ଆନ୍ଧ୍ରରେ ପ୍ରେମ। ବିବାହ ପ୍ରତିଶ୍ରୃତି ଦେଇ ଯୁବତୀଙ୍କ ସହ ରଖିଲେ ଶାରୀରିକ ସମ୍ପର୍କ। ଗର୍ଭବତୀ ପ୍ରେମିକାକୁ ମନ୍ଦିରରେ କଲେ ବିବାହ। ପରେ ବୁଝାଇ ସୁଝାଇ ଗର୍ଭପାତ କରାଇଲେ। ଏବେ ପ୍ରେମିକାକୁ ଛାଡି ଆଉ ଜଣଙ୍କୁ ବିବାହ କରିବାକୁ ଯାଉଛନ୍ତି। ନ୍ୟାୟ ପାଇଁ ପ୍ରତାରିତ ପ୍ରେମିକା ପୋଲିସର ଦ୍ବାରସ୍ଥ।
କେନ୍ଦ୍ରାପଡା ଜମ୍ବୁ ସାମୁଦ୍ରିକ ଥାନା ଖରନାସୀ ଗାଁର ରାକେଶ ବୌରାଗି ଆନ୍ଧ୍ରପ୍ରଦେଶର ଏକ ସୁତା ମିଲ୍ରେ କାମ କରୁଥିଲେ। ସେଠାରେ କନ୍ଧମାଳର ଜଣେ ଯୁବତୀ ମଧ୍ୟ କାମ କରୁଥିଲେ। ମିଲ୍ରେ ଦୁହିଁଙ୍କର ଦେଖା ସାକ୍ଷାତ ଏବଂ ସେଠାରୁ ଆରମ୍ଭ ପ୍ରେମ । ବିବାହ ପ୍ରତିଶ୍ରୃତି ଦେଇ ଯୁବତୀଙ୍କ ସହ ବାରମ୍ବାର ଶାରୀରିକ ସମ୍ପର୍କ ରଖିଥିଲେ ରାକେଶ।
ପ୍ରେମିତା ଗର୍ଭବତୀ ହୋଇଯିବା ପରେ ରାକେଶ ତାଙ୍କୁ ମନ୍ଦିରରେ ବିବାହ କଲେ। ବିବାହ ପରେ ଯୁବତୀକୁ ବୁଝାଇ ଗର୍ଭପାତ କରାଇଲେ। ତାପରେ ଦୂରେଇଦେଲେ। ପ୍ରେମିକାଙ୍କୁ ତାଙ୍କ ଘରେ ଛାଡି ପରେ ତିଥି ଦେଖି ପୁଣି ଥରେ ଅନୁଷ୍ଠାନିକ ଭାବେ ବିବାହ କରିବାକୁ କହିଥିଲେ। ଏବେ ସେ ତାଙ୍କ କଥାରୁ ଓହରି ଯାଇଛନ୍ତି। ଯୁବତୀଙ୍କୁ ଛାଡି ଏବେ ଅନ୍ୟ ଆଡେ ବିବାହ କରିବାକୁ ଯାଉଛନ୍ତି ରାକେଶ।