ଦେଶ ବିଦେଶ ମନୋରଞ୍ଜନ

ଶମିତା ଶେଟ୍ଟୀ-ରାକେଶ ବାପତଙ୍କ ହେଲା ବ୍ରେକ୍‌ଅପ୍‌, ଜାଣନ୍ତୁ କାହିଁକି

ନୂଆଦିଲ୍ଳୀ ୦୯।୦୬ : ବିଗ୍‌ବସ୍‌ ଓଟିଟିର ପପୁଲାର ଯୋଡି ଶମିତା ଶେଟ୍ଟୀ -ରାକେଶ ବାପତ । ଦୁହିଁଙ୍କର ଫ୍ୟାନ୍ସ ଫଲୋର୍ସ ଖୁବ୍‌ ଅଧିକ । ଉଭୟଙ୍କ ସମ୍ପର୍କ ବିଗ୍‌ବସ୍‌ ଓଟିଟିରୁ ଆରମ୍ଭ ହୋଇଥିଲା । ଧିରେ ଧିରେ ସେମାନଙ୍କ ଫଟୋ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଲା । କିନ୍ତୁ ବର୍ତ୍ତମାନ ଖବର ଆସିଛି ଯେ ଉଭୟଙ୍କ ମଧ୍ୟରେ ଥିବା ସମ୍ପର୍କ ଭାଙ୍ଗି ଯାଇଛି। ଏହି ଖବର ସାମ୍ନାକୁ ଆସିବା ପରେ ଶମିତା ଏବଂ ରାକେଶଙ୍କ ପ୍ରଶଂସକମାନଙ୍କ ଝଟକା ଲାଗିଛି। ସୋସିଆଲ ମିଡିଆରେ ସେମାନଙ୍କର ବ୍ରେକଅପ୍ ଖବର ଘୁରି ବୁଲୁଛି।

ରାକେଶ ଏବଂ ଶମିତା ସବୁବେଳେ ପରସ୍ପର ସହିତ ହାତରେ ହାତ ପକାଇ ଏକାଠି ନଜର ଆସନ୍ତି । କିନ୍ତୁ ବର୍ତ୍ତମାନ ଏହା ଘଟିବ ନାହିଁ, କାରଣ ଗଣମାଧ୍ୟମରେ ଖବର ଅନୁଯାୟୀ ଉଭୟେ ପାରସ୍ପରିକ ସହମତି ଅନୁଯାୟୀ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି। ଅନେକ ରିପୋର୍ଟରେ ଏହା ମଧ୍ୟ ଦାବି କରାଯାଇଛି ଯେ ରାକେଶ ବାପତ ମୁମ୍ବାଇ ସ୍ଥିତ ଶମିତାଙ୍କ ଘର ନିକଟରେ ସ୍ଥାନାନ୍ତର କରିବାକୁ ଯୋଜନା କରୁଥିଲେ। କିନ୍ତୁ ବର୍ତ୍ତମାନ ଏବେ ତାହା ହୋଇ ନପାରେ। କାହିଁକି ନା ନିକଟରେ ଶମିତା ଶେଟ୍ଟୀଙ୍କ ଜନ୍ମଦିନ ହୋଇଥିଲା କିନ୍ତୁ ରାକେଶ ସେହି ପାର୍ଟୀରେ ଉପସ୍ଥିତ ନଥିଲେ।

କହିବାକୁ ଗଲେ କହିବା, ‘ବିଗ୍ ବସ୍ OTT’ ର ପ୍ରଥମ ସିଜନରେ ଶମିତା ଶେଟ୍ଟୀ ରାକେଶ ବାପତଙ୍କୁ ଭେଟିଥିଲେ । ଏହି ଶୋ’ରେ ଦୁହିଁଙ୍କ ମଧ୍ୟରେ ବନ୍ଧୁତା ହୋଇଥିଲା । ପରେ ପ୍ରେମରେ ସମ୍ପର୍କରେ ବଦଳିଥିଲା କିନ୍ତୁ ବର୍ତ୍ତମାନ ଦୁହିଁଙ୍କ ପ୍ରେମ କାହାଣୀ ଶେଷ ହୋଇଛି । ଉଭୟ ପରସ୍ପର ସହମତିରେ ହିଁ ଅଲଗା ହେବାକୁ ସ୍ଥିର କରିଛନ୍ତି । କେବଳ ଏତିକି ହିଁ ନୁହେଁ କୁହାଯାଉଛି କି ସମ୍ଫର୍କ ଶେଷ ହୋଇଛି ହେଲେ ଭଲ ବନ୍ଧୁ ହୋଇ ରହିବେ ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ