ମନୋରଞ୍ଜନ

ଶଶୀ ଥରୁରଙ୍କୁ ସଲମାନ ଖାନ୍ ଙ୍କ ଫିଲ୍ମରୁ ମିଳିଥିଲା ଅଫର୍, ବୈଦେଶିକ ମନ୍ତ୍ରୀ ଭୂମିକାରେ ଅଭିନୟ ପାଇଁ ମନା କରିଦେଇଥିଲେ

ନୂଆଦିଲ୍ଲୀ ୩୦/୦୮ : ବଲିଉଡ୍‌ର ଭାଇଜାନ୍ ସଲମାନ ଖାନ ଫିଲ୍ମ ‘ଟାଇଗର୩’ ର ସୁଟିଂ ପାଇଁ ଏବେ ଋଷରେ ଅଛନ୍ତି। କ୍ୟାଟ୍ରିନା କୈଫଙ୍କ ସହ ସଲମାନ ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିବେ। ସଲମାନ ଖାନ ଫିଲ୍ମରେ ଅନ୍ୟ କଳାକାରଙ୍କୁ ସୁଯୋଗ ଦେବା ପାଇଁ ମଧ୍ୟ ଜଣାଶୁଣା । ଥରେ କଂଗ୍ରେସ ନେତା ଶଶୀ ଥରୁରଙ୍କୁ ଫିଲ୍ମରେ ସଲମାନ ଖାନଙ୍କ ସହ କାମ କରିବାକୁ ଅଫର ମିଳିଥିଲା । ଏହି ଫିଲ୍ମରେ କଂଗ୍ରେସ ନେତାଙ୍କୁ ବୈଦେଶିକ ମନ୍ତ୍ରୀ ରୋଲ୍ ଅଫର ଦିଆଯାଇଥିଲା, କିନ୍ତୁ ଶଶୀ ଥରୁର ଅଭିନୟ କରିବାକୁ ମନା କରିଦେଇଥିଲେ।

ସଲମାନ ଖାନଙ୍କ ସହ ଜଡିତ ଏହି କାହାଣିକୁ ଶଶୀ ଥରୁର ୨୦୧୮ ରେ ଏକ ଇଣ୍ଟରଭ୍ୟୁରେ ସେୟାର କରିଥିଲେ। ଏହି ବିଷୟରେ ସେ ହୋଷ୍ଟ ଜାନିସ୍ ସିକେରାଙ୍କୁ କହିଥିଲେ, ‘ସଲମାନ ଖାନଙ୍କ ଅଭିନୀତ ଫିଲ୍ମରେ କାମ କରିବା ପାଇଁ ଜଣେ ପ୍ରସିଦ୍ଧ ନିର୍ଦ୍ଦେଶକ ମୋତେ ଅଫର୍ ଦେଇଥିଲେ। ମୁଁ ସବୁବେଳେ ଏହି ମୁହୂର୍ତ୍ତଗୁଡ଼ିକୁ ଭଲପାଏ । ଏହି ଫିଲ୍ମରେ ବୈଦେଶିକ ମନ୍ତ୍ରୀ ଭୂମିକା ଗ୍ରହଣ କରିବାର ଥିଲା କିନ୍ତୁ ମୋର ଜଣେ ବନ୍ଧୁ ମୋତେ ପରାମର୍ଶ ଦେଇଥିଲେ ଯେ ଯଦି ଆପଣ ବୈଦେଶିକ ମନ୍ତ୍ରୀ ହେବାକୁ ଚାହୁଁଛନ୍ତି, ତେବେ ଦୟାକରି ବୈଦେଶିକ ମନ୍ତ୍ରୀଙ୍କ ଭୂମିକା ଗ୍ରହଣ କରନ୍ତୁ ନାହିଁ। ମୁଁ ଭାବିଲି ସେ ଠିକ୍ କହୁଛନ୍ତି, ତେଣୁ ମୁଁ ମୋର ପାଦ ପଛକୁ ଫେରାଇନେଲି।’ ଶଶୀ ଥରୁରଙ୍କୁ ନେଇ ଏହା ମଧ୍ୟ ଥୁଣିବାକୁ ମିଳିଥିଲା ଯେ ତାଙ୍କୁ ସଲମାନ ଖାନଙ୍କ ‘ଅନ୍ଦାଜ ଅପନା ଅପନା’ରେ ଦେଖିବାକୁ ମିଳିଥିଲା।

ଏହାର ଜବାବ ଦେଇ ଶଶୀ ଥରୁର କହିଥିଲେ, ମୁଁ ସେହି ଫିଲ୍ମରେ ନଥିଲି। କାରଣ ସେତେବେଳେ ମୁଁ ମିଳିତ ଜାତିସଂଘ ପାଇଁ କାମ କରୁଥିଲି। ଏହି ଫିଲ୍ମରେ ଥିବା ବ୍ୟକ୍ତି ତାଙ୍କର ଅବିକଳ ଥିଲେ, ଯିଏକି ଜଣେ ଗୁଜୁରାଟୀ ଅଭିନେତା। କଂଗ୍ରେସ ନେତା କହିଥିଲେ, ରାଜନୀତିରେ ଯୋଗଦେବା ପରେ ମୋତେ ଫିଲ୍ମ ପାଇଁ ଅଫର ଆସିବା ଆରମ୍ଭ ହୋଇଯାଇଥିଲା । କିନ୍ତୁ ମୁଁ ବୁଝିପାରୁ ନାହିଁ ଯେତେବେଳେ ମୁଁ ଯୁବକ ଏବଂ ସୁନ୍ଦର ଥିଲି ଏହି ଅଫରଗୁଡ଼ିକ ସେତେବେଳେ କାହିଁକି ଆସୁନଥିଲା ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ