ଭୁବନେଶ୍ୱର ୧୮/୧୦ : ହିନ୍ଦୁ ଧର୍ମରେ ଶରତ ପୂର୍ଣ୍ଣିମା ତିଥିରେ ବିଶେଷ ମହତ୍ତ୍ୱ ରହିଛି। ଶରତ ପୂର୍ଣ୍ଣିମା ଜାଗ୍ରତ ପୂର୍ଣ୍ଣିମା ନାମରେ ମଧ୍ୟ ଜଣାଶୁଣା। ପାଞ୍ଜି ଅନୁଯାୟୀ ଆସନ୍ତାକାଲି ଅର୍ଥାତ୍ ଅକ୍ଟୋବର ୧୯ ହେଉଛି ଅଶ୍ୱିନ୍ ମାସ ପୂର୍ଣ୍ଣିମା ଅର୍ଥାତ୍ ଶରତ ପୂର୍ଣ୍ଣିମା। ଏହି ଦିନ ମାତା ଲକ୍ଷ୍ମୀଙ୍କୁ ପୂଜା କରାଯାଏ ଏବଂ ତାପରେ ଚନ୍ଦ୍ର ଦର୍ଶନ କରାଯାଏ। ଏହା ଏକ ଧାର୍ମିକ ବିଶ୍ୱାସ ଯେ ଏହାଦ୍ୱାରା ଧନଧାନ୍ୟ ପ୍ରାପ୍ତି ହୋଇଥାଏ ଓ ଶରୀର ନିରୋଗୀ ରହେ। ଶରତ ପୂର୍ଣ୍ଣିମା ଦିନ ଏହି ପ୍ରତିକାର କରନ୍ତୁ। ଏହାର ଅନେକ ଲାଭ ରହିଛି …
୧. ଶରତ ପୂର୍ଣ୍ଣିମା ଦିନ ଚନ୍ଦ୍ର ଆଲୋକରେ ବସିଲେ ସମସ୍ତ ଶାରୀରିକ ରୋଗରୁ ମୁକ୍ତି ମିଳିଥାଏ ବୋଲି ବିଶ୍ୱାସ ରହିଛି। ଶ୍ୱାସ ସମ୍ବନ୍ଧୀୟ ରୋଗୀଙ୍କ ପାଇଁ ମଧ୍ୟ ଲାଭଦାୟକ।
୨. ଆୟୁର୍ବେଦ ଅନୁସାରେ ଶରତ ପୂର୍ଣ୍ଣିମା ଦିନ ଚନ୍ଦ୍ରମା କିରଣ ଅମୃତ ସହ ସମାନ। ଶରତ ପୂର୍ଣ୍ଣିମା ରାତିରେ ଚନ୍ଦ୍ର ଦର୍ଶନ କରିବା ଦ୍ୱାରା ନେତ୍ର ସମ୍ବନ୍ଧୀ ରୋଗ ମଧ୍ୟ ଦୂର ହୋଇଥାଏ।
୩. ଶରତ ପୂର୍ଣ୍ଣିମାକୁ କୁମାର ପୂର୍ଣ୍ଣିମା ମଧ୍ୟ କୁହାଯାଏ। ଏହି ଦିନ ଭଗବାନ କାର୍ତ୍ତିକେୟଙ୍କୁ ପୂଜା କରାଯାଏ। ଏହି ଦିନ କାର୍ତ୍ତିକେୟଙ୍କୁ ପୂଜା କଲେ କୁମାରୀଙ୍କୁ ମନ ମୁତାବକ ଓ ଯୋଗ୍ୟ ବର ପ୍ରାପ୍ତି ହୋଇଥାଏ।
୪. ଶରତ ପୂର୍ଣ୍ଣିମା ଦିନ ଖିରି ତିଆରି କରି ରାତିରେ ଚନ୍ଦ୍ର ଆଲୋକରେ ରଖନ୍ତୁ। ତା ’ପରଦିନ ଏହାକୁ ସେବନ କରନ୍ତୁ। ବିଶ୍ୱାସ କରାଯାଏ ଯେ ଏହା କରିବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ।
୫. କୁହାଯାଏ ଯେ ଶରତ ପୂର୍ଣ୍ଣିମା ଦିନ ମାତା ଲକ୍ଷ୍ମୀଙ୍କର ପ୍ରାଦୁର୍ଭାବ ହୋଇଥିଲେ। ଏହି ଦିନ ରାତିରେ ଜାଗରଣ କରନ୍ତୁ ଓ ମାତା ଲକ୍ଷ୍ମୀଙ୍କ ମନ୍ତ୍ର ଜପ କଲେ ଧନଧାନ୍ୟ ପ୍ରାପ୍ତ ହୁଏ।
୬. ଶରତ ପୂର୍ଣ୍ଣିମା ଦିନ ମାତା ଲକ୍ଷ୍ମୀଙ୍କୁ ପୂଜା କଲାବେଳେ ଗୋଲାପୀ ରଙ୍ଗର ଫୁଲ, ଅତର, ସୁଗନ୍ଧ ନିଶ୍ଚୟ ଅର୍ପଣ କରନ୍ତୁ। ଏହାଦ୍ୱାରା ମା’ ପ୍ରସନ୍ନ ହୋଇଥାନ୍ତି ଓ ଧନଧାନ୍ୟ ପ୍ରାପ୍ତି ହୋଇଥାଏ