ରାଜ୍ୟ

ଲୋୟର୍‌ ପିଏମ୍‌ଜିରେ ଆଶାୟୀ କନିଷ୍ଠ ଶିକ୍ଷକଙ୍କ ବିକ୍ଷୋଭ: ମାହାଲା ମାଣ୍ଡା ନାମରେ ଆଡ୍‌ମିଟ୍‌ କାର୍ଡ!

ଭୁବନେଶ୍ବର: କନିଷ୍ଠ ଶିକ୍ଷକ ନିଯୁକ୍ତି‌ରେ ଅନିୟମିତତା ହୋଇଥିବା ଅଭିଯୋଗ କରି ଆଜି ଦିନତମାମ ଲୋୟର୍ ପିଏମ୍‌ଜି ଓ ଓସେପା କାର୍ଯ୍ୟାଳୟ ସମ୍ମୁଖରେ‌ ଶହଶହ ଆଶାୟୀ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଅପରାହ୍ଣ ସୁଦ୍ଧା ସରକାର ସେମାନଙ୍କ ଦାବି ନ ଶୁଣିବାରୁ ସେମାନେ ନବୀନ ନିବାସ ଓ ୫ଟି ଅଧ୍ୟକ୍ଷଙ୍କ ବାସଭବନ ଘେରାଉ କରିବାକୁ ଯାଉଥିଲେ। କିନ୍ତୁ ପୁଲିସ ସେମାନଙ୍କୁ ବୁଝାସୁଝା କରି ପୁଣି ଲୋୟର୍ ପିଏମ୍‌ଜିକୁ ଫେରାଇଆଣିଥିଲା। ପରେ ଏକ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଯାଇ ଗଣଶିକ୍ଷା ବିଭାଗ ସଚିବଙ୍କ ସହ ଆଲୋଚନା କରିବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା।

ବିକ୍ଷୋଭକାରୀଙ୍କ ଅଭିଯୋଗ ଅନୁସାରେ କନିଷ୍ଠ ଶିକ୍ଷକ ନିଯୁକ୍ତିରେ ବ୍ୟାପକ ଅନିୟମିତତା ହୋଇଛି। ମାହାଲା ମାଣ୍ଡା ନାମରେ ପରୀକ୍ଷାର୍ଥୀଙ୍କ ଆଡମିଟ୍ କାର୍ଡ ଆସିଛି। ଆଡ୍‌ମିଟ୍‌ କାର୍ଡରେ ଜଣେ କୋଚିଂ ସେଣ୍ଟର ଶିକ୍ଷକଙ୍କ ଫଟୋ ରହିଛି। ବାପାଙ୍କ ନାମ ମଧ୍ୟ ମାହାଲ ମାଣ୍ଡା ପ୍ରୋ ଉଲ୍ଲେଖ ରହିଛି। କେବଳ ଏତିକି ନୁହେଁ, ଗୋଟିଏ ଆଡମିଟ୍‌ କାର୍ଡରେ ପରୀକ୍ଷାର୍ଥୀଙ୍କ ଫଟୋ ବଦଳରେ ପକ୍ଷୀର ଚିତ୍ର ଲାଗିଥିବା ଦେଖିବାକୁ ମିଳିଛି। ମେରିଟ୍‌ ଲିଷ୍ଟ ପ୍ରକାଶ ପାଇବା ପୂର୍ବରୁ କଟ୍‌ ଅଫ୍‌ ତାଲିକା ପ୍ରକାଶ କରାଯାଇନଥିବା ସେମାନେ ଅଭିଯୋଗ କରିଛନ୍ତି। ପ୍ରତିନିଧି ଦଳ ଓସେପା ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। କିନ୍ତୁ ତାହା ସଫଳ ହୋଇନଥିଲା। ‌

ସ୍ପଷ୍ଟୀକରଣ ଦେଲା ଗଣଶିକ୍ଷା ବିଭାଗ
ଆଶାୟୀମାନଙ୍କ ଅଭିଯୋଗର ସ୍ପଷ୍ଟୀକରଣ ଦେଇଛି ଗଣଶିକ୍ଷା ବିଭାଗ। ମାହାଲ ମାଣ୍ଡା ନାଁରେ ଦିଆଯାଇଥିବା ଆଡମିଟ୍‌ କାର୍ଡ ବାବଦରେ କୌଣସି ସ୍ପଷ୍ଟ ମତ ନ ରଖି ବିଭାଗ ପକ୍ଷରୁ କୁହାଯାଇଛି ‌ଯେ ଯୋଗ୍ୟ ବ୍ୟକ୍ତିଙ୍କୁ ଆଡମିଟ୍ କାର୍ଡ ପ୍ରଦାନ କରାଯାଇଥାଏ। ଆବେଦନକାରୀ ଦାଖଲ କରିଥିବା ସୂଚନା ଆଧାରରେ ଆପେଆପେ ଆଡମିଟ୍ କାର୍ଡ ତିଆରି ହୋଇଥାଏ। ତେଣୁ ଦିଆଯାଇଥିବା ଆଡମିଟ୍ କାର୍ଡ କୌଣସି ପ୍ରାମାଣିକ ଦସ୍ତାବିଜ ନୁହେଁ କି ପରୀକ୍ଷା ହଲ୍‌କୁ ପ୍ରବେଶ ପାଇଁ ପ୍ରତିଶ୍ରୁତି ମଧ୍ୟ ନୁହେଁ। ବିଭିନ୍ନ ବର୍ଗରେ ୨୦ ହଜାର ପଦବି ପାଇଁ ବିଜ୍ଞାପନ ଦିଆଯାଇଥିବା ବେଳେ ଡ୍ରାଫ୍ଟ ମେରିଟ୍ ଲିଷ୍ଟରେ ୧୮ ହଜାର ୭୮୮ଟି ପରୀକ୍ଷାର୍ଥୀ ରହିଛନ୍ତି। ବିଭିନ୍ନ ବର୍ଗର ପ୍ରାର୍ଥୀଙ୍କ ଉପଲବ୍ଧତାକୁ ଦୃଷ୍ଟିରେ ରଖି ଚିଠା ମେରିଟ୍ ଲିଷ୍ଟ ପ୍ରକାଶ କରାଯାଇଛି। କିଛି ପ୍ରାର୍ଥୀଙ୍କର ଯଥେଷ୍ଟ ଯୋଗ୍ୟତା ନ ଥାଇପାରେ। ଓସେପା କେବଳ ଚିଠା ମେରିଟ୍ ଲିଷ୍ଟ ପ୍ରକାଶ କରିଛି। ସମସ୍ତ ପ୍ରାର୍ଥୀଙ୍କ ସାର୍ଟିଫିକେଟ୍ ଯାଞ୍ଚ କରାଯିବ ଏବଂ ଅଯୋଗ୍ୟ ପ୍ରାର୍ଥୀଙ୍କୁ ତାଲିକାରୁ ହଟାଇ ଦିଆଯିବ। ସରକାରୀ ସଂକଳ୍ପ ଆଧାରରେ ଏକ ସମ୍ପୂର୍ଣ୍ଣ ସ୍ୱୟଂଚାଳିତ ପ୍ରକ୍ରିୟାରେ କନିଷ୍ଠ ଶିକ୍ଷକ ନିଯୁକ୍ତି କରାଯିବ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।