ମନୋରଞ୍ଜନ

‘ଲୋକମାନେ ମୋତେ ଖରାପ ନଜରରେ ଦେଖୁଥିଲେ’: ଫିଲ୍ମ ‘ମର୍ଡର’ରେ ଦେଇଥିବା ବୋଲ୍ଡ ସିନକୁ ନେଇ କହିଲେ ମଲ୍ଲିକା ଶେରାୱତ,

ନୂଆଦିଲ୍ଲୀ ୨୭/୦୫: ଯଦିଓ ବଲିଉଡ ଅଭିନେତ୍ରୀ ମଲ୍ଲିକା ଶେରାୱତ ଫିଲ୍ମ ଦୁନିଆଠାରୁ ଦୂରରେ, କିନ୍ତୁ ସେ ନିଜ ବୋଲ୍ଡନେସ୍ ହେତୁ ଚର୍ଚ୍ଚାରେ ରହିଥା’ନ୍ତି । ଏହି ଅଭିନେତ୍ରୀ ଫିଲ୍ମରେ ଅନେକ ବୋଲ୍ଡ ସିନ୍ ଦେଇଥିଲେ, ଯାହାକୁ ନେଇ ତାଙ୍କୁ ଲୋକଙ୍କ ଅପମାନ ଶୁଣିବାକୁ ପଡିଥିଲା । ନିକଟରେ ମଲ୍ଲିକା ନିଜର କଷ୍ଟ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ଫିଲ୍ମ ‘ମର୍ଡର’ ରେ ବୋଲ୍ଡ ସିନ୍ ଦେଇଥିବାରୁ ତାଙ୍କୁ ଜଣେ ଖରାପ ମହିଳା ଭାବରେ ଦେଖିବାକୁ ଲାଗିଥିଲେ।


ମଲ୍ଲିକା ଏକ ଇଣ୍ଟରଭ୍ୟୁରେ କହିଛନ୍ତି, ‘ଯେତେବେଳେ ମୁଁ ମର୍ଡରରେ ବୋଲ୍ଡ ସିନ୍ ଦେଇଥିଲି, ଲୋକମାନେ ମୋତେ ନୈତିକ ଭାବରେ ମାରି ଦେଇଥିଲେ। ମୋତେ ଜଣେ ଖରାପ ମହିଳା ଭାବରେ ଦେଖୁଥିଲେ । ମୁଁ ଫିଲ୍ମରେ ଦେଇଥିବା ସମସ୍ତ ଦୃଶ୍ୟ ଆଜି ସାଧାରଣ ହୋଇଗଲାଣି । ଅଭିନେତ୍ରୀମାନଙ୍କ ପ୍ରତି ଲୋକଙ୍କ ମନୋଭାବ ସମୟ ସହିତ ବଦଳି ଯାଇଛି। ‘

ମଲ୍ଲିକା ୫୦ ଏବଂ ୬୦ ଦଶକରେ ନିର୍ମିତ ଫିଲ୍ମର ପ୍ରଶଂସା ମଧ୍ୟ କରିଛନ୍ତି । ସେ କହିଛନ୍ତି, ‘ସେତେବେଳେ ମହିଳାମାନଙ୍କ ପାଇଁ ବହୁତ ଭଲ ଚରିତ୍ର ଲେଖାଯାଉଥିଲା। କିନ୍ତୁ ସେହି ସୌନ୍ଦର୍ଯ୍ୟ ଆମ ଫିଲ୍ମରେ ବଞ୍ଚି ପାରିଲା ନାହିଁ । ମୁଁ ବର୍ଷ ବର୍ଷ ଧରି ଏକ ଭଲ ଚରିତ୍ରକୁ ଅପେକ୍ଷା କରିଥିଲି। ‘

ମଲ୍କିକା ଶେରାୱତ ଫିଲ୍ମ ‘ମର୍ଡର’ ରେ ସିମରନ ଭୂମିକାରେ ଅଭିନୟ କରିଥିଲେ। ଏହି ଫିଲ୍ମରେ ତାଙ୍କ ସହ ଅଭିନେତା ଇମ୍ରାନ ହାସମି ଏବଂ ଅସ୍ମିତ ପଟେଲ ନଜର ଆସିଥିଲେ। ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ ଅନୁରାଗ ବସୁ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ