ଧର୍ମ

ଶିବଙ୍କ ପ୍ରିୟ ବେଲ ପତ୍ର ଅର୍ପଣ କରିବାର ସଠିକ୍ ବିଧି,ଯାହା ଦ୍ବାରା ପୂର୍ଣ୍ଣ ହେବ ଆପଣଙ୍କ ମନୋସ୍କାମନା

ପୂଜା-ପାଠରେ ବିଭିନ୍ନ ପ୍ରକାରର ସାମଗ୍ରୀ ଭଗବାନଙ୍କୁ ଚଢ଼ାଯାଇଥାଏ। ସମସ୍ତ ଦେବୀ-ଦେବତାଙ୍କ ପୂଜା ସାମଗ୍ରୀରେ ଭିନ୍ନ ଭିନ୍ନ ଜିନିଷର ବିଶେଷ ମହତ୍ତ୍ବ ରହିଥାଏ। ଶିବ ପୂଜାରେ ଖାସ୍ କରି ବେଲ ପତ୍ର ସାମିଲ କରାଯାଇଥାଏ। ବେଲ ଗଛ ଘର ବାହାରେ କିମ୍ବା ଆଖପାଖରେ ରହିଲେ ବାସ୍ତୁ ଦୋଷ ଦୂର ହୋଇ ଯାଇଥାଏ। ଆୟୁର୍ବେଦରେ ଏହି ବୃକ୍ଷର ମହତ୍ତ୍ବ କୁହାଯାଇଛି। ଜାଣନ୍ତୁ ବେଲ ପତ୍ର ସହ ଜଡ଼ିତ କେତେକ ଖାସ୍ କଥା…
ଶିବଲିଙ୍ଗରେ ଚଢ଼ାଯାଉଥିବା ବେଲ ପତ୍ର ଅନେକ ଦିନ ଯାଏଁ ବାସି ହୁଏ ନାହିଁ। ଗୋଟିଏ ବେଲ ପତ୍ରକୁ ବାରମ୍ବାର ଧୋଇ ପୂଜା କରାଯାଇପାରିବ। ଏବେ ଦେଶ ସାରା କରୋନା ଭାଇରସ୍ ଯୋଗୁଁ ଲକଡାଉନ୍ ଚାଲିଛି,ଏପରି ସ୍ଥିତିରେ ପ୍ରତିଦିନ ତାଜା ବେଲ ପତ୍ର ମିଳିବା କଷ୍ଟକର। ତେଣୁ ଏପରି ପରିସ୍ଥିତିରେ ବେଲ ପତ୍ର ଅନେକ ଦିନ ଯାଏଁ ବ୍ୟବହାର କରି ପାରିବେ।
ଧ୍ୟାନ ରଖନ୍ତୁ ଅଷ୍ଟମୀ,ଚତୁର୍ଦ୍ଦଶୀ,ଅମାବାସ୍ୟା ଏବଂ ରବିବାର ବେଲ ପତ୍ର ତୋଳିବା ଅନୁଚିତ୍। ଏହି ବର୍ଜିତ ତିଥିରେ ବେଲ ପତ୍ର ବଜାରରୁ କିଣି ଶିବଙ୍କୁ ଚଢ଼ାଇ ପାରିବେ। ଯଦି ଏହି ତିଥିରେ ବେଲ ପତ୍ର ନ ମିଳେ ତେବେ ପୁରୁଣା ପତ୍ର ଉପଯୋଗ କରି ପାରିବେ।
ଶିବପୁରାଣରେ ବେଲ ଗଛକୁ ଶିବଙ୍କ ସ୍ବରୂପ ବୋଲି କୁହାଯାଇଛି। ଏହାକୁ ଶ୍ରୀବୃକ୍ଷ ମଧ୍ୟ କୁହାଯାଇଛି। ଶ୍ରୀ ଦେବୀ ଲକ୍ଷ୍ମୀଙ୍କ ଏକ ନାଁ। ଏହି କାରଣରୁ ବେଲ ପତ୍ର ପୂଜା କଲେ ଲକ୍ଷ୍ମୀଙ୍କ କୃପା ମିଳିଥାଏ। ଏହି ଗଛର ମୂଳରେ ଗିରିଜା,ଗଣ୍ଡିରେ ମହେଶ୍ବରୀ,ଶାଖାରେ ଦକ୍ଷାୟନୀ,ପତ୍ରରେ ପାର୍ବତୀ,ଫୁଲରେ ଗୌରୀ ଏବଂ ଫଳରେ ଦେବୀ କାତ୍ୟାୟନୀ ବାସ କରିଥାନ୍ତି। ଏହି କାରଣରୁ ଏହି ଗଛର ପୌରାଣିକ ମହତ୍ତ୍ବ ଅତ୍ୟନ୍ତ ଅଧିକ।
ବେଲ ଗଛ ଯୋଗୁଁ ଘରେ ସକରାତ୍ମକତା ବଜାୟ ରହିଥାଏ। ବେଲ ଗଛ ଘରର ଉତ୍ତର-ପଶ୍ଚିମ କୋଣରେ ଲଗାଇବା ଶୁଭ ହୋଇଥାଏ। ଯଦି ଉତ୍ତର-ପଶ୍ଚିମ ଦିଗରେ ଲଗାଇବା ସମ୍ଭବ ନ ହେବ ତେବେ ଏହାକୁ ଘରର ଉତ୍ତର ଦିଗରେ ଲଗା ଯାଇପାରିବ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ