ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ଭୁବନେଶ୍ବର : ତୁମେମାନେ ଶିକ୍ଷା ବ୍ୟବସ୍ଥାରେ ନିଜକୁ ସମର୍ପିତ କର। ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ଜ୍ଞାନ କ୍ଷେତ୍ରକୁ ବିସ୍ତାର କରିବାରେ ସାହାଯ୍ୟ କର। ଆତ୍ମବିଶ୍ୱାସରେ ନୂତନ ଦୁନିଆରେ ପ୍ରବେଶ ଲାଗି ପ୍ରସ୍ତୁତ କର। ବର୍ତ୍ତମାନ ସମୟରେ ଟେକ୍ନୋଲୋଜିର ବିକାଶ ହେଉଥିବାରୁ ଶିକ୍ଷା କ୍ଷେତ୍ରରେ ବୈଷୟିକ ଜ୍ଞାନର ବ୍ୟବହାର କରିବାକୁ ସରକାରୀ ମହାବିଦ୍ୟାଳୟ, ଶିକ୍ଷକ ପ୍ରଶିକ୍ଷଣ ମହାବିଦ୍ୟାଳୟ ଓ ଅନୁଦାନପ୍ରାପ୍ତ ବେସରକାରୀ ମହାବିଦ୍ୟାଳୟର ନବନିଯୁକ୍ତ ୯୧୪ଜଣ ସହକାରୀ ପ୍ରାଧ୍ୟାପକ, ପ୍ରାଧ୍ୟାପିକା, ଅଧ୍ୟାପକ, ଅଧ୍ୟାପିକାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ବାନ କରିଛନ୍ତି।
ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଦିଗ୍ଦର୍ଶନ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଭର୍ଚୁଆଲ୍ରେ ଯୋଗଦେଇ ପ୍ରାଧ୍ୟାପକ ଓ ଅଧ୍ୟାପକମାନଙ୍କୁ କହିଲେ ଯେ ସମୟ ବଦଳୁଥିବାରୁ ନୂତନ ଟେକ୍ନୋଲୋଜି ବ୍ୟବହାର କର, ଯାହାଦ୍ୱାରା ଛାତ୍ରଛାତ୍ରୀ ବିଶ୍ବର ବିଭିନ୍ନ ସ୍ଥାନରୁ ଜ୍ଞାନ ପାଇପାରିବେ। ଅନୁସନ୍ଧାନ ଓ ନବସୃଜନ କ୍ଷେତ୍ରରେ ଛାତ୍ର-ଶିକ୍ଷକ ଅନୁସନ୍ଧାନକାରୀଙ୍କୁ ଉତ୍ସାହିତ କରିବା ପାଇଁ ‘ଓଡ଼ିଶା ବିଶ୍ୱବିଦ୍ୟାଳୟ ଅନୁସନ୍ଧାନ ଓ ଅଭିନବ ପ୍ରୋତ୍ସାହନ ଯୋଜନା’ ଭଳି ଏକ ଅଭିନବ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଅନଲାଇନ୍ ଓରିଏଣ୍ଟେସନ୍, ରିଫ୍ରେସର ପାଠ୍ୟକ୍ରମ ଭଳି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି।
ଅନ୍ୟମାନଙ୍କ ମଧ୍ୟରେ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ, ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ୫-ଟି ସଚିବ ଭି କେ ପାଣ୍ଡିଆନ୍ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ନବନିଯୁକ୍ତ ପ୍ରାଧ୍ୟାପକ ଓ ଅଧ୍ୟାପକଙ୍କୁ ଦିଗ୍ଦର୍ଶନ ପ୍ରଦାନ କରିଥିଲେ। ଅଧ୍ୟାପକ ପ୍ରକାଶ ସାହୁ, ଅଧ୍ୟାପିକା ସୁଶ୍ରୀ ସାମଲ ଓ ମିସ୍ ଐଶ୍ବର୍ଯ୍ୟା ଚୟନ ପ୍ରକ୍ରିୟା ସମ୍ପର୍କରେ ମତପ୍ରକାଶ କରିଥିଲେ। ଉଚ୍ଚଶିକ୍ଷା ସଚିବ ବିଷ୍ଣୁପଦ ସେଠୀ ସ୍ବାଗତ ଭାଷଣ ଦେଇଥିବା ବେଳେ ବିଭାଗୀୟ ନିର୍ଦ୍ଦେଶକ ଧନ୍ୟବାଦ ଦେଇଥିଲେ। ରାଜ୍ୟର ବିଭିନ୍ନ ମହାବିଦ୍ୟାଳୟରେ ଖାଲିଥିବା ପଦବିଗୁଡ଼ିକରେ ୯୧୪ଜଣ ପ୍ରାଧ୍ୟାପକ ଓ ଅଧ୍ୟାପକଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି। ସେଥିମଧ୍ୟରୁ ୩୨୧ଜଣ ଶିକ୍ଷକ ପ୍ରଶିକ୍ଷଣ ମହାବିଦ୍ୟାଳୟ, ୧୨୬ଜଣ ସରକାରୀ ମହାବିଦ୍ୟାଳୟ ଓ ୪୬୭ଜଣ ଅନୁଦାନପ୍ରାପ୍ତ ବେସରକାରୀ ମହାବିଦ୍ୟାଳୟରେ ନିଯୁକ୍ତି ପାଇଛନ୍ତି।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l