ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଲୋକସଭା ନିର୍ବାଚନ ଲଢ଼ିବେ ଅଭିଷେକ ବଚ୍ଚନ!

ପ୍ରୟାଗରାଜ: ବଲିଉଡ୍ ମହାନାୟକ ଅମିତାଭ ବଚ୍ଚନଙ୍କ ପୁଅ ଅଭିନେତା ଅଭିଷେକ ବଚ୍ଚନଙ୍କୁ ନେଇ ପ୍ରୟାଗରାଜରେ ଅଚାନକ ଚର୍ଚ୍ଚା ଜୋର ଧରିଛି। ଏହି ଚର୍ଚ୍ଚା ତାଙ୍କର ଆଗାମୀ ଯୋଜନାକୁ ନେଇ। କୁହାଯାଉଛି ୨୦୨୪ ନିର୍ବାଚନ ରଣଭୂମିରେ ପ୍ରୟାଗରାଜରୁ ଅବତୀର୍ଣ୍ଣ ହୋଇପାରନ୍ତି ଅଭିଷେକ। ୧୯୮୪ ମସିହାରେ ତାଙ୍କ ବାପା ଅମିତାଭ ବଚ୍ଚନ ମଧ୍ୟ ଆହ୍ଲାବାଦରୁ ଲୋକସଭା ନିର୍ବାଚନ ଲଢ଼ିଥିଲେ। ଏହି ନିର୍ବାଚନରେ ଅମିତାଭ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମବତୀନନ୍ଦନ ବହୁଗୁଣାଙ୍କୁ ପରାଜିତ କରି ଇତିହାସ ରଚିଥିଲେ।

ବିଗ୍ ବି’ଙ୍କ ଯାଦୁ ଫଳରେ ୬୮ ପ୍ରତିଶତ ଭୋଟ କଂଗ୍ରେସ ପାଇଥିବା ବେଳେ ବହୁଗୁଣାଙ୍କୁ ୨୫ ପ୍ରତିଶତ ଭୋଟରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା।
ଅଭିଷେକଙ୍କ ମାଆ ଜୟା ବଚ୍ଚନ ସମାଜବାଦୀ ପାର୍ଟିର ରାଜ୍ୟସଭା ସାଂସଦ ଅଛନ୍ତି। ଗତ ଦିନମାନଙ୍କରେ ସେ ଦଳୀୟ ମଞ୍ଚରୁ ତଥା ସଂସଦରେ ବିଜେପି ବିରୋଧରେ ଆକ୍ରାମକ ଆଭିମୁଖ୍ୟ ନେଇ ଆସିଛନ୍ତି। ଆଗାମୀ ନିର୍ବାଚନରେ ସଫଳତା ପାଇଁ ବିଶିଷ୍ଟ ସେଲିବ୍ରିଟିଙ୍କୁ ଠିଆ କରାଯାଇବା ଲାଗି ସମାଜବାଦୀ ପାର୍ଟି ବିଚାର କରୁଥିବା କୁହାଯାଉଛି। ତେବେ ବିଜେପି ପାଖରେ ବି କମ୍ ସେଲିବ୍ରିଟି ନାହାନ୍ତି। ହେମାମାଳିନୀ ମଥୁରାରୁ ବିଜେପିର ସାଂସଦ ଥିବାବେଳେ ଅଭିନେତା ରବିକିଷନ ଶୁକ୍ଳା ଗୋରଖପୁରରୁ ସାଂସଦ ଅଛନ୍ତି। ଭୋଜପୁରୀ ଫିଲ୍ମର ଜଣାଶୁଣା ନାମ ଦିନେଶ ଲାଲ ଯାଦବ ନିରହୁଆ ଆଜମଗଡ଼ରୁ ସାଂସଦ ଅଛନ୍ତି। ବର୍ତ୍ତମାନ ସମାଜବାଦୀ ପାର୍ଟି ପକ୍ଷରୁ ଅଭିଷେକଙ୍କୁ ପ୍ରାର୍ଥୀ କରିବା ପାଇଁ ଦଳ ଭିତରେ ବିଚାରବିମର୍ଶ ଆରମ୍ଭ ହୋଇଯାଇଥିବା ଏବଂ ଦଳୀୟ ନେତାଙ୍କ ମତାମତ ନିଆଯାଉଥିବା ଶୁଣିବାକୁ ମିଳୁଛି। ଏହି ଆସନରେ ବର୍ତ୍ତମାନ ଡ ରୀତା ବହୁଗୁଣା ବିଜେପିର ସାଂସଦ ଅଛନ୍ତି। ସେ ହେଉଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ହେମବତୀନନ୍ଦନ ବହୁଗୁଣାଙ୍କ ଝିଅ, ଯାହାଙ୍କୁ ୧୯୮୪ରେ ଅମିତାଭ ବଚ୍ଚନ ହରାଇଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ