ଧର୍ମ

ଶରଧାବାଲିରେ ୩ ରଥ, ଆଜି ଅପରାହ୍ନରେ ଆଡପ ମଣ୍ଡପ ବିଜେ କରିବେ ତିନିଠାକୁର

ପୁରୀ ୧୩/୭: ଶରଧାବାଲିରେ ୩ ରଥ । ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ରଥାରୁଢ ହୋଇଛନ୍ତି କାଳିଆ ଠାକୁର । ଅପରାହ୍ଣରେ ତିନି ଠାକୁର ଆଡପ ମଣ୍ଡପକୁ ବିଜେ କରିବେ । ଶ୍ରୀଗୁଣ୍ଡିଚା ମନ୍ଦିରସ୍ଥିତ ଜନ୍ମବେଦିକୁ ଶ୍ରୀବିଗ୍ରହଙ୍କ ପହଣ୍ଡି ବିଜେ ଆରମ୍ଭ ହେବ। ଶ୍ରୀଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ଅବସ୍ଥାନ କାଳରେ ଭକ୍ତମାନେ ଶ୍ରୀଗୁଣ୍ଡିଚା ମନ୍ଦିର ଯାଇପାରିବେ ନାହିଁ। କୋଭିଡ କଟକଣା ମଧ୍ୟରେ ଗତକାଲି ସଂଧ୍ୟା ପୂର୍ବରୁ ଶେଷ ହୋଇଥିଲା ରଥଟଣା । ତେବେ ରଥାରୁଢ଼ ଶ୍ରୀଜୀଉଙ୍କ ଦର୍ଶନ ଉପରେ କଟକଣା ଲାଗିଛି ।

କରୋନା କଟକଣା ଯୋଗୁଁ ବିନା ଭକ୍ତରେ ଅନୁଷ୍ଠିତ ହୋଇଛି ଏହି ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ କେବଳ ସେବାୟତମାନେ ତିନି ଠାକୁରଙ୍କ ରଥକୁ ଟାଣି ଆଣି ଶରଧାବାଲିରେ ପହଞ୍ଚାଇଥିଲେ। ଆଜି ସମସ୍ତ ନୀତିକାନ୍ତି ପରେ ରଥ ଉପରେ ତିନି ଦିଅଁଙ୍କୁ , ଗୋପାଳ ବଲ୍ଲଭ ବେଶ, ଭୋଗ, ସକାଳ ଧୂପ, ମଇଲମ, କୋରା ଖଇ ଭୋଗ ଲାଗିକରାଯିବ । ମଧ୍ୟାହ୍ନ ଧୂପ ପରେ ଆଡ଼ପ ମଣ୍ଡପକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି । ଗୋଟି ପହଣ୍ଡି କରି ଆଡ଼ପ ମଣ୍ଡପକୁ ତିନି ଦିଅଁ ଙ୍କୁ ବିଜେ କରାଯିବ..

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ