ଖେଳ ଦେଶ ବିଦେଶ

ଶାରୀରିକ ଭାଷା ନୈରାଶ୍ୟଜନ, ବିକଳ୍ପ ଅଭାବ ସନ୍ତୁଳନକୁ ବିଗାଡ଼ୁଛି: କୋହଲି

ସିଡ୍‌ନି : ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଦିନିକିଆରେ ଭାରତ ଅତ୍ୟନ୍ତ ଦୁର୍ବଳ ବୋଲିଂ ଓ କ୍ଷେତ୍ରରକ୍ଷଣ କରିଥିଲା। ସେହିଭଳି ଭାରତୀୟ ଖେଳାଳିଙ୍କ ଶାରୀରିକ ଭାଷାରୁ ସେମାନେ ବିଜୟ ଭୋକିଲା ଥିଲା ଭଳି ମନେ ହୋଇନଥିଲା। ଏକଥା ଅଧିନାୟକ ବିରାଟ କୋହଲି ମଧ୍ୟ ସ୍ବୀକାର କରିଛନ୍ତି।

ମ୍ୟାଚ୍ ପରବର୍ତ୍ତୀ ସାମ୍ବାଦିକ ସମ୍ମିଳନୀରେ ନିଜ ଖେଳାଳିଙ୍କ ଏକାଗ୍ରତା ଉପରେ ପରୋକ୍ଷରେ ପ୍ରଶ୍ନବାଚୀ ସୃଷ୍ଟି କରି ସେ କହିଥିଲେ ଯେ ସମସ୍ତଙ୍କୁ ପୂରା ୫୦ ଓଭର ପର୍ଯ୍ୟନ୍ତ ଲଢ଼ୁଆ ପ୍ରବୃତ୍ତି ଦେଖାଇବାକୁ ହେବ। ସମ୍ଭବତଃ ଆମେ ଦୀର୍ଘ ଦିନ ପରେ ୫୦ ଓଭରିଆ କ୍ରିକେଟ୍ ଖେଳିଲୁ, ଆମ ଉପରେ ହୁଏତ ଏହାର କିଛିଟା ପ୍ରଭାବ ପଡ଼ିଥାଇପାରେ। ଏହା ସତ୍ତ୍ବେ ମୁଁ କହିବି ଆମେ ଏତେ ଏକଦିବସୀୟ କ୍ରିକେଟ୍ ଖେଳିଛୁ ଯେ ଏହାର କାଣିଚାଏ ବି ପ୍ରଭାବ ଆମ ଉପରେ ପଡ଼ିବା କଥା‌ ନୁହେଁ। ମୁଁ ଭାବୁଛି ପ୍ରଥମ ୨୫ ଓଭର ପରେ ପଡ଼ିଆ ଭିତରେ ଆମ ଶାରୀରିକ ଭାଷା ବହୁତ ଭଲନଥିଲା। ଏହା ଏହି ମ୍ୟାଚ୍‌ର ସବୁଠାରୁ ନୈରାଶ୍ୟଜନକ ଦିଗ। ଦକ୍ଷ ଓ ଶକ୍ତିଶାଳୀ ପ୍ରତିପକ୍ଷ ବିପକ୍ଷରେ ଯଦି ଆପଣ ସୁଯୋଗକୁ ହାତଛଡ଼ା କରନ୍ତି, ତାହାଲେ ପରବର୍ତ୍ତୀ ସମୟରେ ଆପଣଙ୍କୁ ଏହାର ପରିଣାମ ଭୋଗିବାକୁ ପଡ଼ିଥାଏ। ଆଜି ଠିକ୍ ଏହା ହିଁ ଘଟିଲା ବୋଲି ମୁଁ ଭାବୁଛି। ଅଲରାଉଣ୍ଡର ହାର୍ଦିକ ପାଣ୍ଡ୍ୟା ପୂରା ଫିଟ୍ ନଥିବାରୁ ବୋଲିଂ କରି ପାରୁନାହାନ୍ତି ବୋଲି ସେ ଏହି ଅବସରରେ ସୂଚନା ଦେଇଥିଲେ। ସଂପ୍ରତି ଅଲ୍‌ରାଉଣ୍ଡ ବିକଳ୍ପର ବି ଅଭାବ ରହିଛି। ଯାହା ଦଳର ସନ୍ତୁଳନକୁ ବିଗାଡ଼ି ‌ଦେଇଛି ବୋଲି ମଧ୍ୟ ହତାଶ କୋହଲି ଶେଷରେ କହିଥିଲେ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ