ଦେଶ ବିଦେଶ ରାଜନୀତି

ଶାସକ ମେଣ୍ଟରେ କନ୍ଦଳ ତେଜୁଛି: ଉଦ୍ଧବ ଗୋଷ୍ଠୀରେ ଯୋଗ ଦେଇପାରନ୍ତି ୧୫ ଶିବସେନା ବିଧାୟକ

ମୁମ୍ବାଇ: ମହାରାଷ୍ଟ୍ର ଶାସକ ମେଣ୍ଟରେ ଏବେ ବଡ଼ ଧରଣର କନ୍ଦଳ ଆରମ୍ଭ ହୋଇଯାଇଛି। ଅଜିତ ପାୱାରଙ୍କ ନେତୃତ୍ବରେ ୮ ଜଣ ଏନ୍‌ସିପି ବିଧାୟକ ସରକାରରେ ସାମିଲ ହେବା ଘଟଣାକୁ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ବିଶ୍ବସ୍ତ ନେତାମାନେ ସହଜରେ ଗ୍ରହଣ କରିପାରୁନାହାନ୍ତି। ସେମାନେ ଏହି କାରଣ ପାଇଁ ଅସନ୍ତୁଷ୍ଟ ଥିବା ଜଣାପଡ଼ିଛି। ଏaନ୍‌ସିପିକୁ ନେଇ ବିଜେପିର ରଣନୀତିକୁ ସିନ୍ଦେ ଗୋଷ୍ଠୀ ବିଧାୟକମାନେ ବିରୋଧ କରିବା ଆରମ୍ଭ କରିଛନ୍ତି। ସିନ୍ଦେ ଗୋଷ୍ଠୀର ବିଧାୟକ ସଂଜୟ ସିର୍‌ସତ କହିଛନ୍ତି, ଆମେମାନେ ସବୁବେଳେ ଏନ୍‌ସିପିକୁ ବିରୋଧ କରୁ ଏବଂ ଆଜି ମଧ୍ୟ ଆମେ ଶରଦ ପାୱାରଙ୍କୁ ବିରୋଧ କରୁଛୁ। ଏନ୍‌ସିପି ସରକାରରେ ସାମିଲ ହେବାପରେ ଆମ ଗୋଷ୍ଠୀର ନେତାମାନେ ସେମାନଙ୍କ ଇଚ୍ଛା‌ ଅନୁଯାୟୀ ପଦବି ପାଇନପାରନ୍ତି। ଏହି କାରଣ ପାଇଁ ସେମାନେ ଅସନ୍ତୁଷ୍ଟ ଅଛନ୍ତି ବୋଲି ସେ କହିଛନ୍ତି। ସିନ୍ଦେ ସେନା ବିଧାୟକମାନେ ଏହି ବିବାଦର ସମାଧାନ ପାଇଁ ଏକନାଥ ସିନ୍ଦେ ଓ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସଙ୍କୁ ଅନୁରୋଧ କରିଛନ୍ତି ବୋଲି ସେ କହିଛନ୍ତି।

ଉଦ୍ଧବ ଠାକ୍‌ରେ ମୁଖ୍ୟମନ୍ତ୍ରୀ ଥିବାବେଳେ ଏନ୍‌ସିପି ହିଁ ଅସଲରେ ସରକାର ପରିଚାଳନା କରୁଥିଲା ବୋଲି ଅସନ୍ତୁଷ୍ଟ ବିଧାୟକମାନେ କହିଛନ୍ତି। ଏବେ ଏକନାଥ ସିନ୍ଦେ ଉକ୍ତ ପ୍ରସଙ୍ଗ‌ରେ ଯଥାଶୀଘ୍ର ନିଷ୍ପତ୍ତି ନିଅନ୍ତୁ ବୋଲି ସେମାନେ ଦାବି କରିଛନ୍ତି। କେତେକ ସୂତ୍ରରୁ ଜାଣିବାକୁ ମିଳିଛି ଯେ ସିନ୍ଦେ ଗୋଷ୍ଠୀର ପ୍ରାୟ ୧୫ ଜଣ ବିଧାୟକ ଶିବସେନା(ୟୁବିଟି) ଗୋଷ୍ଠୀରେ ଯୋଗ ଦେଇପାରନ୍ତି। ଯେଉଁମାନେ ୨୦୨୨ ଜୁନ୍‌ରେ ଉଦ୍ଧବଙ୍କ ବିରୋଧରେ ବିଦ୍ରୋହ କରିଥିଲେ ସେମାନେ ଏବେ ପୁଣି ତାଙ୍କ ପାଖକୁ ଫେରିବାପାଇଁ ଚାହିଛନ୍ତି। ୨ ଜଣ ଶିବସେନା ବିଧାୟକ ନିଜର ନାଁ ପ୍ରକାଶ ନକରି ଏନେଇ ଦାବି କରିଛନ୍ତି। ଏହି ୧୫ ଜଣଙ୍କ ମଧ୍ୟରେ ପ୍ରମୁଖ ହେଉଛନ୍ତି ଶିବସେନା ମୁଖ୍ୟ ସଚେତକ ଭରତ ଗୋଗାୱଲେ, ସଂଜୟ ରାଥୋଡ଼, କ୍ୟାବିନେଟ ମନ୍ତ୍ରୀ ଗୁଲାବରାଓ ପାଟିଲ, ସଂଜୟ ସିର୍‌ସତ ଏବଂ ସନ୍ଦୀପନ ଭୁମରେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ
କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର