ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

ଶିକ୍ଷକ-ଶିକ୍ଷୟତ୍ରୀଙ୍କ ନିଆରା ପ୍ରୟାସ, ନିଜ ଦରମାରୁ ଅର୍ଥ ସଂଗ୍ରହ କରି ପାଳିଲେ ୨୬ ଛାତ୍ରଛାତ୍ରୀଙ୍କ ଜନ୍ମଦିନ

ମୋହନା ୨୯।୦୯ : ଶିକ୍ଷକ-ଶିକ୍ଷୟତ୍ରୀଙ୍କ ନିଆରା ପ୍ରୟାସ l ନିଜ ଦରମାରୁ କିଛି ଟଙ୍କା ସଂଗ୍ରହ କରି ପାଳିଲେ ୨୬ ଜଣ ଛାତ୍ରଛାତ୍ରୀଙ୍କ ଜନ୍ମଦିନ l ଗଜପତି ଜିଲ୍ଲା ଆର ଉଦୟଗିରି ବ୍ଲକ ଅବାରସିଂ ପଞ୍ଚାୟତର କେଏମ ଭାଲିଆସାହି ସରକାରୀ ଉଚ୍ଚ ବିଦ୍ୟାଳୟରେ ଏମିତି କିଛି ଚିତ୍ର ଦେଖିବାକୁ ମିଳିଛି ।

ଖବର ଅନୁଯାୟୀ, ଆଦିବାସୀ ଅଧ୍ୟୁସିତ ଗ୍ରାମାଞ୍ଚଳର ପିଲାମାନେ ନିଜ ପରିବାରକୁ ଛାଡି ଆଶ୍ରମ ବିଦ୍ୟାଳୟରେ ପାଠପଢୁଥିବା ବେଳେ ପ୍ରଥମ ଥର ବିଦ୍ୟାଳୟରେ ସମୂହ ଜନ୍ମଦିନ ପାଳନ ଉତ୍ସବ କରାଯାଇଛି । ପିଲାଙ୍କ ଜନ୍ମଦିନ ପାଇଁ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀମାନେ ନିଜ ଦରମାରୁ ସଂଗୃହୀତ କିଛି ଅର୍ଥ ବିନିମୟରେ କେକ୍ କାଟି , ମିଠା ଖୁଆଇ ପାଳନ କରିଛନ୍ତି ଜନ୍ମଦିନ ଉତ୍ସବ । ଯାହାକୁ ନେଇ ଉତ୍ସବ ମୁଖର ହୋଇଛି ବିଦ୍ୟାଳୟ ପରିବେଶ l ଉଭୟ ପିଲାମାନଙ୍କ ସହ ଶିକ୍ଷକ ଶିକ୍ଷୟତ୍ରୀ ବେଶ ଖୁସି ଥିବା ଦେଖିବାକୁ ମିଳିଛି । ପିଲାଙ୍କ ଜନ୍ମ ଦିନ ପାଳନ ପାଇଁ ବିଦ୍ୟାଳୟ ସାଜସଜା କରାଯାଇଥିଲା l ସ୍କୁଲର ସଂସ୍କୃତ ଶିକ୍ଷକ ଓ ହିନ୍ଦୀ ଶିକ୍ଷୟତ୍ରୀ ପିଲାଙ୍କୁ ଜୋତା, ଡ୍ରେସ ପ୍ରଦାନ କରିଥିଲେ l ଛାତ୍ରଛାତ୍ରୀ ଓ ଶିକ୍ଷକ-ଶିକ୍ଷୟତ୍ରୀଙ୍କ ମଧ୍ୟରେ ଏଭଳି ନିଆରା ସଂପର୍କ ଦେଖିବାକୁ ମିଳିଛି। ଯାହାକୁ ନେଇ ଏବେ ପ୍ରଂଶସାର ସୁଅ ଛୁଟିଛି । ବିଦ୍ୟାଳୟରେ ଅଧ୍ୟୟନରତ ୨୬ ଜଣ ଛାତ୍ରଛାତ୍ରୀଙ୍କ ଅଗଷ୍ଟ ମାସର ବିଭିନ୍ନ ତାରିଖରେ ପଡ଼ୁଥିବା ଜନ୍ମଦିନ ହେତୁ ସମୁହ ଭାବେ ପାଳନ କରାଯାଇଥିବା ସୂଚନା ଦେଇଛନ୍ତି ବିଦ୍ୟାଳୟର ପ୍ରଧାନ ଶିକ୍ଷକ l

NewsLaxmi7

About Author

You may also like

ଶିକ୍ଷା ଓ ନିଯୁକ୍ତି

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା, ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ହାଇକୋର୍ଟ

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା ପ୍ରସଙ୍ଗରେ ହାଇକୋର୍ଟରେ ଶୁଣାଣି ହୋଇଛି । ଗଣଶିକ୍ଷା ବିଭାଗର ସ୍ପଷ୍ଟ ମତ ଲୋଡିଛନ୍ତି ହାଇକୋର୍ଟ । କେତେ ପ୍ରତିଶତ ଫି’କମାଯାଇପାରିବ
ଶିକ୍ଷା ଓ ନିଯୁକ୍ତି

ଷ୍ଟାର୍ସ ପ୍ରୋଜେକ୍ଟକୁ କେନ୍ଦ୍ରର ମଞ୍ଜୁରି, ଖର୍ଚ୍ଚ ହେବ 5718 କୋଟି ଟଙ୍କା

ଆରମ୍ଭ ହେବ ଷ୍ଟାର୍ସ ପ୍ରୋଜେକ୍ଟ। ଶିକ୍ଷା ମନ୍ତ୍ରାଳୟର ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଅଧିନରେ କେନ୍ଦ୍ର ପ୍ରାୟୋଜିତ ନୂତନ ଯୋଜନାରେ ଏହାକୁ ଆରମ୍ଭ କରାଯିବ। 6ଟି