ରାଜ୍ୟ ସ୍ପେଶାଲ ରିପୋର୍ଟ

ଲୋକପ୍ରିୟ ସହର ସହ ଯୋଡ଼ି ହେବ ଉପକଣ୍ଠ ଷ୍ଟେସନ ନାମ

ଭୁବନେଶ୍ବର : ଲୋକପ୍ରିୟ ଅଞ୍ଚଳ/ସହର ସହ ଛୋଟ ରେଳ ଷ୍ଟେସନଗୁଡ଼ିକର ପରିଚୟ ପାଇଁ ଭାରତୀୟ ରେଳବାଇ ପଦକ୍ଷେପ ନେଇଛି। ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳରେ ଥିବା ଷ୍ଟେସନ୍ ନାମ ସହିତ ଉପକଣ୍ଠ ଷ୍ଟେସନଗୁଡିକୁ ସଂଯୋଗ କରିବାର ଏକ ଅଭିନବ ଉପାୟ ଅବଲମ୍ବନ କରାଯାଇଛି। ଏହି ପଦ୍ଧତି ୱେବସାଇଟ୍ ଓ ମୋବାଇଲ୍ ଆପ୍‌ରେ ଟିକେଟ୍ ବୁକିଂରେ ଯାତ୍ରା ଓ ବ୍ୟକ୍ତିଗତ ଯାତ୍ରୀ ଅଭିଜ୍ଞତାର ଉତ୍ତମ ସୁବିଧା ପ୍ରଦାନ କରିବ। ଷ୍ଟେସନ ସନ୍ଧାନରେ ଯାତ୍ରୀଙ୍କୁ ସହଜ କରାଇବ। କାରଣ ଏହା ପର୍ଯ୍ୟଟକଙ୍କୁ ସୁବିଧା ଯୋଗାଇବ ଏବଂ ଯାତ୍ରୀମାନଙ୍କ ପାଇଁ ଉତ୍ତମ ସଂଯୋଗ ଉପଲବ୍ଧ ହେବ।

୧୭୫ ଲୋକପ୍ରିୟ ସହର/କ୍ଷେତ୍ରକୁ ୭୨୫ ଷ୍ଟେସନ୍ ସହ ଯୋଡ଼ାଯାଇଛି। ଯେପରିକି ଭୁବନେଶ୍ବର ସହର ସହ ଭୁବନେଶ୍ବର, ବାଣୀବିହାର, ବାରଙ୍ଗ, ଲିଙ୍ଗରାଜ ଟେମ୍ପୁଲ ରୋଡ ଓ ମଞ୍ଚେଶ୍ବର ଷ୍ଟେସନ ଯୋଡ଼ି ହୋଇଛି। ସେହିପରି ସମ୍ବଲପୁର ସହ ହୀରାକୁଦ, ସମ୍ବଲପୁର, ସମ୍ବଲପୁର ରୋଡ, ସମ୍ବଲପୁର ସିଟି, ଝାରସୁଗୁଡ଼ା ସହର ସହ ବେଲପାହାଡ଼, ବ୍ରଜରାଜନଗର, ଝାରସୁଗୁଡ଼ା ଜଙ୍ଗସନ୍‌, ଲାପାଙ୍ଗ, ଝାରସୁଗୁଡ଼ା ରୋଡ, ବୃନ୍ଦାମଲ ଷ୍ଟେସନକୁ ଯୋଡ଼ାଯାଇଛି। ଜୁଲାଇ ୨୧ରୁ ଏହି ବ୍ୟବସ୍ଥା ଲାଗୁ ‌ହେବ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।