ରାଜ୍ୟ

ଶାରଳା ମନ୍ଦିର ନବୀକରଣ କାମକୁ ନେଇ ବଢ଼ିଲାଣି ବିବାଦ: ବ୍ଲୁ-ପ୍ରିଣ୍ଟ୍ ଠିକ୍ ନ ଥିବାରୁ ପାଣିରେ ପଡ଼ୁଛି ଲକ୍ଷ ଲକ୍ଷ ଟଙ୍କା

ଜଗତସିଂହପୁର : ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ଝଙ୍କଡ଼ ମା’ ଶାରଳା ମନ୍ଦିରର ନିର୍ମାଣ କାମକୁ ନେଇ ବିବାଦ ଦେଖାଦେଇଛି। ଗୁରୁତ୍ବପୂର୍ଣ୍ଣ କଥା ହେଲା ମନ୍ଦିର ନବୀକରଣ ପାଇଁ ପ୍ରସ୍ତୁତ ହୋଇଥିବା ବ୍ଲୁ-ପ୍ରିଣ୍ଟକୁ ନେଇ ଏବେ ପ୍ରଶ୍ନ ଉଠିଲାଣି। ଫଳରେ ଲକ୍ଷାଧିକ ଟଙ୍କା କେବଳ ପାଣିରେ ପଡ଼ୁଛି ବୋଲି ଅଭିଯୋଗ ହୋଇଛି। ମନ୍ଦିରର ନବୀକରଣ ପାଇଁ ରାଜ୍ୟ ସରକାର ୪୨ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି। ଓଡ଼ିଶା ବ୍ରିଜ୍ କନଷ୍ଟ୍ରକସନ୍ କର୍ପୋରେସନ୍‌ ଏହି ନିର୍ମାଣ କାମ କରୁଛି। ଏହି କାମର ବ୍ଲୁ-ପ୍ରିଣ୍ଟ ଏକ ସ୍ବୀକୃତିପ୍ରାପ୍ତ ସଂସ୍ଥା ଦ୍ବାରା କରାଯାଇଛି। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏନେଇ ଆୟୋଜିତ ବୈଠକରେ କେତେ ଜଣ ସେବାୟତଙ୍କୁ ଡକାଇ କମ୍ପ୍ୟୁଟରରେ ଦେଖାଇ ଦିଆଯାଇଛି। ଏହି ନକ୍ସାକୁ କମ୍ପ୍ୟୁଟରରେ ଦେଖି ସେବାୟତମାନେ କେତେ ବୁଝିଲେ, ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ୁ ନାହିଁ।

ଠିକା ସଂସ୍ଥା ଦ୍ବାରା ଆରମ୍ଭ ହୋଇଥିବା ନିର୍ମାଣ କାମକୁ ଦେଖିଲେ ସମସ୍ତେ ଯେ ଦ୍ବନ୍ଦ୍ବରେ ଅଛନ୍ତି, ତାହା ସ୍ପଷ୍ଟ ହୋଇଯାଉଛି। ଯେଉଁଠି ନିର୍ମାଣ କରାଯିବା କଥା ସେଠାରେ ନ କରାଯାଇ ଅନାବଶ୍ୟକ ଭାବେ ଅନ୍ୟଆଡ଼େ କରାଯାଉଛି। ଏହାସହ ବାରମ୍ବାର ଯୋଜନାକୁ ପରିବର୍ତ୍ତନ କରାଯାଉଥିବା ଦେଖିବାକୁ ମିଳୁଛି। ଜଳସେଚନ ବିଭାଗର ବଙ୍ଗଳା ନିକଟରେ ୧୬ଟି ପାଇଲିଂ କରାଯାଇଥିଲା। ଏହାପରେ କୌଣସି କାରଣରୁ ଏହାକୁ ପୋତି ଦିଆଗଲା। ଭୋଗ ଓ ଦୀପ ଦୋକାନକୁ ମନ୍ଦିର ବାହାରକୁ ଆଣିବା ପାଇଁ ନିଷ୍ପତ୍ତି ହୋଇଥିଲା। ବର୍ତ୍ତମାନ ଏହାକୁ ଭିତରେ ରଖାଯିବ ବୋଲି ଶୁଣିବାକୁ ମିଳୁଛି। ଚନ୍ଦନ ପୋଖରୀ ଓ ନୂଆ ପୋଖରୀର ଉନ୍ନତି କାମରେ ଅଗ୍ରଗତି ଦେଖିବାକୁ ମିଳୁନାହିଁ। ଚନ୍ଦନ ପୋଖରୀରୁ ପଙ୍କଉଦ୍ଧାର କରାଯାଇ ନାହିଁ। ଆଉ ଦୁଇ ମାସ ପରେ ମା’ଙ୍କ ଶାରଦୀୟ ପୂଜା। ଯେଉଁ ଫାଟକ ସାହିରେ ଅମୁଣିଆ ଭୋଗ ପ୍ରସ୍ତୁତ ହୁଏ ଓ ଯେଉଁ ଭଣ୍ଡାର ଘରେ ସେସବୁକୁ ରଖାଯାଏ, ସେଗୁଡ଼ିକୁ ଠିକା ସଂସ୍ଥା ଭାଙ୍ଗିଦେଇଛି। ଆଗାମୀ ଦିନରେ ଏହାକୁ ନେଇ ନିଶ୍ଚିତ ସମସ୍ୟା ସୃଷ୍ଟି ହେବ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।