ଅପରାଧ ଦେଶ ବିଦେଶ

ଲୋକାଲ ଟ୍ରେନରେ ସିଟ୍‌କୁ ନେଇ ହଙ୍ଗାମା, ମହିଳା ଯାତ୍ରୀଙ୍କ ମଧ୍ୟରେ ମାଡ ମରାମରି ସହ ଭଙ୍ଗାରୁଜା

ମୁମ୍ୱାଇ ୭/୧୦: ଲୋକାଲ ଟ୍ରେନରେ ହାତାହାତି ହେଲେ ମହିଳା । ସିଟ୍‌କୁ ଦେଖିବାକୁ ମିଳିଥିଲା ବିବାଦ । ପରିସ୍ଥିତି ଏମିତି ହୋଇଥିଲା ଯେ, ଡ୍ୟୁଟିରେ ଥିବା ଜଣେ ପୋଲିସ କର୍ମଚାରୀଙ୍କୁ ମାଡ ମାରିବାକୁ ପଛାଇନଥିଲେ ମହିଳାମାନେ । ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏହି ଭିଡିଓ ହେଉଛି ଥାଣେ-ପାନଭେଲ ଲୋକାଲ ଟ୍ରେନର ।

ବାସି ସରକାରୀ ରେଳ ପୋଲିସ (GRP) ର ପୋଲିସ୍ ଇନ୍ସପେକ୍ଟରଙ୍କ କହିବା ଅନୁଯାୟୀ ତୁର୍ବେ ଷ୍ଟେସନ ନିକଟରେ ଥିବା ଏକ ସିଟ୍ ରେ ବସିବା ନେଇ ତିନିଜଣ ମହିଳା ଯାତ୍ରୀଙ୍କ ମଧ୍ୟରେ ବିବାଦ ହୋଇଥିଲା । ମାମଲା ଗମ୍ଭୀର ହୋଇଥିଲା ସେତେବେଳେ, ଯେତେବେଳେ ଏହି ଘଟଣାରେ ଅଧିକ ମହିଳା ସାମାଲ ହୋଇଯାଇଥିଲେ ।

ଘଟଣା ପରେ GRP ତଦନ୍ତ ଆରମ୍ଭ କରିଛି । ଏନେଇ ମାମଲା ରୁଜୁ ହୋଇଛି । ଏହି ବିବାଦର ସମାଧାନ ପାଇଁ ନେରୁଲରେ ହସ୍ତକ୍ଷେପ କରିବାକୁ ଆସିଥିବା ଜଣେ ପୋଲିସ କର୍ମଚାରୀଙ୍କୁ ବି ଛାଡି ନଥିଲେ ମହିଳାମାନେ । କିଛି ମହିଳା ଯାତ୍ରୀଙ୍କୁ ପୋଲିସକୁ ଆକ୍ରମଣ କରିଥିଲେ । ଯେଉଁଥିରେ ସେ ଆହତ ହୋଇଥିଲେ । ଜଣେ ପୋଲିସ କର୍ମଚାରୀଙ୍କ ସମେତ ଅତି କମରେ ତିନିଜଣ ମହିଳା ଆହତ ହୋଇଛନ୍ତି । ଭିଡିଓରେ ଦୁଇଜଣ ମହିଳା ଯାତ୍ରୀଙ୍କ ମୁଣ୍ଡରେ ଆଘାତ ଲାଗି ରକ୍ତସ୍ରାବ ଦେଖିବାକୁ ମିଳିଛି ।

ପୋଲିସ କହିବା ଅନୁଯାୟୀ ତୁର୍ବେ ଷ୍ଟେସନରେ ଗୋଟିଏ ସିଟ୍ ଖାଲି ଥିବାବେଳେ ଜଣେ ମହିଳା ଯାତ୍ରୀ ଅନ୍ୟ ଜଣେ ମହିଳାଙ୍କୁ ସିଟ୍ ଦେବାକୁ ଚେଷ୍ଟା କରିଥିଲେ । ତେବେ ଜଣେ ତୃତୀୟ ମହିଳା ମଧ୍ୟ ସମାନ ଆସନ ଦଖଲ କରିବାକୁ ଚେଷ୍ଟା କରିଥିଲେ । ଏହି ପ୍ରସଙ୍ଗରେ ତିନିଜଣ ମହିଳାଙ୍କ ମଧ୍ୟରେ ତୀବ୍ର ଯୁକ୍ତିତର୍କ ହୋଇଥିଲା । ଧୀରେ ଧୀରେ ଏହି ଘଟଣାରେ ଅନେକ ସାମିଲ ହୋଇଥିଲେ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ