ମୟୁର ଆମର ଜାତୀୟ ପକ୍ଷୀ ଦେଖିବାକୁ ବି ଖୁବ୍ ସୁନ୍ଦର। ମୟୁର ବିଷୟରେ ସମସ୍ତେ ଜାଣନ୍ତି। ତେବେ ଏପରି କିଛି କଥା ଅଛି ଜାହା ଆପଣ ନିଜେ ବି ଜାଣି ନଥିବେ। ମୟୁର ଏକ ବ୍ରହ୍ମଚାରୀ ପକ୍ଷୀ। ଏଣୁ ଏହାର ପୁଛରେ ଭଗବାନ ଶ୍ରୀକୃଷ୍ଣଙ୍କର ମଧ୍ୟ ଶ୍ରଦ୍ଧା ରହିଛି। ଶ୍ରୀକୃଷ୍ଣ ତାଙ୍କ ମୁଣ୍ଡରେ ମୟୁର ଚନ୍ଦ୍ରିକା ଲଗାନ୍ତି। ଏହି କାରଣରୁ ମୟୁର ପୁଛାରେ ଠାକୁରଙ୍କୁ ବିଞ୍ଚା ଯାଏ। ସାଧୁ ସନ୍ଥ ମଧ୍ୟ ମୟୁରର ପୁଛ ବ୍ୟବାହର କରିଥାନ୍ତି।
ମୟୁର କେବେବି ଶାରୀରିକ ସମ୍ବଦ୍ଧ କରେନି। ଏଣୁ ଏହାକୁ ବ୍ରହ୍ମଚାରୀ ପକ୍ଷୀ କୁହାଯାଏ। ତେବେ ଶାରୀରିକ ସମ୍ପର୍କ ନଥାଇ ମୟୁର ବଂଶ କିପରି ବିସ୍ତାର ହୁଏ ? ଏହାହିଁ ହେଉଛି ସବୁଠୁ ବଡ ପ୍ରଶ୍ନ। ମୟୁର ଆଖିରୁ ଲୁହ ବୋହିଲେ ତାକୁ ମୟୁରୀ ଟୁଙ୍କିଖାଇଥାଏ। ଏଥିରୁ ସେ ଗର୍ଭବତୀ ହୋଇ ଅଣ୍ଡା ଦିଏ। ଯାହାକୁ ସେ ଅନ୍ୟ ପକ୍ଷୀଙ୍କ ଭଳି ଉଷୁମ କରି ଛୁଆ ଫୁଟାଏ। ତେବେ ମୟୁରଙ୍କ ଜୀବନଚର୍ଯ୍ୟାକୁ ନେଇ ଭାରତରେ ଲୋକଙ୍କର ଧାରଣାକୁ ଭୁଲ ବୋଲି କୁହନ୍ତି ପକ୍ଷୀ ବିଷାରଦ ବିକ୍ରମ ଗ୍ରେୱାଲ। ମୟୁର ପୁରୁଷ ପକ୍ଷୀକୁ ଇଂରାଜୀରେ ପିକକ୍ କୁହାଯାଏ। ସେହିପରି ମୟୁରୀକୁ ପିହେନ କୁହାଯାଇଥାଏ। ମୟୁରୀ ଅପେକ୍ଷା ମୟୁର ଅଧିକ ସୁ୍ନ୍ଦର ଓ ଉଜ୍ଜ୍ୱଳ। ମୟୁରର ପକ୍ଷ ଲମ୍ବା ହୋଇଥାଏ । ଏଣୁ ଅଧିକ ଦୂର ପର୍ଯ୍ୟନ୍ତ ଉଡିପାରେନା।ତେବେ ଅନ୍ୟ ପକ୍ଷୀଙ୍କ ଭଳି ମୟୁର-ମୟୁରୀଙ୍କ ଶାରୀରିକ ସମ୍ପର୍କ ହୋଇଥାଏ ବୋଲି କହିଛନ୍ତି ଗ୍ରେୱାଲ। ବର୍ଷର ନିର୍ଦ୍ଧିଷ୍ଟ ସମୟରେ ମୟୁରୀ ଅଣ୍ଡା ଦେବା ସହ ଶାବକ ଫୁଟେଇଥାଏ। ଯେଉଁଥିରୁ ସେମାନଙ୍କ ବଂଶ ବିସ୍ତାର ହେଉଛି।
ମୟୁର ଏକ ସର୍ବଭକ୍ଷ ପକ୍ଷୀ। ଏହା ହାନିକାରକ କୀଟପତଙ୍ଗଠାରୁ ଆରମ୍ଭ କରି ଫୁଲ, ମଞ୍ଜି, ଛୋଟ ଛୋଟ ସାପ,ଝିଟିପିଟି ଓ ଚମ୍ପେଇନାଳି ଆଦି ଖାଇଯାଇଥାଏ। ଏଣୁ ମୟୁରକୁ କୃଷକର ବନ୍ଧୁ ବୋଲି ମଧ୍ୟ କୁହାଯାଏ। ମୟୁର ସର୍ବାଧିକ ୨୦ ବର୍ଷ ପର୍ଯ୍ୟନ୍ତ ବଞ୍ଚିଥାଏ। ଏମାନେ ଗୋଷ୍ଠୀଗତ ଜୀବନ ବିତାଇବାକୁ ପସନ୍ଦ କରିଥା୍ନ୍ତି। ଗୋଟି ଗୋଟିଏ ଗୋଷ୍ଠୀରେ ୬ରୁ ୧୦ଟି ପର୍ଯ୍ୟନ୍ତ ମୟୁର ଓ ମୟୁରି ଥାନ୍ତି। ମୟୁର ଖୁସି ହେଲେ ନୃତ୍ୟ କରିଥାଏ। ଏଥିପାଇଁ ମୟୁର ତା ପକ୍ଷୀକୁ ସମ୍ପ୍ରସାରଣ କରି ନାଚିବା ବେଳେ ବେଶ ସୁ୍ନ୍ଦର ଦେଖାଯାଏ। ୨୬ ଜାନୁୟାରୀ ୧୯୬୩ରେ ଭାରତ ସରକାର ମୟୁରକୁ ଜାତୀୟ ପକ୍ଷୀର ମାନ୍ୟତା ପ୍ରଦାନ କରିଥିଲେ। ଭାରତ ଭଳି ମ୍ୟାଁମାର ମଧ୍ୟ ମୟୁରକୁ ଜାତୀୟ ପକ୍ଷୀ ମାନ୍ୟତା ଦେଇଛି।
ଜାତୀୟ ପକ୍ଷୀ ମାନ୍ୟତା ଯୋଗୁ ଦେଶରେ ମୟୁର ଶିକାର ସମ୍ପୂର୍ଣ୍ଣ ନିଷିଦ୍ଧ। ଯଦି କୌଣସି ଠାରେ ମୟୁରକୁ କିଏ ହତ୍ୟା କରେ ତା ବିରୋଧରେ ଭାରତୀୟ ବନ୍ୟ ଜୀବନ ଆଇନର ଧାରା ୧୯୭୨ ଅନୁସାରେ ମୋକଦ୍ଦମା ମଧ୍ୟ ରୁଜୁ କରାଯିବାର ପ୍ରାବଧାନ ରହିଛି। ହିନ୍ଦୁ ଧାର୍ମିକ ମାନ୍ୟତାରେ ମୟୁରର ମଧ୍ୟ ମହତ୍ୱ ରହିଛି। ମହାଦେବ ଶିବଙ୍କ ପୁତ୍ର କାର୍ତ୍ତିକେୟଙ୍କ ବାହନ ହେଉଛି ମୟୁର। ଏହା ରାବ ମଧ୍ୟ ଖୁବ ସୁନ୍ଦର ଲାଗେ।
ଶାରୀରିକ ସମ୍ପର୍କ କରେନି ମୟୁର, ତଥାପି ବି ହେଉଛି ବଂଶ ବିସ୍ତାର, ଜାଣନ୍ତୁ କିପରି
argus barun gandhi breaking news interview kanak news khola katha latest news latest orissa news latest update news fues news in odia news today news7 odia news odisha famous people odisha khabar odisha latest odisha latest news odisha political news odisha9 orissa latest orissa political news otv otv live political update politices politics in odisha rahul gandhi sonia gandhi speech today news