ରାଜ୍ୟ ସ୍ପେଶାଲ ରିପୋର୍ଟ

ଲୋକଙ୍କ ସୁରକ୍ଷା ପାଇଁ ସଜାଗ କମିଶନରେଟ ପୁଲିସ: ରାଜଧାନୀରେ ବ୍ୟାପକ ହେଲା ସେଫ ସିଟି ଡ୍ରାଇଭ

ଭୁବନେଶ୍ବର:ଲୋକଙ୍କ ସୁରକ୍ଷା ପାଇଁ ସଜାଗ ହେଲା କମିଶନରେଟ ପୁଲିସ। ଏନେଇ ଡିସିପି ପ୍ରତୀକ ସିଂହ କହିଛନ୍ତି, ରାଜଧାନୀ ଭୁବନେଶ୍ବରରେ ସେଫ ସିଟି ଡ୍ରାଇଭକୁ ବ୍ୟାପକ କରାଯାଇଛି। ନିଶା ଚାଲାଣ ଓ ଅପରାଧ ରୋକିବା ପାଇଁ ଚେକିଂ ଓ ବ୍ଳକିଙ୍ଗ ଜୋରଦାର କରାଯାଇଛି। ରାଜଧାନୀର ନାଲକୋ ଛକ, ଝାରପଡା, ପୁରୁଣା ଷ୍ଟେସନ ବଜାର, ରବି ଟକିଜ, ୟୁନିଟ ୬ ହସ୍ପିଟାଲ ଛକରେ ଚେକିଂ ଚାଲିଛି। ଏହାଛଡ଼ା ରାମମନ୍ଦିର ଛକ, ଷ୍ଟୁଆର୍ଟ ସ୍କୁଲ ଛକ, ଜାଗମରା ଓ କଳିଙ୍ଗ ଷ୍ଟୁଡିଓ ଛକରେ ମାରାଥନ ଚେକିଂ କରିଛି ପୁଲିସ।

ଡିସିପି ଆହୁରି କହିଛନ୍ତି, ରାଜଧାନୀରେ ଥିବା ବାର, ପବରେ ଚଢଉ ପରେ ଛକ ବଜାରରେ ଚେକିଂ କରାଯାଉଛି। ସହରକୁ ଅପରାଧମୁକ୍ତ କରିବା ପାଇଁ ଚାଲିଛି ‘ସେଫ ସିଟି ଡ୍ରାଇଭ’। ଆଗକୁ ମଧ୍ୟ ଏଭଳି ଚେକିଂ ଓ ବ୍ଳକିଙ୍ଗ କୁ ବ୍ୟାପକ କରାଯିବ। ହୋଟେଲରୁ ମଧ୍ୟ ଯାତ୍ରୀଙ୍କ ସମ୍ପର୍କରେ ତଥ୍ୟ ନିଆଯାଉଛି। କୌଣସି ସନ୍ଦିଗ୍ଧଙ୍କ ସମ୍ପର୍କରେ ସୂଚନା ପାଇଲେ ନିକଟସ୍ଥ ଥାନାକୁ ଜଣାଇବାକୁ ଅନୁରୋଧ କରୁଛୁ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।