ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ଶାଖା ପରିଚାଳକ କରୋନା ସଂକ୍ରମିତ: ଝରିଗାଁ ଷ୍ଟେଟବ୍ୟାଙ୍କ ୪୮ ଘଣ୍ଟା ପାଇଁ ବନ୍ଦ

ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଳକରେ ଥିବା ଷ୍ଟେଟବ୍ୟାଙ୍କର ଶାଖା ପରିଚାଳକ ଅନିଲ ମେହେର ଆଜି କରୋନା ପଜିଟିଭ ବାହାରିବା ପରେ ୪୮ ଘଣ୍ଟା ପର୍ଯ୍ୟନ୍ତ ବ୍ୟାଙ୍କ ବନ୍ଦ ରହିବ ବୋଲି ଜଣାପଡିଛି। ଶ୍ରୀ ମେହେର ଗତ କାଲିଠାରୁ ଅସୁସ୍ଥ ଅନୁଭଵ କରୁଥିଲେ।

ତେବେ ଆଜି ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଇ କୋଭିଡ ପରୀକ୍ଷା କରିଥିଲେ। ସେଠାରେ କରୋନା ପଜିଟିଭ ବାହାରିଥିଲା। ପରେ ଝରିଗାଁ ଷ୍ଟେଟବ୍ୟାଙ୍କ ଶାଖା ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି ଜଣାପଡିଛି। ଆଜି ଓ କାଲି ୨୪ ଘଣ୍ଟା ପରେ ରବିବାର ସାପ୍ତାହିକ ଛୁଟି ଯୋଗୁଁ ଆସନ୍ତା ସୋମବାର ଦିନ ବ୍ୟାଙ୍କ ଖୋଲାଯିବ ବୋଲି ସୂଚନା ମିଳିଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ