ଖେଳ ଦେଶ ବିଦେଶ

ଶନିବାରଠୁ ଭାରତ-ଶ୍ରୀଲଙ୍କା ଦ୍ୱିତୀୟ ଟେଷ୍ଟ୍, ସିରିଜ ବିଜୟ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ

ନୂଆଦିଲ୍ଲୀ, ୧୦|୦୩: ଭାରତ ମାର୍ଚ୍ଚ ୧୨ ତାରିଖରୁ ଶ୍ରୀଲଙ୍କା ବିପକ୍ଷରେ ପିଙ୍କ୍ ବଲ ଟେଷ୍ଟ୍ ଖେଳିବ । ଦଳ ପ୍ରଥମ ମ୍ୟାଚରେ ଶ୍ରୀଲଙ୍କାକୁ ଇନିଂସ ସହ ୨୨୨ ରନରେ ପରାସ୍ତ କରିଥିଲା । ତେବେ ଭ୍ରମଣକାରୀ ଦଳ ବିପକ୍ଷରେ ତୃତୀୟ ପିଙ୍କ୍ ବଲ ଟେଷ୍ଟ ଖେଳିବ ଭାରତ । ପୂର୍ବରୁ ଦଳ ୨୦୧୯ରେ ବାଂଲାଦେଶ ଓ ୨୦୨୧ରେ କୋଲକାତା ବିପକ୍ଷରେ ପିଙ୍କ୍ ବଲ ଟେଷ୍ଟ ଖେଳିଥିଲା ।

ପ୍ରାକ୍ଟିସ୍ ସେସନରେ ସବୁ ଖେଳାଳି ଆତ୍ମବିଶ୍ୱାସର ସହ ଥିବା ଦେଖିବାକୁ ମିଳିଥିଲା । ପ୍ରଥମ ଟେଷ୍ଟକୁ ବୃହତ ବ୍ୟବଧାନରେ ଜିତିବା ପରେ ଦଳ ଉପରେ ସେତେଟା ଚାପ ନାହିଁ ।

ଅଧିନାୟକ ରୋହିତ ଶର୍ମା ଓ ପୂର୍ବତନ ଅଧିନାୟର ବିରାଟ କୋହଲିଙ୍କ ପାଇଁ ଏହି ମୁକାବିଲା ଖାସ୍ ହେବାକୁ ଯାଉଛି । କାରଣ ଏହି ମୁକାବିଲାରେ ତାଙ୍କ ବ୍ୟାଟରୁ ପ୍ରଶଂସକ ଶତକ ଆଶା ରଖିଛନ୍ତି । ଦୀର୍ଘ ୨୭ ମାସ ଧରି ବିରାଟଙ୍କ ବ୍ୟାଟ୍ ଶାନ୍ତ ଅଛି । ସେ ବାଂଲାଦେଶେ ବିପକ୍ଷ ଦିବାରାତ୍ର ମୁକାବିଲାରେ ଶେଷ ଶତକ ଲଗାଇଥିଲେ । ଦ୍ୱିତୀୟ ଟେଷ୍ଟରେ ଭାରତ ବଡ ପରିବର୍ତ୍ତନ କରିପାରେ । କୂଳଦୀପ ଯାଦବଙ୍କ ବଦଳରେ ଅକ୍ଷର ପଟେଲଙ୍କୁ ଦଳ ଚୁଡାନ୍ତ ଏକାଦଶରେ ସାମିଲ କରିବ । ଅକ୍ଷର ଏବେ ସମ୍ପୂର୍ଣ୍ଣ ଫିଟ୍ ଅଛନ୍ତି ।

ସେହିପରି ଶୁଭମନ ଗିଲଙ୍କୁ ଆଉ କିଛି ଦିନ ଅପେକ୍ଷା କରିବାକୁ ପଡିପାରେ । ମୋହାଲି ଟେଷ୍ଟରେ ରୋହିତ ଶର୍ମା ଓ ମୟଙ୍କ ଅଗ୍ରଓ୍ୱାଲ ଓପନିଂ ପାଇଁ ଓହ୍ଲାଇଥିଲେ । ବେଙ୍ଗାଲୁରୁ ଦିନିକିଆରେ ମଧ୍ୟ ଉଭୟ ପୁଣି ଓପନିଂ ପାଇଁ ଓହ୍ଲାଇପାରନ୍ତି ।

ତେବେ ଦ୍ୱିତୀୟ ମୁକାବିଲା ଜିତି ଭାରତ ସିରିଜ ଜିତିବାକୁ ଲକ୍ଷ୍ୟ ରଖିବ । ପୂର୍ବରୁ ଦଳ ଟି୨୦ ସିରିଜରେ ଶ୍ରୀଲଙ୍କାକୁ ମାତ୍ ଦେଇଥିଲା ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ