ମନୋରଞ୍ଜନ ରାଜ୍ୟ ସ୍ପେଶାଲ ରିପୋର୍ଟ

ଶାଶୂ ଘର ଛାଡିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ, ୩୦ ସୁଦ୍ଧା ଘର ଛାଡିବାକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ

କଟକ ୦୨। ୧୦ : ଅନୁଭବ-ବର୍ଷା ପାରିବାରିକ ବିବାଦ ମାମଲା । ଶେଷରେ ଶାଶୂ ଘର ଛାଡିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ରବିବାର ସକାଳୁ କଟକ ସ୍ଥିତ ଶାଶୂ ଘର ଛାଡିଛନ୍ତି ଅଭିନେତ୍ରୀ ବର୍ଷା । କୋର୍ଟଙ୍କ ନିର୍ଦ୍ଦେଶ ପରେ ସେ ଏପରି ନିଷ୍ପତ୍ତି ନେଇଛନ୍ତି ।

ଖବର ଅନୁଯାୟୀ, ଅକ୍ଟୋବର ୩୦ ତାରିଖ ସୁଦ୍ଧା ଶାଶୂ ଘର ଛାଡିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଏହିପ୍ରରିପେକ୍ଷୀରେ ଏବେ ସେ ଘର ଛାଡିଛନ୍ତି । ତେବେ କୋର୍ଟରେ ଚାଲିଥିବା ସ୍ୱାମୀ-ସ୍ତ୍ରୀଙ୍କ ପାରିବାରିକ ବିବାଦରେ ଅନୁଭବଙ୍କୁ ବଡ ଆଶ୍ବସ୍ତି ମିଳିଛି । କାରଣ ସେ ଦୀର୍ଘଦିନ ହେଲା ଚାହୁଁଥିଲେ ଯେ, ତାଙ୍କ ପତ୍ନୀ ଶାଶୂ ଘର ତୁରନ୍ତ ଛାଡନ୍ତୁ ।

ସୂଚନାଯୋଗ୍ୟ ଯେ, ଗତ ୨୭ ତାରିଖରେ ଉଭୟ ବର୍ଷା-ଅନୁଭବ କାଉନସେଲିଂ ପାଇଁ ପରିବାର କୋର୍ଟରେ ହାଜର ହୋଇଥିଲେ । କିନ୍ତୁ ଅନୁଭବଙ୍କ ପକ୍ଷରୁ ଆଉ ଆପୋଷ ବୁଝାମଣାର ଆବଶ୍ୟକ ନାହିଁ ବୋଲି କୋର୍ଟରେ ଜଣାଇଥିଲେ । ସେପଟେ ବର୍ଷାଙ୍କ ପକ୍ଷରୁ କୋର୍ଟକୁ କୁହାଯାଇଥିଲା କି, ମାନ୍ୟବର କୋର୍ଟ ଯାହା ବି ନିର୍ଦ୍ଦେଶ ଦେବେ , ତାକୁ ଆମେ ପାଳନ କରିବୁ ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ