ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ଭୁବନେଶ୍ବର : ରେଳ ନିରାପତ୍ତା ଆୟୁକ୍ତ(ସିଆରଏସ)ଙ୍କ ଅନୁମୋଦନ ପରେ ଗତ ୩ ତାରିଖଠାରୁ ଜାରୋଲି-ଯଖପୁରା ସୁପର କ୍ରିଟିକାଲ ଦୋହରୀକରଣ ପ୍ରକଳ୍ପର ଶଗଡ଼ପଟା ଓ ଟାଙ୍ଗିରିଆପାଳ ମଧ୍ୟରେ ୧୭.୭୯୯ କିମି ଦୋହରୀକରଣ ଲାଇନରେ ଟ୍ରେନ୍ ଚଳାଚଳ ପାଇଁ କାର୍ଯ୍ୟକ୍ଷମ ହୋଇଛି। ଟ୍ରେନ୍ ଚଳାଚଳ ପାଇଁ ସମସ୍ତ ନିରାପତ୍ତା ସମ୍ବନ୍ଧୀୟ ଦିଗକୁ ନୀରିକ୍ଷଣ କରିବା ପରେ ସିଆରଏସ୍ ଏହି ରେଳ ସେକ୍ସନକୁ ଅନୁମୋଦନ କରିଛନ୍ତି। ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ପରେ ଏହି ମାର୍ଗରେ ପଣ୍ୟ ପରିବହନ ଯଥା ଲୁହାପଥର, ମାଙ୍ଗାନିଜ୍ ଆଦି ଖଣିଜ ଦ୍ରବ୍ୟ ଓ ଯାତ୍ରୀ ପରିବହନ ହୋଇପାରିବ। ଯାତ୍ରୀ ପରିବହନ କରୁଥିବା ଟ୍ରେନ୍ ଚଳାଚଳ ବ୍ୟତୀତ ପୂର୍ବତଟ ରେଳପଥ ଦ୍ୱାରା ଧାମରା, ପାରାଦୀପ ଓ ବିଶାଖାପାଟଣା ବନ୍ଦରକୁ ଲୁହା ଓ କୋଇଲା ପରିବହନ ସହଜ ହେବ। ଏହି ଲାଇନ୍ କେନ୍ଦୁଝର ଜିଲ୍ଲା ଅନ୍ତର୍ଗତ ଲୁହା ପଥର ଓ ମାଙ୍ଗାନିଜ୍ ସମୃଦ୍ଧ ଅଞ୍ଚଳକୁ ନିକଟ ବନ୍ଦର ସହ ଅନେକ ଇସ୍ପାତ କାରଖାନାକୁ ସଂଯୋଗ କରିବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ କୁହାଯାଇଛି।
ବାଂଶପାଣି-ଜାରୋଲି-ଦୈତାରୀ-ଟମକା-ଯଖପୁରା ପର୍ଯ୍ୟନ୍ତ ପ୍ରାୟ ୧୮୦ କିମି ଦୋହରୀକରଣ ହେବ। ଏହି ପ୍ରକଳ୍ପ ପାଇଁ ୧୮୨୬ କୋଟି ଅନୁମୋଦନ ହୋଇଛି। ୧୮୦ କିମି ମଧ୍ୟରୁ ୧୨୪ କିମି ଦୋହରୀକରଣ କାର୍ଯ୍ୟ ଗତ ଫେବ୍ରୁଆରି ସୁଦ୍ଧା ସମ୍ପୂର୍ଣ୍ଣ ହୋଇଛି। ନୂତନ ଭାବେ କାର୍ଯ୍ୟକ୍ଷମ ଶଗଡ଼ପଟା-ଟାଙ୍ଗିରିପାଲ ରେଳ ସେକ୍ସନରେ ସର୍ବାଧିକ ୯୦ କିମି ବେଗରେ ଟ୍ରେନ୍ ଚଳାଇବାକୁ ଅନୁମୋଦନ ମିଳିଛି। ଏହି ସେକ୍ସନରେ ୬ଟି ପ୍ରମୁଖ ଓ ୪୬ଟି ଛୋଟ ବ୍ରିଜ୍ ନିର୍ମାଣ ହୋଇଛି। ଗତ ୩ ତାରିଖରେ ମୁଖ୍ୟ ନିରାପତ୍ତା ଆୟୁକ୍ତ ଏ ଏମ ଚୌଧୁରୀ, ଉପମୁଖ୍ୟ ନିରାପତ୍ତା ଆୟୁକ୍ତ ବିଏସ୍କେ ସୁବୁଦ୍ଧି, ପୂର୍ବତଟ ରେଳପଥର ମୁଖ୍ୟ ପ୍ରଶାସନିକ ଅଧିକାରୀ ଏ ପି ଦ୍ବିବେଦୀ, ଖୋର୍ଦ୍ଧା ରୋଡ୍ ରେଳ ମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ରିଙ୍କେଶ ରୟ, ମୁଖ୍ୟ ବ୍ରିଜ୍ ଇଞ୍ଜିନିୟର ବ୍ରଜେଶ ମିଶ୍ର, କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ/ଆରଭିଏନ୍ଏଲ୍ ଏସ୍ କେ ପାତ୍ର ପ୍ରମୁଖ ଏହି ପ୍ରକଳ୍ପ ଯାଞ୍ଚ ସମୟରେ ଉପସ୍ଥିତ ଥିଲେ।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l