ଭୁବନେଶ୍ୱର ୦୬/୦୪: ଗ୍ରୀଷ୍ମ ଋତୁରେ ଖାଇବା-ପିଇବାର ବିଶେଷ ଧ୍ୟାନ ରଖିବା ଉଚିତ୍ । ଯାହାଦ୍ୱାରା ଡିହାଇଡ୍ରେସନ୍ କିମ୍ବା ଅନ୍ୟାନ ରୋଗକୁ ରୋକାଯାଇ ପାରିବ । ସେଥିଲାଗି ପ୍ରତ୍ୟେକ ଦିନ ଖାଦ୍ୟରେ କିୱି ସାମିଲ୍ କରିବା ବେଷ୍ଟ ଅପସନ୍ ହେବ । ଏଥିରେ ଭିଟାମିନ୍ ସି ଏବଂ ଇ, ପୋଟାସିୟମ୍, କ୍ୟାଲସିୟମ୍, ଫାଇବର, ଆଣ୍ଟି-ଅକ୍ସିଡାଣ୍ଟ, ଆଣ୍ଟି-ଇମ୍ପଲିମେଣ୍ଟରି ଏବଂ ଔଷଧୀୟ ଗୁଣ ରହିଥାଏ । ତେଣୁ ପ୍ରତ୍ୟେକ ଦିନ ଗୋଟିଏ କିୱି ଖାଇବା ଲାଭଦାୟକ ହୋଇଥାଏ । ତେବେ ଚାଲନ୍ତୁ ଜାଣିବା ଏହାର ଅନ୍ୟ ଫାଇଦା ବିଷୟରେ….
ଡେଙ୍ଗୁରୁ ମୁକ୍ତି ଦେଇଥାଏ :
ଡେଙ୍ଗୁ ରୋଗୀ କିୱି ଖାଇବା ଦ୍ୱାରା ଶୀଘ୍ର ଆରୋଗ୍ୟ ହୋଇଥାନ୍ତି । ଏହାବ୍ୟତୀତ ରକ୍ତରେ କମୁଥିବା ପ୍ଲେଟଲେଟସ୍ କୁ ବଢାଇବାରେ ମଧ୍ୟ ସାହାଯ୍ୟ କରିଥାଏ ।
ବ୍ଲଡ୍ ପ୍ରେସର୍ କଣ୍ଟ୍ରୋଲ୍ କରିଥାଏ :
ବିଶେଷଜ୍ଞଙ୍କ ଅନୁଯାୟୀ, ଲଗାତାର ୮ ସପ୍ତାହ କିୱି ଖାଇବା ଦ୍ୱାରା ଉଚ୍ଚ ରକ୍ତଚାପର ସମସ୍ୟା ଦୂର ହୋଇଥାଏ । ହୃତପିଣ୍ଡ ଭଲଭାବରେ କାମ କରିଥାଏ । ଏଥିସହ ଜଡିତ ସମସ୍ୟା ମଧ୍ୟ ଦୂର ହୋଇଥାଏ ।
ଷ୍ଟ୍ରୋକ୍ ଏବଂ ହାର୍ଟ ଆଟାକ୍ ଆଶଂକା ଦୂର କରିଥାଏ :
ପ୍ରତ୍ୟେକ ଦିନ ଗୋଟିଏ କିୱି ଖାଇବା ଦ୍ୱାରା ଷ୍ଟ୍ରୋକ୍ ଏବଂ ହାର୍ଟ ଆଟାକ୍ ଆଶଂକା କମ୍ ହୋଇଥାଏ ।
ଓଜନ ହ୍ରାସ କରିଥାଏ :
ଓଜନ ବଢୁଥିବା ଲୋକମାନଙ୍କୁ ନିଜର ଦୈନନ୍ଦିନ ଖାଦ୍ୟରେ କିୱି ସାମିଲ କରିବା ଉଚିତ୍ । କିୱି ଏକ କମ୍ କ୍ୟାଲୋରୀ ଏବଂ ଅଧିକ ଫାଇବର ଯୁକ୍ତ ଫଳ । ଏହା ଓଜନ କମ୍ କରିବାରେ ସାହାଯ୍ୟ କରିଥାଏ ।
ଗର୍ଭାବସ୍ଥାରେ ରେ ଲାଭଦାୟକ ହୋଇଥାଏ :
ପୁଷ୍ଟିକର ଏବଂ ଆଣ୍ଟି-ଅକ୍ସିଡାଣ୍ଟ ଗୁଣରେ ଭରପୁର କିୱି ଗର୍ଭାବସ୍ଥାରେ ଖାଇବା ଲାଭଦାୟକ ହୋଇଥାଏ । ଏଥିରେ ଥିବା ଫୋଲେଟ୍, ଭିଟାମିନ୍ ସି ଶରୀରରେ ଆଇରନ୍ ଅଭାବକୁ ଦୂର କରିବାରେ ସାହାଯ୍ୟ କରିଥାଏ । ଏଥିସହିତ ଗର୍ଭପାତ ହେବାର ଆଶଙ୍କା ମଧ୍ୟ କମ୍ ରହିଥାଏ ।