ଅପରାଧ ରାଜ୍ୟ

ଶିକ୍ଷକଙ୍କୁ ନିର୍ମମ ହତ୍ୟା ମାମଲା: ସନ୍ଦିଗ୍ଧ ଯୁବକଙ୍କ ଥାନାରେ ଆତ୍ମହତ୍ୟା ଉଦ୍ୟମ

କୁଚିଣ୍ଡା : ରବିବାର ଦିନ ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଥାନାରେ ଏକ ଅଭାବନୀୟ ଘଟଣା ଘଟିଛି। ଏହି ଥାନା ଅନ୍ତର୍ଗତ ମନ୍ତ୍ରୀମୁଣ୍ଡା ସ୍କୁଲର ଶିକ୍ଷକ ପୃଥ୍ବୀରାଜ ମହାନନ୍ଦଙ୍କୁ ହତ୍ୟା ସନ୍ଦେହରେ ଥାନା‌ରେ ଅଟକଥିବା ଜଣେ ଯୁବକ ସୁଧାଂଶୁ କୁସୁମ ତଣ୍ଟିକାଟି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାରକରି ବୁର୍ଲା ଭିମ୍‌ସାର୍‌ରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ, ମହୁଲପାଲି ଥାନା କୁଚୁଲାପାଲି ଗାଁର ମୂଳନିବାସୀ ପୃଥ୍ବୀରାଜ କୁଚିଣ୍ଡା ସହର ୱାର୍ଡ ନଂ ୭ରେ ସରକାରୀ ଜମିରେ ନିର୍ମିତ ଏକ ଘରେ ରହୁଥିଲେ। ନିକଟସ୍ଥ ମନ୍ତ୍ରୀମୁଣ୍ଡା ଗାଁ ସ୍କୁଲରେ ଶିକ୍ଷକତା କରୁଥିଲେ। ଗତ ୪ ତାରିଖ ଶୁକ୍ରବାର ଅପରାହ୍‌ଣରେ ଘରୁ ବାହାରି ଆଉ ଫେରିନଥିଲେ। ଶନିବାର ସକାଳେ ତାଙ୍କର ମୃତଦେହ ଖର୍ଲା ବାଇପାସ୍ ବ୍ରିଜ୍‌ ନିକଟରୁ ମିଳିଥିଲା। କୁଚିଣ୍ଡା ପୁଲିସ ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଥିଲା। ଘଟଣାସ୍ଥଳରୁ ପୁଲିସ ଶିକ୍ଷକଙ୍କ ମୋବାଇଲ ଫୋନ୍‌ ଜବତ କରିଥିଲା। ଶିକ୍ଷକଙ୍କ ସହିତ ବାର୍ତ୍ତାଳାପ ହୋଇଥିବା କିଛି ଯୁବକଙ୍କୁ ପୁଲିସ ଥାନାକୁ ଉଠାଇ ଆଣି ପଚରାଉଚରା ଚଳାଇଛି। ସେଥିମଧ୍ୟରୁ ପତ୍ରାପାଲି ଗ୍ରାମର ସୁଧାଂଶୁ କୁସୁମ(୩୦)ଙ୍କୁ ମଧ୍ୟ ପୁଲିସ ଆଣି ପଚରାଚଉରା କରୁଥିଲା।

ରବିବାର ଅପରାହ୍‌ଣ ୩ଟାରେ ସୁଧାଂଶୁ ଝାଡ଼ା ଯିବା ପାଇଁ କହି ଥାନା ବାଥରୁମ୍‌କୁ ଯାଇଥିଲେ। ବାଥ୍‌ରୁମ୍‌ ଭିତରେ ସ୍କାଇଲାଇଟ୍‌ରେ ଲାଗିଥିବା କାଚ ଭାଂଗି ତଣ୍ଟି କାଟି ଆତ୍ମହତ୍ୟା ଉଦ୍ୟମ କରିଥିଲେ। ସେ ବାଥରୁମ୍‌ରୁ ନ ବାହାରିବାରୁ ଦାୟିତ୍ୱରେ ଥିବା କନେଷ୍ଟବଳ ବାଥରୁମ୍‌କୁ ଯାଇଥିଲେ। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ସେ ପଡ଼ିଥିବା ଦେଖି ତୁରନ୍ତ ଥାନା ଅଧିକାରୀଙ୍କୁ ଖବର ଦେଇଥିଲେ। ସୁଧାଂଶୁଙ୍କୁ ତୁରନ୍ତ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପ୍ରଥମେ କୁଚିଣ୍ଡା ଉପଖଣ୍ଡ ଡାକ୍ତରଖାନାକୁ ନିଆଯାଇଥିଲା। ଅବସ୍ଥା ଉଦ୍‌ବେଗଜନକ ହେବାରୁ ତାଙ୍କୁ ବୁର୍ଲା ଭିମ୍‌ସାରକୁ ସ୍ଥାନାନ୍ତର କରାଯାଇଥିଲା। ଅପରପକ୍ଷରେ ପୁଲିସ କର୍ମଚାରୀଙ୍କ ଅବହେଳା ଯୋଗୁ ଆଜି ଥାନା ପରିସରରେ ଏଭଳି ଘଟିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।