୍କ ପୂଜାରେ କାହିଁକି ଲାଗିନଥାଏ ତୁଳସୀ ପତ୍ର : ଜାଣନ୍ତୁ କାରଣ

ହିନ୍ଦୁ ଧର୍ମର ପୂଜା ପାଠ ଏବଂ ମାଙ୍ଗଳିକ କାର୍ଯ୍ୟରେ ତୁଳସୀ ଗଛର ବିଶେଷ ମହତ୍ତ୍ବ ରହିଥାଏ। ଭଗବାନ ଶ୍ରୀ ହରିଙ୍କ ପ୍ରିୟ ହୋଇଥିବା କାରଣରୁ ମାଆ ତୁଳସୀଙ୍କ ବିନା ଭଗବାନ କୌଣସି ପ୍ରସାଦ ସେବନ କରନ୍ତି ନାହିଁ।
କିନ୍ତୁ ତୁଳସୀ ଭଗବାନ ଶିବ ଏବଂ ଶ୍ରୀ ଗଣେଶଙ୍କ କୌଣସି ପୂଜାରେ ଅର୍ପଣ କରାଯାଇନଥାଏ। ଏହା ପଛରେ କ’ଣ କାରଣ ରହିଛି ଯାହା ଫଳରେ ମାତା ତୁଳସୀ ଭଗବାନ ଶିବ ଏବଂ ଗଣେଶଙ୍କୁ ପସନ୍ଦ ଆସିନଥାଆନ୍ତି। ଆସନ୍ତୁ ଜାଣିବା ଏହା ବିଷୟରେ
ପୂର୍ବ ଜନ୍ମରେ ତୁଳସୀଙ୍କ ନାଁ ବୃନ୍ଦା ଥିଲା ଏବଂ ସେ ଜାଲନ୍ଧର ନାମକ ରାକ୍ଷସଙ୍କ ପତ୍ନୀ ଥିଲେ। ଏହି ରାକ୍ଷସ ବୃନ୍ଦାଙ୍କ ଉପରେ ଖୁବ୍ ଅତ୍ୟାଚାର କରୁଥିଲେ। ଜାଲନ୍ଧରଙ୍କୁ ପାନେ ଦେବାପାଇଁ ଭଗବାନ ବିଷ୍ଣୁଙ୍କୁ ଶିବ ନିବେଦନ କରିଥିଲେ। ଏହା ପରେ ବିଷ୍ଣୁ ଛଳ କରି ବୃନ୍ଦାଙ୍କ ପତିବ୍ରତ ଧର୍ମ ଭଙ୍ଗ କରି ଦେଇଥିଲେ। ବୃନ୍ଦା ଯେତେବେଳେ ଜାଣିଲେ ଯେ ହରି ତାଙ୍କ ପତିବ୍ରତ ଧର୍ମ ଭଙ୍ଗ କରିଛନ୍ତି ସେତେବେଳେ ସେ ବିଷ୍ଣୁଙ୍କୁ ପଥର ହୋଇଯିବାର ଅଭିଶାପ ଦେଇଥିଲେ।
ଏହା ପରେ ବିଷ୍ଣୁ ମାତା ତୁଳସୀଙ୍କୁ କହିଥିଲେ ଯେ ସେ ଜାଲନ୍ଧରଙ୍କ କବଳରୁ ତାଙ୍କୁ ରକ୍ଷା କରିବାପାଇଁ ଏହା କରିଥିଲେ। ଏହା ପରେ ବିଷ୍ଣୁ ତାଙ୍କୁ କାଠ ହୋଇଯିବାର ଅଭିଶାପ ଦେଇଥିଲେ। ଏହି ଅଭିଶାପ ପରେ ତୁଳସୀ ଦୀର୍ଘ ଦିନ ପରେ ତୁଳସୀ ଗଛ ହୋଇ ଯାଇଥିଲେ।
ତେଣୁ ଶିବଙ୍କ ପୂଜାରେ ତୁଳସୀ ପରିବର୍ତେ ବେଲପତ୍ର ଚଢ଼ାଯାଇଥାଏ କାରଣ ତୁଳସୀ ଅଭିଶପ୍ତ। ଦ୍ବିତୀୟରେ ଶିବଙ୍କ ପୂଜାରେ ତୁଳସୀ ପତ୍ର ଏଥିପାଇଁ ଚଢ଼ାଯାଇନଥାଏ କାରଣ ତୁଳସୀ ଭଗବାନ ବିଷ୍ଣୁଙ୍କ ପାଟରାଣୀ। ତୁଳସୀ ମାତା ତାଙ୍କ ତପସ୍ୟା ବଳରେ ବିଷ୍ଣୁଙ୍କୁ ତାଙ୍କ ପତି ଭାବେ ପ୍ରାପ୍ତ କରିଥିଲେ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ