ଦେଶ ବିଦେଶ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ଶରୀରରେ ଦେଖାଦିଏ ଏମିତି ରୋଗ, ଆଖିରୁ ବାହାରେ ରକ୍ତର ଲୁହ

ନୂଆଦିଲ୍ଲୀ ୧୩/୦୯: ଅନେକ କାଳ୍ପନିକ ଫିଲ୍ମରେ ଆପଣ ଆଖିରୁ ରକ୍ତ ଝରୁଥିବା ଦେଖିଥିବେ । ଅଧିକାଂଶ ଭାମ୍ପାୟର୍‌ ଓ ସୁପର୍‌ନ୍ୟାଚୁରାଲ୍‌ କାହାଣୀରେ ଏଭଳି ଦୃଶ୍ୟ ଦେଖିବାକୁ ମିଳେ । କିନ୍ତୁ ଆପଣ ଜାଣନ୍ତି କି? ବାସ୍ତବ ଜୀବନରେ ମଧ୍ୟ ଲୋକେ ରକ୍ତ କାନ୍ଦିଥାନ୍ତି । ଏହା ଏକ ବିରଳ ସ୍ଥିତି । ଏହାକୁ ହେମୋଲାକ୍ରିଆ କୁହାଯାଏ ।

ହେମୋଲାକ୍ରିଆ ଏଭଳି ଏକ ସ୍ଥିତି, ଯେଉଁଥିରେ ମଣିଷ ଆଖିରେ ସୃଷ୍ଟି ହେଉଥିବା ଲୁହ ସହିତ ରକ୍ତ ମିଶିଯାଏ । ଏହା ଅନେକ ରୋଗ ଓ ବିକାରର ଲକ୍ଷଣ । ସେଣ୍ଟର୍‌ ଫର୍‌ ସାଇଟ୍‌ର ଚେୟାରମ୍ୟାନ୍‌ ଓ ମ୍ୟାନେଜିଙ୍ଗ ଡାଇରେକ୍ଟର ଡା. ମହିପାଲ ସିଂହ ସଚଦେବ କହିଛନ୍ତି, ଏହା ହର୍‌ମୋନରେ ପରିବର୍ତ୍ତନ, ଶରୀରରେ ପ୍ରଦାହ, ମହିଳାଙ୍କ ଋତୁସ୍ରାବ, ଆଖିରେ ଆଘାତ, ଟ୍ରମା, ନାକରୁ ରକ୍ତସ୍ରାବ, ଉଚ୍ଚ ରକ୍ତଚାପ, ହିମୋଫିଲିଆ ଓ ଟ୍ୟୁମର ଭଳି ସମସ୍ୟା ଯୋଗୁ ହୋଇପାରେ ।

ଏଥିସହ ଅନିୟନ୍ତ୍ରିତ ହାଇପର୍‌ଟେନ୍‌ସନ ଓ ରକ୍ତକୁ ପତଳା କରୁଥିବା ଔଷଧ ଯଥା- ଆସ୍ପ୍ରିନ୍‌ ଓ ହେପାରିନ୍‌ରୁ ମଧ୍ୟ ହେମୋଲାକ୍ରିଆ ହେବାର ଆଶଙ୍କା ଥାଏ । ଆଖିର ଭିନ୍ନ ଭିନ୍ନ ଅଂଶରେ ଟ୍ରମା ଯୋଗୁ ମଧ୍ୟ ଏହି ସମସ୍ୟା ସାମ୍ନା କରିବାକୁ ପଡ଼ିପାରେ । ତେବେ କେବଳ ରକ୍ତର ଲୁହ ଝରିବାକୁ ହେମୋଲାକ୍ରିଆ ସ୍ଥିତିକୁ ଦର୍ଶାଏ ନାହିଁ ।

ଡା. ସଚଦେବଙ୍କ ଅନୁସାରେ, ଏହି ସ୍ଥିତିରେ ଆଖି ଧୂଆଁଳିଆ ହେବା, ଦୃଷ୍ଟିରେ ଲାଲ୍‌ ରଙ୍ଗ, ଆଖିରେ ଖଣ୍ଡିଆ ବା ଆଘାତ ଲାଗିବା, ଖଣ୍ଡିତ ରକ୍ତ ବାହିକା, ଲଗାତାର ଲାଲ୍‌ ଲୁହ ଝରିବା ଏବଂ ଆଖି ଉପରେ ଚାପ ଭଳି ସମସ୍ୟାର ମଧ୍ୟ ସମ୍ମୁଖୀନ ହେବାକୁ ପଡ଼ିପାରେ । ଏଥିସହ ମୁଣ୍ଡବିନ୍ଧା ଓ ଶରୀରର ଅନ୍ୟ ଅଂଶରେ ଆଘାତ ଓ ରକ୍ତସ୍ରାବ ମଧ୍ୟ ହେମୋଲାକ୍ରିଆ ସ୍ଥିତିର ଲକ୍ଷଣ । କନ୍‌ଜକ୍ଟିଭାଇଟିସ୍‌ (ପିଙ୍କ ଆଇ) ରୋଗୀଙ୍କୁ ହେମୋଲାକ୍ରିଆ ଆଶଙ୍କା ମଧ୍ୟ ଥାଏ ।

ପୂର୍ବରୁ ଯେଉଁମାନଙ୍କ ଆଖିରେ ଆଘାତ ଲାଗିଥାଏ, ଯାହାଙ୍କ ଆଖିର ରକ୍ତ ବାହିକା ଦୁର୍ବଳ ଏବଂ ଯାହାଙ୍କ ଆଖିରେ ଟ୍ୟୁମର୍‌ ଥାଏ, ସେମାନଙ୍କୁ ମଧ୍ୟ ହେମୋଲାକ୍ରିଆ ଆଶଙ୍କା ରହିଛି । ତେଣୁ ଏହି ରୋଗରୁ ରକ୍ଷା ପାଇବା ପାଇଁ ନିୟମିତ ରୂପେ ଆଖି ଯାଞ୍ଚ୍‌ କରାଇବା ଜରୁରୀ । ଫଳରେ ହେମୋଲାକ୍ରିଆ ଆଶଙ୍କା ଥିଲେ, ତା’ପୂର୍ବରୁ ଏଥିରୁ ରକ୍ଷା ପାଇପାରିବେ । ଆଖିର ଯେକୌଣସି ସମସ୍ୟାକୁ ଗମ୍ଭୀରତାର ସହ ଗ୍ରହଣ କରିବା ଉଚିତ୍‌ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ