ଅପରାଧ ରାଜ୍ୟ

ଶବ ନେବାକୁ ମିଳିଲାନି ଆମ୍ବୁଲାନ୍ସ, କାନ୍ଧେଇ କାନ୍ଧେଇ ଘରକୁ ବୋହିନେଲେ ପରିବାରଲୋକ

ଟାଙ୍ଗୀ ୨୧।୬: ଟାଙ୍ଗୀ ସରକାରୀ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା ଜଣେ ମହିଳାଙ୍କୁ ଚିକିତ୍ସା ପୂର୍ବରୁ ଡାକ୍ତର ମୃତ ଘୋଷଣା କରିଥିଲେ । ମହିଳାଙ୍କ ପରିବାର ଲୋକେ ମୃତଦେହକୁ ଘରକୁ ନେବାକୁ ଚାହୁଁଥିବା ବେଳେ ମେଡିକାଲ କ୍ୟାମ୍ପସ୍‌ରେ ଥିବା ଘରୋଇ ଆମ୍ବୁଲାନ୍ସ ଡ୍ରାଇଭରଙ୍କ ଦାଦାଗିରି ଆରମ୍ଭ ହୋଇଥିଲା । ଫଳରେ ମୃତ ମହିଳାଙ୍କ ପରିବାରଲୋକ ଶବକୁ କାନ୍ଧରେ ଘରକୁ ନେବାପାଇଁ ବାଧ୍ୟ ହୋଇଥିଲେ ।

ସୂଚନାଯୋଗ୍ୟ ଯେ, ନୟାଗଡ଼ ଜିଲ୍ଲା ପଟିଆ-ମାଳ ଗ୍ରାମର ଦାମ ନାୟକଙ୍କ ପତ୍ନୀ ସାଧବା ନାୟକଙ୍କୁ ନିଜ ଘରେ ବିଦ୍ୟୁତ ଆଘାତ ଲାଗିବା ଯୋଗୁଁ ଟାଙ୍ଗୀ ମେଡିକାଲ ଆସିଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ଆକସ୍ମିକ ଦୁର୍ଘଟଣା ଅଥବା ସନ୍ଦେହଜନକ ମୃତ୍ୟୁକୁ ନେଇ ଟାଙ୍ଗୀ ମେଡିକାଲ ପକ୍ଷରୁ ପୋଲିସକୁ ଅବଗତ କରାଯାଇଥିଲା । ହେଲେ ପୋଲିସ ଶବ ବ୍ୟବଚ୍ଛେଦ କରିବା ପରିବର୍ତ୍ତେ ପୋଲିସ ମେଡିକାଲକୁ ଆସି ମହିଳାଙ୍କ ମୃତଦେହ ଆତ୍ମୀୟଙ୍କୁ ହସ୍ତାନ୍ତର କରି ଚାଲିଗଲା । ଶବକୁ ଘରକୁ ନେବା ପାଇଁ ପରିବାର ଲୋକେ ଏକ ଅଟୋରିକ୍ସା ଭଡା ସୂତ୍ରରେ ଆଣିଥିଲେ । ହେଲେ ଟାଙ୍ଗୀ ମେଡିକାଲ ମଧ୍ୟରୁ ଶବ କେବଳ ଘରୋଇ ଆମ୍ବୁଲାନ୍ସରେ ଯିବ ଏବଂ ଏଥିପାଇଁ ୩ ହଜାର ଟଙ୍କା ଦାବି କରି ଦାଦାଗିରି ଆରମ୍ଭ କରିଥିଲେ । ଏପରିକି ମୃତ ମହିଳାଙ୍କ ପରିବାରଲୋକ ଆଣିଥିବା ଅଟୋରିକ୍ସାରେ ଶବ ନେବା ସମ୍ଭବ ହୋଇନଥିଲା । ଆଉ ଶେଷରେ ମୃତ ମହିଳାର ଶବକୁ କାନ୍ଧେଇ-କାନ୍ଧେଇ ଘରକୁ ନେବା ପାଇଁ ବାଧ୍ୟ ହୋଇଥିଲେ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।