ଦେଶ ବିଦେଶ

ଶାହାଜାହାନଙ୍କୁ ଗିରଫ କର: ହାଇକୋର୍ଟ

କୋଲକାତା: ସନ୍ଦେଶଖାଲିରେ ଅନେକ ମହିଳାଙ୍କ ଦ୍ୱାରା ଯୌନ ନିର୍ଯାତନା ଏବଂ ଜମି ହଡ଼ପ ଅଭିଯୋଗରେ ଟିଏମସି ନେତା ଶେଖ ଶାହାଜାହାନଙ୍କୁ ତୁରନ୍ତ ଗିରଫ କରିବାକୁ ସୋମବାର କଲିକତା ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଶେଖଙ୍କୁ ଗିରଫ କରିବାରେ ସରକାରଙ୍କ ନିଷ୍କ୍ରିୟତାକୁ ନେଇ କୋର୍ଟ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ସରକାର ଉପରେ ପ୍ରବଳ ବର୍ଷିଛନ୍ତି। ୪ ବର୍ଷ ପୂର୍ବେ ଏହି ଘଟଣା ଘଟିଥିବା ଦର୍ଶାଇ ଅଦାଲତ ଏ ସମ୍ପର୍କରେ କର୍ତ୍ତୃପକ୍ଷଙ୍କ ନିଷ୍କ୍ରିୟତାକୁ କଡ଼ା ସମାଲୋଚନା କରିଛନ୍ତି।

ହାଇକୋର୍ଟ କହିଛନ୍ତି, ଆଶ୍ଚର୍ଯ୍ୟର କଥା ହେଉଛି ଏହି ଅଞ୍ଚଳରେ ଘଟିଥିବା ଘଟଣା ନେଇ ୪ ବର୍ଷ ତଳେ ରାଜ୍ୟ ପୁଲିସକୁ ଖବର ଦିଆଯାଇଥିଲା ଏବଂ ମାମଲାଗୁଡ଼ିକ ୪୨ଟି ଚାର୍ଜସିଟ୍‌ରେ ପରିଣତ ହେବାକୁ ୪ ବର୍ଷ ସମୟ ଲାଗିଛି। ଅଦାଲତ ଆହୁରି ମଧ୍ୟ କହିଛନ୍ତି ଯେ, ସରକାରଙ୍କ ନିଷ୍କ୍ରିୟତାରୁ ଗିରଫଦାରି ଉପରେ ଅନ୍ତରୀଣ ସ୍ଥଗିତାଦେଶ ଦିଆଯାଇଥିବା ଭଳି ଭୁଲ୍‌ ଧାରଣା ସୃଷ୍ଟି ହୋଇଛି। କିନ୍ତୁ ଏଭଳି କୌଣସି ସ୍ଥଗିତାଦେଶ ଦିଆଯାଇ ନାହିଁ। ତେଣୁ ତୁରନ୍ତ ଶେଖ ଶାହାଜାହାନଙ୍କୁ ଗିରଫ କରାଯାଉ ବୋଲି ଖଣ୍ଡପୀଠ କହିଛନ୍ତି। ଶେଖ ଶାହାଜାହାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ଖବରକାଗଜରେ ସର୍ବସାଧାରଣ ବିଜ୍ଞପ୍ତି ଜାରି କରିବାକୁ ମଧ୍ୟ ଅଦାଲତ ଅଧିକାରୀମାନଙ୍କୁ କହିଛନ୍ତି। ଧାରା ୧୪୪ ଅନୁଯାୟୀ କଟକଣା ସତ୍ତ୍ୱେ ରାଜନେତାମାନେ ଏହି ଅଞ୍ଚଳକୁ ଯିବା ପ୍ରସଙ୍ଗରେ ଅଦାଲତ ପ୍ରଶ୍ନ କରିଛନ୍ତି, ଲୋକମାନେ ଉତ୍ତେଜିତ ଥିବା ବେଳେ ଶହ ଶହ ଲୋକ ସେଠାକୁ ଯିବାର ଆବଶ୍ୟକତା କ’ଣ? ଏହି ମାମଲାର ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ ୪ ତାରିଖରେ ହେବ।

ଚଳିତ ମାସ ପ୍ରାରମ୍ଭରେ ଅନେକ ମହିଳା ତୃଣମୂଳ ନେତା ଶାଜାହାନ ଶେଖ ଏବଂ ତାଙ୍କ ସମର୍ଥକଙ୍କ ବିରୋଧରେ ଯୌନ ନିର୍ଯାତନା ଏବଂ ଜମି ହଡ଼ପ ଅଭିଯୋଗ ଆଣିବା ପରେ ସନ୍ଦେଶଖାଲିରେ ବିକ୍ଷୋଭ ଆରମ୍ଭ ହୋଇଥିଲା। ଗତ ଜାନୁଆରି ୫ ତାରିଖରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଧିକାରୀଙ୍କ ଉପରେ ହୋଇଥିବା ଆକ୍ରମଣ ପରଠାରୁ ଶାହାଜାହାନ ନିଖୋଜ ଅଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ