ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

ଶିକ୍ଷା ବିଭାଗର ପରୀକ୍ଷା ପ୍ରହସନ: ପ୍ରଶ୍ନପତ୍ର ସହ ଉତ୍ତର ବୁଲୁଛି

କେନ୍ଦୁଝର : ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ଭାଇରାଲ। ତୃତୀୟରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ବିଷୟରେ ହେବାକୁ ଥିବା ପରୀକ୍ଷାର ପ୍ରଶ୍ନପତ୍ର ଏବଂ ଏଥିସହିତ ଉତ୍ତରପତ୍ର ବି ସାମାଜିକ ଗଣମାଧ୍ୟମରେ ଘୂରି ବୁଲୁଛି। ବିଦ୍ୟାଳୟ ରୂପାନ୍ତରୀକରଣ ଯୋଜନାରେ ସରକାର ବିଦ୍ୟାଳୟ ଭିତ୍ତିଭୂମି ସଜାଡ଼ିବା ପାଇଁ ଅନେକ ଯୋଜନା କରୁଛନ୍ତି। ମାତ୍ର ପରୀକ୍ଷା ନାମରେ କିଭଳି ପ୍ରହସନ ଚାଲିଛି ଏହା ତାହାର ଏକ ଜ୍ବଳନ୍ତ ଉଦାହରଣ।

ରାଜ୍ୟ ସରକାରଙ୍କ ଦ୍ବାରା ଗତ ୧୭ ତାରିଖରୁ ଆରମ୍ଭ ହୋଇଛି ମଧ୍ୟବର୍ତ୍ତୀକାଳୀନ ମାନ ନିର୍ଦ୍ଧାରଣ ପରୀକ୍ଷା। ଏହି ମଧ୍ୟବର୍ତ୍ତୀକାଳୀନ ମାନ ନିର୍ଦ୍ଧାରଣ ପରୀକ୍ଷା ପାଇଁ ଶିକ୍ଷା ବିଭାଗ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ବିଶେଷକରି, ପରୀକ୍ଷା ପୂର୍ବରୁ ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଅଭ୍ୟାସ ପୁସ୍ତିକା ମଧ୍ୟ ଦିଆଯାଇଛି। ଏଥିପାଇଁ ପ୍ରଶ୍ନପତ୍ର ବି ବିଦ୍ୟାଳୟମାନଙ୍କୁ ପଠାଯାଇଛି। ତେବେ ପ୍ରତ୍ୟେକ ବିଷୟର ପରୀକ୍ଷା ପୂର୍ବରୁ ସାମାଜିକ ଗଣମାଧ୍ୟମରେ ପ୍ରଶ୍ନପତ୍ର ସହିତ ଉତ୍ତର ମିଳିଯାଉଛି।

ଦୃଷ୍ଟାନ୍ତ ସ୍ବରୂପ ଆଜି ଅର୍ଥାତ୍‌ ୧୯ ତାରିଖ ୧୦ଟା ବେଳେ ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ପରୀକ୍ଷା ହେବ। କିନ୍ତୁ, ଏହି ପ୍ରଶ୍ନପତ୍ର ଏବଂ ଉତ୍ତରପତ୍ର ଏବେ ୟୁଟ୍ୟୁ‌ବରେ। ବାଲିଆ ମାଟି କେଉଁ ଫସଲ ପାଇଁ ଉପଯୁକ୍ତ ପ୍ରଶ୍ନଠୁ ଆରମ୍ଭ କରି ବର୍ଷା ଦିନେ ଚାଷ କରାଯାଉଥିବା ଫସଲର ନାମ କ’ଣ ଭଳି ପ୍ରଶ୍ନ ସହିତ ଉତ୍ତର ବି ମିଳୁଛି । ଖାଲି ନବମ ଶ୍ରେଣୀ ନୁହେଁ, ଅଷ୍ଟମ ଶ୍ରେଣୀର ପ୍ରଶ୍ନପତ୍ର ମଧ୍ୟ ମିଳୁଛି। ଅଷ୍ଟମ ଶ୍ରେଣୀର ଆସନ୍ତାକାଲି ବିଜ୍ଞାନ ପରୀକ୍ଷା ଅଛି। ଏହି ବିଜ୍ଞାନ ପରୀକ୍ଷା ପାଇଁ ବିଦ୍ୟାଳୟଗୁଡିକୁ ଆସୁଥିବା ପ୍ରଶ୍ନପତ୍ରର ଅବିକଳ ନକଲ ସହିତ ଉତ୍ତର ଏବେ ୟୁଟ୍ୟୁବ୍‌ରେ ଆଗୁଆ ମିଳୁଛି। ଏଠାରେ ଏକ ପ୍ରଶ୍ନ ଅଛି ‘ତୁମକୁ ଜ୍ବର ହେଲେ ମୋ ଦ୍ବାରା ଜ୍ବର ମପାଯାଏ, ତା’ହେଲେ ମୋର ନାମ କ’ଣ? ସେହିପରି ମାଠିଆ-ହାଣ୍ଡି-ଦୀପ-ମାଟି ମଧ୍ୟରେ ଅଲଗା ଶବ୍ଦ ବାଛିବା ଭଳି ପ୍ରଶ୍ନ ରହିଛି। ବିଦ୍ୟାର୍ଥୀ ଏଜୁକେସନଠୁ ଆରମ୍ଭ କରି ଏସ୍‌ଏସ୍‌ ଷ୍ଟଡି ସେଣ୍ଟର ଭଳି ଏକାଧିକ ୟୁଟ୍ୟୁବ ଚ୍ୟାନେଲରେ ଏହି ପ୍ରଶ୍ନପତ୍ର ଏବଂ ଉତ୍ତର ମିଳୁଛି।

ଏହି ପ୍ରଶ୍ନପତ୍ର ଓ ଉତ୍ତର ଠିକ୍‌ କିମ୍ବା ଭୁଲ ଜାଣିବା ପାଇଁ ଆମେ ଏହାର ଅନୁସନ୍ଧାନ ମଧ୍ୟ କରିଥିଲୁ। ଅନୁସନ୍ଧାନ ବେଳେ ଏହା ସଂପୂର୍ଣ୍ଣ ଠିକ୍‌ ବୋଲି ଜଣାପଡ଼ିଛି। ତେବେ କଥା ଉଠୁଛି, ଯଦି ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ଲିକ୍‌ କରାଯାଇ ଏହାର ଉତ୍ତର ସୋସିଆଲ ମିଡିଆରେ ମିଳିବ ଏବଂ ଶିକ୍ଷା ବିଭାଗ ଏହା ଜାଣିବା ସତ୍ତ୍ବେ ଚୁପ୍‌ ରହିବ, ତେବେ ବର୍ଷସାରା ପରିଶ୍ରମ କରି ଛାତ୍ରଛାତ୍ରୀମାନେ କାହିଁକି ପାଠ ପଢ଼ିବେ?

ଶିକ୍ଷାବିତ୍‌ମାନଙ୍କ କହିବା କଥା ହେଉଛି, ସରକାର ଗୁଣାତ୍ମକ ପାଠପଢ଼ା ପ୍ରତି ଆଦୌ ଚିନ୍ତିତ ନାହାନ୍ତି। ଏକ ଶୃଙ୍ଖଳିତ ପରୀକ୍ଷା ପାଇଁ ଯେଭଳି ବ୍ୟବସ୍ଥା କରିବା କଥା ଏବଂ ପ୍ରଶ୍ନପତ୍ର ଯେଭଳି ସୁରକ୍ଷିତ ଢଙ୍ଗରେ ରହିବା କଥା, ତାହା କରୁନାହାନ୍ତି। ଯାହା ଫଳରେ ଏଭଳି ବିଭ୍ରାଟ ହେଉଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

ଶିକ୍ଷା ଓ ନିଯୁକ୍ତି

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା, ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ହାଇକୋର୍ଟ

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା ପ୍ରସଙ୍ଗରେ ହାଇକୋର୍ଟରେ ଶୁଣାଣି ହୋଇଛି । ଗଣଶିକ୍ଷା ବିଭାଗର ସ୍ପଷ୍ଟ ମତ ଲୋଡିଛନ୍ତି ହାଇକୋର୍ଟ । କେତେ ପ୍ରତିଶତ ଫି’କମାଯାଇପାରିବ
ଶିକ୍ଷା ଓ ନିଯୁକ୍ତି

ଷ୍ଟାର୍ସ ପ୍ରୋଜେକ୍ଟକୁ କେନ୍ଦ୍ରର ମଞ୍ଜୁରି, ଖର୍ଚ୍ଚ ହେବ 5718 କୋଟି ଟଙ୍କା

ଆରମ୍ଭ ହେବ ଷ୍ଟାର୍ସ ପ୍ରୋଜେକ୍ଟ। ଶିକ୍ଷା ମନ୍ତ୍ରାଳୟର ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଅଧିନରେ କେନ୍ଦ୍ର ପ୍ରାୟୋଜିତ ନୂତନ ଯୋଜନାରେ ଏହାକୁ ଆରମ୍ଭ କରାଯିବ। 6ଟି