ଧର୍ମ ରାଜ୍ୟ

ଶାନ୍ତିସ୍ତୂପ ଖାଁ ଖାଁ, ଫେରିଗଲେ ୧୮ଶହ ପର୍ଯ୍ୟଟକ

ଧଉଳି : ତିନି ଦିନ ଧରି ଶାନ୍ତିସ୍ତୂପ ବନ୍ଦ ରହିବ ବୋଲି ଗୁରୁବାର ଦିନ ଜିଲ୍ଲା ପ୍ରଶାସନ ବିଜ୍ଞପ୍ତି ପ୍ରକାଶ କରିଥିଲେ ହେଁ ବହୁ ପର୍ଯ୍ୟଟକ ଶୁକ୍ରବାର ଦିନ ଧଉଳି ବୁଲିବାକୁ ଆସିଥିଲେ। ହେଲେ ଧଉଳି ବସ୍‌ଷ୍ଟାଣ୍ଡ ଗେଟ୍‌ ନିକଟରେ ମୁତୟନ ପୁଲିସ ଏବଂ ଗେଟ୍‌ କର୍ମଚାରୀ ଭିତରକୁ ନ ଛାଡ଼ିବାରୁ ଶେଷରେ ସେମାନେ ନିରାଶ ହୋଇ ଫେରି ଯାଇଥିଲେ। ଶୁକ୍ରବାର ଗୋଟିଏ ଦିନରେ ପାଖାପାଖି ୧୮ଶହ ପର୍ଯ୍ୟଟକ ଶାନ୍ତିସ୍ତୂପ ବୁଲି ନପାରି ଫେରିଥିବା ଜଣାପଡ଼ିଛି। କିଛି ପର୍ଯ୍ୟଟକ ଜୋର୍‌ଜବରଦସ୍ତ ହାତୀ ପାର୍କରେ ପଶିବାକୁ ଚେଷ୍ଟା କରିବାରୁ ଉତ୍ତେଜନା ପ୍ରକାଶ ପାଇଥିଲା। ପର୍ଯ୍ୟଟକଙ୍କ ସହ ସେଠାରେ ଉପସ୍ଥିତ କର୍ମଚାରୀଙ୍କ ମଧ୍ୟରେ ବଚସା ହୋଇଥିଲା। ତେବେ ପୁଲିସ୍‌ର ହସ୍ତକ୍ଷେପ ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।

ସୂଚନାଯୋଗ୍ୟ, ଶୁକ୍ରବାର ବର୍ଷର ଶେଷ ଦିନ ହୋଇଥିବାରୁ ଓଡ଼ିଶାର ପର୍ଯ୍ୟଟନସ୍ଥଳୀ ବୁଲିବା ପାଇଁ ବାହାର ରାଜ୍ୟରୁ ବହୁସଂଖ୍ୟାରେ ପର୍ଯ୍ୟଟକ ଆସିଥିଲେ। କିନ୍ତୁ କରୋନା ଓ ନୂଆ ଭାରିଆଣ୍ଟ ଓମିକ୍ରନ୍‌ ବ୍ୟାପିବା ଆଶଙ୍କା‌ରେ ଗତକାଲି ରାଜ୍ୟ ସରକାର ମନ୍ଦିର ଓ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଉପରେ କଟକଣା ଜାରି କରିଥିଲେ। ଏହି କ୍ରମରେ ଗତକାଲି ସଂଧ୍ୟାରୁ ଶାନ୍ତିସ୍ତୂପ ଉପର ଗେଟ୍‌କୁ ସିଲ୍‌ କରିଦିଆଯିବା ସହ ୩ ପୁଲିସ୍‌ କର୍ମଚାରୀଙ୍କ ସମେତ ସୁରକ୍ଷା କର୍ମୀ ଜଗିଥିଲେ। ଶାନ୍ତିପାର୍କ, କାର୍‌ ଷ୍ଟାଣ୍ଡ ଏବଂ ବାଇକ୍‌ ଷ୍ଟାଣ୍ଡରେ ସୁରକ୍ଷାକର୍ମୀ ମୁତୟନ ଥିଲେ। ତେବେ ଏ ସଂପର୍କରେ ରାଜ୍ୟ ବାହାର ପର୍ଯ୍ୟଟକ ଜାଣି ନଥିବାରୁ ଅସୁବିଧାରେ ପଡ଼ିଥିଲେ। ବହୁ ସଂଖ୍ୟାରେ ପର୍ଯ୍ୟଟକ ବସ୍‌ ଧଉଳି ଆସିଥିଲେ ହେଁ ମୁଖ୍ୟ ଫାଟକରେ ତାଲା ପଡ଼ିଥିବା ଦେଖି ସେହିଠାରୁ ହିଁ ଫେରି ଯାଇଥିଲେ। ତେବେ କାଁ ଭାଁ ସ୍ଥାନୀୟ ପର୍ଯ୍ୟଟକ ଧଉଳି ପାଦ ଦେଶରେ ବୁଲାବୁଲି କରିଥିଲେ ମଧ୍ୟ ଶାନ୍ତିସ୍ତୂପକୁ ଯାଇ ପାରିନଥିଲେ। ବାଟରେ ପୁଲିସ ସେମାନଙ୍କୁ ଅଟକାଇ ଦେଇଥିଲା। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, କେନ୍ଦ୍ରୀୟ ପରିଚାଳନା ଦାୟିତ୍ବରେ ଥିବା ଅଶୋକଙ୍କ ଶିଳାନୁଶାସନ ସ୍ତମ୍ଭ ତଥା ହାତୀପାର୍କ ପାର୍ଶ୍ବ ଗେଟ୍‌ ‌ପର୍ଯ୍ୟଟକମାନଙ୍କ ପାଇଁ କିନ୍ତୁ ଖୋଲା ରହିଥିଲା। ହାତୀପାର୍କ ବୁଲିବା ପାଇଁ କିଛି କଟକଣା ନଥିବାରୁ ସେଠାରେ ଅନେକ ପର୍ଯ୍ୟଟକଙ୍କ ଗହଳି ଦେଖିବାକୁ ମିଳିଥିଲା। ଏ ସଂପର୍କରେ ଖବର ପାଇ ଧଉଳି ସରପଞ୍ଚ ପୂର୍ଣ୍ଣିମା ସାହୁ ପହଞ୍ଚି ଦାୟିତ୍ବରେ ଥିବା କର୍ମଚାରୀଙ୍କୁ ପଚାରିଥିଲେ। ଉପରିସ୍ଥ ଦପ୍ତରରୁ ଶିଳାଲେଖ ପରିସର ବନ୍ଦ ନେଇ ନିର୍ଦ୍ଦେଶ ନଥିବା ସଂପୃକ୍ତ କର୍ମଚାରୀଜଣକ କହିବାରୁ ଉଭୟଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ