ଲାଇଫ୍ ଷ୍ଟାଇଲ ସ୍ୱାସ୍ଥ୍ୟ

ଶରୀରର ପାଇଁ ଲାଭଦାୟକ ହୋଇଥାଏ ଗୋଲମରିଚ, ଜାଣନ୍ତୁ ଏହାର ଉପକାରିତା

ଭୁବନେଶ୍ୱର ୦୧/୦୩: ଗୋଲମରିଚରେ ଅନେକ ଉପକାରିତା ରହିଛି କିନ୍ତୁ ଖୁବ୍ କମ ଲୋକ ଏହା ବିଷୟରେ ଜାଣନ୍ତି । ଗୋଲମରିଚ ଯାହା ସର୍ବଦା ରୋଷେଇ ଘରେ ରହିଥାଏ । ତାହା କେବଳ ମସଲାରରେ ବ୍ୟବହାର କରାଯାଏ ନାହିଁ ବରଂ ଏଥିରେ ଅନେକ ଔଷଧୀୟ ଗୁଣ ମଧ୍ୟ ରହିଥାଏ । ଯଦି ସକାଳେ ଖାଲି ପେଟରେ ଉଷୁମ ପାଣିରେ ଗୋଲମରିଚ ଖାଇଥାନ୍ତି, ତେବେ ଏହା ଆମ ଶରୀରକୁ ବହୁତ ଲାଭ ଦେଇଥାଏ । ତେବେ ଚାଲନ୍ତୁ ଜାଣିବା ଗୋଲ ମରିଚର ବିଭିନ୍ନ ଉପକାରିତା ବିଷୟରେ…

କ୍ଷମତା ବଢାଇଥାଏ – ଉଷୁମ ପାଣି ସହିତ ଗୋଲମରିଚ ଖାଇବା ଦ୍ୱାରା ଶରୀରର କ୍ଷମତା ବଢିଥାଏ । ଶରୀରରେ ଜଳର ଅଭାବକୁ ନିୟନ୍ତ୍ରଣ କରିବା ସହିତ ଭିତରେ ଥିବା ଅମ୍ଳତା ସମସ୍ୟାକୁ ମଧ୍ୟ ସମାପ୍ତ କରିଥାଏ ।

ଚର୍ବି କମାଇଥାଏ – ଗୋଲମରିଚକୁ ଉଷୁମ ପାଣି ସହିତ ଖାଇବା ଦ୍ୱାରା ଶରୀରରେ ବଢୁଥିବା ଚର୍ବିକୁ ହ୍ରାସ କରିଥାଏ ।

କୋଷ୍ଠକାଠିନ୍ୟରୁ ମୁକ୍ତି ଦେଇଥାଏ – କୋଷ୍ଠକାଠିନ୍ୟ ରୋଗୀଙ୍କ ପାଇଁ ଗୋଲମରିଚ ଖାଇବା ଅତ୍ୟନ୍ତ ଲାଭଦାୟକ ।ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଏକ କପ୍ ପାଣିରେ ଲେମ୍ବୁ ରସ, ଗୋଲମରିଚ ଗୁଣ୍ଡ ଏବଂ ଲୁଣ ମିଶାଇ ଏହାକୁ ପିଇବା ଦ୍ୱାରା କିଛି ଦିନ ମଧ୍ୟରେ ଗ୍ୟାସ୍ ଏବଂ କୋଷ୍ଠକାଠିନ୍ୟ ସମସ୍ୟାଦୂର ହୋଇଥାଏ ।

ଥଣ୍ଡାରୁ ମୁକ୍ତି ଦେଇଥାଏ – ଗରମ କ୍ଷୀରରେ ମିଶ୍ରିତ ଗୋଲମରିଚ ମିଶାଇ ପିଇବା ଦ୍ୱାରା ଥଣ୍ଡାରୁ ଆରାମ ଦେଇଥାଏ । ଏହା ବ୍ୟତୀତ, ବାରମ୍ବାର ଥଣ୍ଡା କିମ୍ବା କ୍ରମାଗତ ଭାବରେ ଛିଙ୍କ ଆସୁଥିଲେ, ତେବେ ପ୍ରତିଦିନ ଗୋଲ ମରିଚ ସଂଖ୍ୟାକୁ ଏକରୁ ପନ୍ଦର ପର୍ଯ୍ୟନ୍ତ ବୃଦ୍ଧି କରି ଖାଇବା ଆରମ୍ଭ କରନ୍ତୁ ଏବଂ ତା’ପରେ ପ୍ରତିଦିନ ପନ୍ଦରରୁ ଏକକୁ ହ୍ରାସ କରନ୍ତୁ । ଏହା କରିବା ଦ୍ୱାରା ଆପଣ ଥଣ୍ଡା ସମସ୍ୟାରୁ ମୁକ୍ତି ପାଇପାରିବେ ।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ