ଅପରାଧ ରାଜ୍ୟ

ଶାଳକଙ୍କୁ ଗାଡି ଚଢାଇ ହତ୍ୟା ଉଦ୍ୟମ ଘଟଣା : ଅଭିଯୁକ୍ତ ଆଇନଜୀବୀ ଭିଣୋଇ ଗିରଫ

ସମ୍ବଲପୁର ୧୯।୭: ସମ୍ବଲପୁର କଚେରୀ ଛକରେ ନିଜ ଶାଳକଙ୍କୁ ଗାଡି ଚଢାଇ ମାରିବାକୁ ଉଦ୍ୟମ ଘଟଣାରେ ଅଭିଯୁକ୍ତ ଭିଣୋଇ ପଞ୍ଚାନନ ଦାସ ଗିରଫ । ଅଭିଯୁକ୍ତ ଜଣକ ଆଇନଜୀବୀ ହୋଇଥିବାରୁ ତାଙ୍କୁ ସମ୍ବଲପୁର ବାର୍ ଆସୋସିଏସନରୁ ନିଲମ୍ବିତ କରାଯାଇଛି । ଏନେଇ ବାର୍ ଆସୋସିଏସନ୍ ଏକ ପତ୍ର ନୋଟିସ ମାଧ୍ୟମରେ ଜଣାଇଛି । ତେବେ ଅଭିଯୁକ୍ତ ଜଣକ ସେହି ସମୟରେ ନିଜ ଶ୍ବଶୁରଙ୍କୁ ମଧ୍ୟ ଗାଡି ଚଢାଇ ମାରିବାକୁ ଉଦ୍ୟମ କରିଥିଲେ ।

ପାରିବାରିକ ଗଣ୍ଡଗୋଳ ପାଇଁ ବାର୍ ସଭାପତିଙ୍କୁ ତାଙ୍କ ଶଳା ସୌମ୍ୟ ଦାସ, ଶ୍ବଶୁର ଓ ସ୍ତ୍ରୀ ଚିନ୍ମୟୀ ମହାପାତ୍ର ଭେଟିବାକୁ ଆସିଥିଲେ । ଏହି ସମୟରେ ଅଭିଯୁକ୍ତ ଭିଣୋଇ ଗାଡି ଚଢାଇ ମାରିବାକୁ ଉଦ୍ୟମ କରିଥିଲେ । ତେବେ ଏଥିରେ ଅନ୍ୟ କିଛି ଜଣ ମଧ୍ୟ ଆହତ ହୋଇଛନ୍ତି । ପୂର୍ବରୁ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ କଳହ ଯୋଗୁଁ ସ୍ତ୍ରୀ ୬ ମାସ ହେଲା ବାପଘରେ ରହୁଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।