ଦେଶ ବିଦେଶ ମନୋରଞ୍ଜନ

ଶାହାରୁଖ ହଟାଇଲେ ୨୫ ଲକ୍ଷର ନୂଆ ‘ମନ୍ନତ’ ନେମ୍‌ପ୍ଲେଟ୍‌, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ ୨୮ ।୦୫ : ଶାହରୁଖ ଖାନଙ୍କ ଘର ମନ୍ନତ କିଛି ଦିନ ପୂର୍ବରୁ ବହୁ ଚର୍ଚ୍ଚାରେ ଥିଲେ। ଏହି ଆଲୋଚନାର କାରଣ ଥିଲା ତାଙ୍କ ଘରର ନୂଆ ନେମ୍‌ ପ୍ଲେଟ୍ । ଅନେକ ୟୁଜର୍ସ ସୋସିଆଲ ମିଡିଆରେ ତାଙ୍କ ଘରେ ନୂଆ ନେମ୍‌ପ୍ଲେଟର ଫଟୋ ସେୟାର କରିଥିଲେ। କୁହାଯାଇଥିଲା ଯେ ତାହାର ମୂଲ୍ୟ ପ୍ରାୟ ୨୫ ଲକ୍ଷ ଟଙ୍କା ରହିଛି। ତେବେ ବର୍ତ୍ତମାନ କୁହାଯାଉଛି ଯେ ଶାହରୁଖ ଖାନଙ୍କ ଘରର ନୂଆ ନାମପ୍ଲେଟ ଆଉ ନାହିଁ। ଶାହାରୁଖଙ୍କ ଟିମ୍‌ ନେମ୍‌ପ୍ଲେଟକୁ ଅସ୍ଥାୟୀ ଭାବେ ହଟାଇ ଦେଇଛନ୍ତି। ହଟାଇବା ପଛର କାରଣ ହେଉଛି ନେମ୍‌ପ୍ଲେଟ୍‌ରୁ ଗୋଟିଏ ହୀରା ତଳେ ଗଳିପଡିଛି।

ମିଡିଆ ରିପୋର୍ଟ ଅନୁଯାୟୀ, “ନେମ୍‌ପ୍ଲେଟରୁ ଏକ ହୀରା ଖସିଯାଇଥିବାରୁ ଏହାକୁ ମରାମତି ପାଇଁ ହଟାଇ ଦିଆ ଯାଇଛି। ଏହା ଘର ଭିତରେ ରଖାଯାଇଛି। ଏହି ନେମପ୍ଲେଟ୍ ଘରର ବଗିଚାରେ ରଖାଯାଇଛି ଏବଂ ଏହାର ମରାମତି ପରେ ଏହାକୁ ପୁଣି ମନ୍ନତ ବାହାରେ ରଖାଯିବ। କୁହାଯାଉଛି କି ” ଏହି ନେମ୍‌ପ୍ଲେଟକୁ ଶାହାରୁଖଙ୍କ ପତ୍ନୀ ଗୌରୀ ଖାନ୍‌ ଡିଜାଇନ୍ କରିଥିଲେ ।

ଶାହରୁଖ ଖାନ ଘରର ସାଜସଜ୍ଜା ଏବଂ ଡିଜାଇନ୍ ବିଷୟରେ କେବେ ମୁଣ୍ଡ ପୁରାନ୍ତି ନାହିଁ । କାହିଁକି ନା ଗୌରୀ ଖାନ୍‌ ଏ ସବୁର ଡିଜାଇନ୍‌ ଦିଅନ୍ତି । ସେ ଯାହା ନିଷ୍ପତ୍ତି ନିଅନ୍ତି ପରିବାର ଖୁସିରେ ଗ୍ରହଣ କରନ୍ତି ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ