ରାଜ୍ୟ

ଶତାୟୁ ଖୋର୍ଦ୍ଧା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ୍‌; ତଳ ଆଡୁ ଓଡ଼ିଶାରେ ଏକ ନମ୍ବର

ଖୋର୍ଦ୍ଧା: ଓଡ଼ିଶାର ଶତାୟୁ ଖୋର୍ଦ୍ଧା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ୍‌। ବାଙ୍କି କେନ୍ଦ୍ରୀୟ ବ୍ୟାଙ୍କ୍‌ ପରେ ପରେ ବ୍ରିଟିଶ ଅମଳରେ ଏ ବ୍ୟାଙ୍କ୍‌ର ହୋଇଥିଲା ଜନ୍ମ। ଖୋର୍ଦ୍ଧା ଜିଲ୍ଲା ସହିତ ନୟାଗଡ଼ର ରଣପୁର ଏବଂ ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ ବ୍ଲକ୍‌କୁ ବି ଏହାର ଶାଖା ବିସ୍ତାର କରିଛି। କିନ୍ତୁ, ଶତାୟୁ ବ୍ୟାଙ୍କ୍‌ର ସ୍ଥିତି ଓଡ଼ିଶାର ସବୁଠାରୁ ତଳେ। ବ୍ୟାଙ୍କ୍‌ର ଲାଭ ଦୃଷ୍ଟିରୁ ବିଚାର କଲେ ବହୁ ପଛରେ ନୂଆ ନୂଆ ଜନ୍ମ ନେଇଥିବା ବ୍ୟାଙ୍କ୍‌ଗୁଡ଼ିକ ତାଲିକାରେ ସବୁଠାରୁ ଉପରେ ରହିଥିବା ବେଳେ ଖୋର୍ଦ୍ଧା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ୍‌ ୧୭ନମ୍ବର ତାଲିକାରେ ଅଛି। ୨୦୨୧-୨୨ ଆର୍ଥିକବର୍ଷଠାରୁ ଏ ବ୍ୟାଙ୍କ୍‌ ଗତ ଆର୍ଥିକବର୍ଷରେ ମାତ୍ର ୯୦ହଜାର ଟଙ୍କା ଅଧିକ ଲାଭ କରିଛି। ଜିଲ୍ଲାର ଏତେ ବଡ଼ ଆର୍ଥିକ ଅନୁଷ୍ଠାନର ମାତ୍ର ୯୦ହଜାର ଟଙ୍କାର ବାର୍ଷିକ ପ୍ରଗତି ବୁଦ୍ଧିଜୀବୀ ମହଲକୁ ଆନ୍ଦୋଳିତ କଲାଣି। ରାଜଧାନୀ ଜିଲ୍ଲାରେ ଗଢ଼ି ଉଠିଥିବା ଏ ବ୍ୟାଙ୍କ୍‌ ବେପାରରେ କାହିଁକି ପଛୁଆ ବୋଲି ପ୍ରଶ୍ନ ଉଠିଲାଣି।

ତଥ୍ୟ ମୁତାବକ, ଏ ବ୍ୟାଙ୍କ୍‌ର ଜନ୍ମ ହୋଇଥିଲା ୧୯୧୨ ମସିହା ମାର୍ଚ୍ଚ ୨୨ତାରିଖରେ। ଖୋର୍ଦ୍ଧାରେ ଯେବେ ବ୍ରିଟିଶ ଶାସନ ଚାଲିଥିଲା, ସେତେବେଳେ ଆର୍ଥିକ କାରବାରରେ ଏ ବ୍ୟାଙ୍କ୍‌ ଅଗ୍ରଣୀ ଭୂମିକା ତୁଲାଇଥିଲା। ଓଡ଼ିଶାର ମୋଟ୍ ୧୭ଗୋଟି କେନ୍ଦ୍ରୀୟ ସମବାୟ ବ୍ୟାଙ୍କ୍‌ ମଧ୍ୟରୁ ବାଙ୍କୀ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ୍‌ ସର୍ବପ୍ରଥମ ବୋଲି କୁହାଯାଉଥିବା ବେଳେ ଖୋର୍ଦ୍ଧାର ନାଁ ଦ୍ବିତୀୟକୁ ଆସୁଛି। ପୁରୀ, ଖୋର୍ଦ୍ଧା ଏବଂ ନୟାଗଡ଼ ଆଦି ତିନି ଗୋଟି ଜିଲ୍ଲାରେ ଏ ବ୍ୟାଙ୍କ୍‌ ନିଜର ମୋଟ୍ ୧୮ଗୋଟି ଶାଖା ଖୋଲି ବେପାର କରୁଛି। ତନ୍ମଧ୍ୟରୁ ଦୁଇ ଗୋଟି ହେଉଛି ମହିଳା ଶାଖା। ଯାହା ରାଜଧାନୀ ଭୁବନେଶ୍ବର ଏବଂ ଖୋର୍ଦ୍ଧା ସହରରେ ଖୋଲିଛି। ଏ ଶତାୟୁ ବ୍ୟାଙ୍କ୍‌ର କର୍ମଚାରୀ ସଂଖ୍ୟା ବି ୧୪୮। କିନ୍ତୁ, ବୟସ ଦୃଷ୍ଟିରୁ ଏ ବ୍ୟାଙ୍କ୍‌ର ଆୟ ଏତେଟା ଆଖି ଦୃଶିଆ ନୁହେଁ। ଗଲା ୨୦୨୨-୨୩ ଆର୍ଥିକ ବର୍ଷରେ ଏ ବ୍ୟାଙ୍କ୍‌ ମାତ୍ର କୋଟିଏ ୩ଲକ୍ଷ ୪୯ହଜାର ଟଙ୍କାର ଲାଭ ଦେଖାଇଛି। ସାରା ଓଡ଼ିଶାର ୧୭ଗୋଟି କେନ୍ଦ୍ରୀୟ ବ୍ୟାଙ୍କ୍‌ ନେଟ୍ ଲାଭ ତୁଳନାରେ ଖୋର୍ଦ୍ଧାର ନାଁ ସବୁଠାରୁ ତଳେ ରହିଛି। ସବୁଠାରୁ ଉଲ୍ଲେଖନୀୟ କଥା ହେଲା, ତା’ ପୂର୍ବବର୍ଷଠାରୁ ଏ ବ୍ୟାଙ୍କ୍‌ର ମାତ୍ର ୯୦ହଜାର ଟଙ୍କା  ଅଧିକ ଲାଭ ଦେଖାଇଛି। ଏତେବଡ଼ ବ୍ୟାଙ୍କ୍‌ରେ ବର୍ଷକୁ ମାତ୍ର ଏତିକି ଟଙ୍କାର ପ୍ରଗତି ବ୍ୟାଙ୍କ୍‌ର ବ୍ୟବସାୟିକ ପଦ୍ଧତି ଉପରେ ପ୍ରଶ୍ନ ଉଠାଇଛି। ଓଡ଼ିଶାର ସବୁ ବ୍ୟାଙ୍କ୍‌ ଲାଭ ଦୃଷ୍ଟିରୁ ଭଲ ପ୍ରଦର୍ଶନ କରୁଥିବା ବେଳେ ବ୍ରିଟିଶ ସମୟରେ ଆର୍ଥିକ ବ୍ୟବସ୍ଥାକୁ ସମ୍ଭାଳୁଥିବା ଏ ବ୍ୟାଙ୍କ୍‌ ସେମାନଙ୍କ ପ୍ରତିଦ୍ବନ୍ଦ୍ବୀ ସମକକ୍ଷ ନୁହେଁ?

ଏ ସମ୍ପର୍କରେ ବ୍ୟାଙ୍କ୍‌ର ସିଇଓ ବନଶ୍ରୀ ମଲ୍ଲିକ ନିଜ ପ୍ରତିକ୍ରିୟା ଦେଇ ବ୍ୟାଙ୍କ୍‌ର ଏମିତି ବ୍ୟବସାୟର ବହୁ କାରଣ ଦର୍ଶାଇଛନ୍ତି। କହିଛନ୍ତି, ଯଦିଓ ଆମେ ସରକାରୀ ବ୍ୟାଙ୍କ୍‌, କିନ୍ତୁ ସରକାରୀ ଯୋଜନାର ଟଙ୍କାଟିଏ ବି ଆମ ପାଖରେ ଡିପୋଜିଟ୍ ନାହିଁ। ଆମର ଯାହା ବି ଋଣ ଦିଆଯାଉଛି, ସେଥିରୁ ୮୦ପ୍ରତିଶତ କୃଷି ଋଣ କୃଷକଙ୍କୁ ଦିଆଯାଉଛି। ଯାହା ଅଧିକାଂଶ ଲୋକ ଋଣ ଟଙ୍କା ଫେରସ୍ତ କରୁ ନାହାନ୍ତି। ଅନ୍ୟାନ୍ୟ ବ୍ୟାଙ୍କ୍‌ ଅପେକ୍ଷା ଆମର ଚାଷୀ ଓ ଚାଷ ସଂଖ୍ୟା କମୁଛି। ଋଣ ବି  ସେହି ଅନୁସାରେ କମ୍‌ ହେଉଛି। ବର୍ଷକୁ ୧୦୦୦କୋଟିରେ ଯାହା ଯେମିତି ବ୍ୟାଙ୍କ୍‌ର ବ୍ୟବସାୟ ଚାଲିଛି ବୋଲି ଶ୍ରୀମତୀ ମଲ୍ଲିକ ପ୍ରକାଶ କରିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।