ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଶରଦ ଯାଦବଙ୍କ ପରଲୋକ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ନୂଆଦିଲ୍ଲୀ : ଜେଡିୟୁର ପୂର୍ବତନ ସଭାପତି ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶରଦ ଯାଦବଙ୍କର ଗୁରୁବାର ଦିନ ପରଲୋକ ଘଟିଛି। ତାଙ୍କୁ ୭୫ ବର୍ଷ ହୋଇଥିଲା। କିଛିଦିନ ହେଲା ତାଙ୍କ ସ୍ବାସ୍ଥ୍ୟରେ ଦ୍ରୁତ ଅବନତି ଦେଖାଦେବାରୁ ତାଙ୍କୁ ଗୁରୁଗ୍ରାମର ଫୋର୍ଟିସ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଯାଦବଙ୍କ ଝିଅ ସୁଭାଷିନୀ ଯାଦବ ପିତାଙ୍କ ମୃତ୍ୟୁ ସଂପର୍କରେ ପ୍ରଥମେ ସୂଚନା ଦେଇଥିଲେ।

ସେ ଲୋକସଭାକୁ ୭ ଥର ନିର୍ବାଚିତ ହୋଇଥିବା ବେଳେ ରାଜ୍ୟସଭାକୁ ତିନି ଥର ନିର୍ବାଚିତ ହୋଇଥିଲେ। ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ ୧୯୯୯ରୁ ୨୦୦୪ ପର୍ଯ୍ୟନ୍ତ ଶରଦ ଯାଦବ ବିଭିନ୍ନ ମନ୍ତ୍ରାଳୟ ଦାୟିତ୍ବରେ ରହିଥିଲେ। ୨୦୦୩ରେ ସେ ଜେଡିୟୁର ସଭାପତି ହୋଇଥିଲେ। ୨୦୦୪ ଲୋକସଭା ନିର୍ବାଚନରେ ତାଙ୍କର ପରାଜୟ ହୋଇଥିଲା ଏବଂ ପରବର୍ତ୍ତୀ ସମୟରେ ସେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ।

୨୦୦୯ରେ ସେ ମାଧେପୁରା ଲୋକସଭା ଆସନରୁ ପୁଣି ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ। ତେବେ ୨୦୧୪ ସାଧାରଣ ନିର୍ବାଚନରେ ଜେଡିୟୁର ପରାଜୟ ହୋଇଥିଲା ଏବଂ ନୀତୀଶ କୁମାରଙ୍କ ସହ ଯାଦବଙ୍କ ସଂପର୍କ ତିକ୍ତ ହୋଇଉଠିଥିଲା। ୨୦୧୭ ବିହାର ବିଧାନସଭା ନିର୍ବାଚନରେ ନୀତୀଶ କୁମାରଙ୍କ ନେତୃତ୍ବାଧୀନ ଜେଡିୟୁ ବିଜେପି ସହ ମେଣ୍ଟ କରିବା ପରେ ଶରଦ ଯାଦବ ଏହାକୁ ଗ୍ରହଣ କରିନଥିଲେ। ଏଥିପାଇଁ ଜେଡିୟୁ ତାଙ୍କୁ ରାଜ୍ୟସଭାରୁ ହଟାଇବା ପାଇଁ ପଦକ୍ଷେପ ନେଇଥିଲା। ଏହାପରେ ଶରଦ ଯାଦବ ନୀତୀଶଙ୍କଠାରୁ ଦୂରେଇ ଯାଇ ୨୦୧୮ରେ ନିଜର ରାଜନୈତିକ ଦଳ ‘ଲୋକତାନ୍ତ୍ରିକ ଜନତା ଦଳ (ଏଲ୍‌ଜେଡି) ଗଠନ କରିଥିଲେ। ମାର୍ଚ୍ଚ ୨୦୨୨ରେ ଏଲ୍‌ଜେଡିକୁ ଲାଲୁ ପ୍ରସାଦ ଯାଦବଙ୍କ ଆର୍‌ଜେଡିର ମିଶାଇ ଦେଇଥିଲେ ଶରଦ ଯାଦବ। ବିଜେପି ବିରୋଧୀଙ୍କୁ ଏକାଠି କରିବା ସହ ବିରୋଧୀ ମେଣ୍ଟକୁ ଶକ୍ତିଶାଳୀ କରିବା ତାଙ୍କର ଏକମାତ୍ର ଲକ୍ଷ୍ୟ ବୋଲି ସେ କହିଥିଲେ।

ବିହାର ରାଜନୀତିରେ ନିଜର ସ୍ବତନ୍ତ୍ର ପରିଚୟ ରଖୁଥିବା ଶରଦ ଯାଦବଙ୍କ ବିୟୋଗରେ ବିଭିନ୍ନ ମହଲରୁ ଶୋକବ୍ୟକ୍ତ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯାଦବଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ଲୋହିଆଙ୍କ ଚିନ୍ତାଧାରା ଗଭୀର ଭାବେ ଅନୁପ୍ରାଣିତ ଶରଦ ଯାଦବ ତାଙ୍କ ଦୀର୍ଘ ରାଜନୈତିକ ଜୀବନରେ ସାଂସଦ ଓ ମନ୍ତ୍ରୀ ଭାବେ ନିଜର ଦକ୍ଷତା ପ୍ରତିପାଦିତ କରିଥିଲେ ବୋଲି ପ୍ରଧାନମନ୍ତ୍ରୀ ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ