ରାଜ୍ୟ ସ୍ପେଶାଲ ରିପୋର୍ଟ

ଶିଖରଚଣ୍ଡୀ ପାହାଡ଼ର ଜୈବ ବିବିଧତା ନଷ୍ଟ ପ୍ରସଙ୍ଗ: ବିଡିଏ ସଚିବଙ୍କୁ ୫୦୦ ଟଙ୍କା ଜରିମାନା

ଚନ୍ଦ୍ରଶେଖରପୁର: ଶିଖରଚଣ୍ଡୀ ପାହାଡ଼ର ଜୈବ ବିବିଧତା ନଷ୍ଟ ପ୍ରସଙ୍ଗରେ ନ୍ୟାସନାଲ ଗ୍ରିନ୍‌ ଟ୍ରିବ୍ୟୁନାଲ (ଏନ୍‌ଜିଟି)ରେ ଚାଲିଥିବା ଶୁଣାଣିରେ ଭୁଲ ତଥ୍ୟ ଦେଇଥିବାରୁ ବିଡିଏ ସଚିବ କବୀନ୍ଦ୍ର କୁମାର ସାହୁଙ୍କୁ ୫୦୦ ଟଙ୍କା ଜରିମାନା ହୋଇଛି। ଏଥିସହ ବିଡିଏ ପକ୍ଷରୁ ଦାଖଲ କରାଯାଇଥିବା ସତ୍ୟପାଠକୁ ଖାରଜ କରିବା ସହ ପୁନଃ ସଂଶୋଧନ ସତ୍ୟପାଠ ଦାଖଲ କରିବାକୁ ୨୪ଘଣ୍ଟା ସମୟ ଦେଇଛନ୍ତି। ଶିଖରଚଣ୍ଡୀ ପାହାଡ଼ରେ ୱାଟ୍‌କୋ ଦ୍ୱାରା ନିଆଯାଇଥିବା ପାନୀୟ ଜଳ ସଂରକ୍ଷଣ ପ୍ରକଳ୍ପ ସମ୍ପର୍କରେ ଦାଖଲ ହୋଇଥିବା ଏକ ପିଟିସନର ଉତ୍ତରରେ ବିଡିଏ ସଚିବ ଶ୍ରୀ ସାହୁ ଏହି ସତ୍ୟପାଠ ଦାଖଲ କରିଥିଲେ।

ଗତ ୨୭ ତାରିଖରେ ହୋଇଥିବା ଶୁଣାଣି ବେଳେ ଏହି ସତ୍ୟପାଠକୁ ଖଣ୍ଡନ କରିବା ପରେ ଜଷ୍ଟିସ୍‌ ବି. ଅମିତ ଷ୍ଟାଲେକର ଓ ଡ. ଅରୁଣ କୁମାର ବର୍ମା(ବିଶେଷଜ୍ଞ ସଦସ୍ୟ)କହିଛନ୍ତି ଯେ ଆକାଶ ଶୋଭା ବିଲଡିଂ, ସଚିବାଳୟ ମାର୍ଗ, ଭୁବନେଶ୍ବର, ଜିଲ୍ଲା-ଖୋର୍ଦ୍ଧାରେ ସଚିବ ଭାବେ କାର୍ଯ୍ୟ କରୁଥିବା କବୀନ୍ଦ୍ର କୁମାର ସାହୁଙ୍କ ଦ୍ବାରା ଏହି ସତ୍ୟପାଠ ଦାଖଲ କରାଯାଇଛି। କେଉଁ ବିଭାଗ କିମ୍ବା କାର୍ଯ୍ୟାଳୟ ଶ୍ରୀ ସାହୁ ସଚିବ ଅଛନ୍ତି ସେନେଇ ସତ୍ୟପାଠରେ କିଛି ଦର୍ଶାଯାଇ ନାହିଁ। ଏହା ଅତ୍ୟନ୍ତ ଦାୟିତ୍ବହୀନ। ତେଣୁ ୫୦୦ ଟଙ୍କା ଜରିମାନା ସହ ୨୪ ଘଣ୍ଟା ମଧ୍ୟରେ ଏକ ସଂଶୋଧିତ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଉଛି।
ଶ୍ରୀ ସାହୁ ସତ୍ୟପାଠରେ କହିଛନ୍ତି ଯେ ଶିଖରଚଣ୍ଡୀ ମନ୍ଦିର ଏବଂ ଏହାର ପାରିପାର୍ଶ୍ୱିକ ଅଞ୍ଚଳର ପୁନଃନିର୍ମାଣ ପାଇଁ ବିଡିଏ ଯୋଜନା କରିଛି। ଏହି ପ୍ରକଳ୍ପ ପାଇଁ ରାଜ୍ୟ ସରକାର ୩୦ କୋଟି ଟଙ୍କା ମଞ୍ଜୁର କରିସାରିଛନ୍ତି। ଏହି ପାହାଡ଼ଟି ବନ୍ୟଜନ୍ତୁ ଅଭୟାରଣ୍ୟର ଇକୋସେନ୍ସିଟିଭ୍ ଜୋନ୍ ବାହାରେ ବୋଲି ଦର୍ଶାଇଛନ୍ତି।

ସୂଚନା ଅନୁଯାୟୀ ସ୍ଥାନୀୟ ଅଞ୍ଚଳ ବାସିନ୍ଦା ସଚିନ ମହାପାତ୍ର ଦାଖଲ କରିଥିବା ପିଟିସନରେ ଦର୍ଶାଇଛନ୍ତି ଯେ ଶିଖରଚଣ୍ଡୀ ପାହାଡ଼ ଅଞ୍ଚଳ ଚନ୍ଦକା ବନ୍ୟଜନ୍ତୁ ଅଭୟାରଣ୍ୟ ସହିତ ଲାଗିଛି। ପାନୀୟ ଜଳ ସଂରକ୍ଷଣ ପ୍ରକଳ୍ପ ଲାଗି ଏଠାରେ ପଥର ଫଟାଯାଉଛି। ବିସ୍ଫୋରଣ କରାଯିବା ବ୍ୟାପକ ଗଛ କଟାଯିବା ଦ୍ବାରା ଶିଖରଚଣ୍ଡୀ ପାହାଡ଼ରେ ପରିବେଶ କ୍ଷତି ଘଟିଥିବା ନେଇ ଆବେଦନକାରୀ ଅଭିଯୋଗ କରିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।