ରାଜ୍ୟ

ଲୋକଙ୍କ ପାଖକୁ ଯାଇ ଦୁଃଖ ବୁଝ: ନଡ୍ଡା

ପୁରୀ: ଓଡ଼ିଶାର ଜନତା ସେମାନଙ୍କ ଭାଗ୍ୟ ଓ ଚିତ୍ର ବଦଳାଇବା ପାଇଁ ନିଜର ସଂପୂର୍ଣ୍ଣ ଶକ୍ତି ଲଗାଇ ବିଜେପି ନେତାଙ୍କୁ ବିଜୟୀ କରିଛନ୍ତି। ଦୃଢ଼ ସଂକଳ୍ପ ନେଇ ଆମକୁ ଏ ଦିଗରେ କାମ କରିବାକୁ ପଡ଼ିବ। ମୋହନ ମାଝୀଙ୍କ ନେତୃତ୍ବରେ ନିଶ୍ଚିତ ଓଡ଼ିଶାର ଭାଗ୍ୟ ଓ ଚିତ୍ର ବଦଳିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିକଶିତ ଓଡ଼ିଶା ଓ ବିକଶିତ ଭାରତର ଲକ୍ଷ୍ୟ ପୂରଣ ହେବ ବୋଲି କହିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ଏହି ଲକ୍ଷ୍ୟ ହାସଲ ପାଇଁ ଓଡ଼ିଶାର ନବନିର୍ବାଚିତ ମନ୍ତ୍ରୀ, ସାଂସଦ, ବିଧାୟକଙ୍କୁ ୩-ସ ଓ ୩-ଫର୍ମର ଗୁରୁମନ୍ତ୍ର ଦେଇଛନ୍ତି ନଡ୍ଡା। କହିଛନ୍ତି, ଦଳର ମୂଳ ମନ୍ତ୍ର ହେଉଛି, ସମସ୍ତଙ୍କ ସହ, ସମସ୍ତଙ୍କ ବିକାଶ ଓ ସମସ୍ତଙ୍କ ବିଶ୍ବାସ। ପରିବର୍ତ୍ତନ (ରିଫର୍ମ), ରୂପାନ୍ତରଣ (ଟ୍ରାନ୍ସଫର୍ମ) ଓ ପ୍ରଦର୍ଶନ (ପରଫର୍ମ)। ଏହି ମନ୍ତ୍ର ଆଧାରରେ ଆମକୁ ଆଗକୁ ବଢ଼ିବାକୁ ହେବ ଓ ଜନତାଙ୍କ ସେବା କାମ କରିବାକୁ ପଡ଼ିବ। ଏଣୁ ସମୟର ସଦୁପଯୋଗ କର। ଆଗାମୀ ୨୫ ବର୍ଷକୁ ଆଖି ଆଗରେ ରଖି କାମ କର। ଲୋକଙ୍କ ପାଖକୁ ଯାଅ, ଦୁଃଖ ବୁଝ ଓ କାମ କର।

ଜେପିର ଦୁଇଦିନିଆ ପ୍ରଥମ ରାଜ୍ୟ କାର୍ଯ୍ୟକାରିଣୀ ପୁରୀଠାରେ ଆଜିଠାରୁ ଆରମ୍ଭ ହୋଇଛି। ନଡ୍ଡା କହିଥିଲେ, ୨୦୨୪ ନିର୍ବାଚନରେ ବିପୁଳ ବିଜୟ ପରେ ଆଜି ପ୍ରଥମ କାର୍ଯ୍ୟକାରିଣୀ ମହାପ୍ରଭୁଙ୍କ ପୁଣ୍ୟଭୂମିରେ ଅନୁଷ୍ଠିତ ହେଉଛି। ଓଡ଼ିଶାର ଭୂମି ଶୌର୍ଯ୍ୟର ଭୂମି। ଆଶା, ମହାପ୍ରଭୁଙ୍କ ଆଶୀର୍ବାଦରୁ ବିଜେପିର ନବନିର୍ବାଚିତ ନେତା ଓଡ଼ିଶାବାସୀଙ୍କ ସେବା ପାଇଁ ବ୍ରତୀ ହେବେ। ନଡ୍ଡା କହିଥିଲେ, ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶାବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ, ଆମ ସରକାର ଆସିଲେ ଶ୍ରୀମନ୍ଦିର ଚାରିଦ୍ବାର ଖୋଲିବ, ରତ୍ନଭଣ୍ଡାର ଖୋଲିବ। ଦଳ କଥା ଦେଇ କଥା ରଖିଛି। ଓଡ଼ିଶାରେ ବିଜେପିର ବିଜୟ ପରେ ପ୍ରଥମ ପ୍ରତିଶ୍ରୁତି ପାଳନ ପୂର୍ବକ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଚାରିଦ୍ବାର ଖୋଲିଛି। ମହାପ୍ରଭୁଙ୍କ ରତ୍ନଭଣ୍ଡାର ବି ଖୋଲିଛି। ମାଗଣା ବିଜୁଳି, ସୁଭଦ୍ରା ଯୋଜନା ଆଦି ପ୍ରତିଶ୍ରୁତି ବି ଖୁବଶୀଘ୍ର ଅନୁପାଳନ ହେବ। ଆୟୁଷ୍ମାନ ଯୋଜନାରେ ପ୍ରତି ପରିବାର ୫ଲକ୍ଷ ଟଙ୍କାର ଚିକିତ୍ସା ପାଇବେ। ଏବେ ନୂଆ କରି ଓଡ଼ିଶାରେ ବିଜେପି ସରକାର ଆସିଛି। ଓଡ଼ିଶା ଜନତା ଆମର। ଏଣୁ ଓଡ଼ିଶାର ବିକାଶ ଦାୟିତ୍ବ ବି ଆମର। କେନ୍ଦ୍ର ସରକାର ୩ କୋଟି ଘର ଦେବାକୁ ଘୋଷଣା କରିଛନ୍ତି, ଏଥିରେ ବି ଓଡ଼ିଶାର ଭାଗ ରହିଛି। ବିଜେପି ଜିତିଲେ ସୋଲାର୍‌ ଜରିଆରେ ସଂପୂର୍ଣ୍ଣ ମାଗଣା ବିଜୁଳି ବ୍ୟବସ୍ଥା କରିବ ବୋଲି ଘୋଷଣା କରିଥିଲା। କେବଳ ମାଗଣା ବିଜୁଳି ନୁହେଁ, ବଳକା ବିଜୁଳି ବି ଗ୍ରାହକ ବିକିବେ ଓ ସରକାର କିଣିବେ ବୋଲି ଘୋଷଣା କରିଥିଲା। ମୋହନ ମାଝୀଙ୍କ ସରକାର ଓଡ଼ିଶାବାସୀଙ୍କୁ ବିଜୁଳି କଷ୍ଟରୁ ମୁକ୍ତ କରିବାକୁ ଯାଉଛନ୍ତି। ଭାରତୀୟ ଜନତା ପାର୍ଟି ଭାରତକୁ ବିକଶିତ ରାଷ୍ଟ୍ର କରିବାର ଲକ୍ଷ୍ୟ ରଖିଛି, ଏହା ନିଶ୍ଚିତ ସଫଳ ହେବ ବୋଲି ନଡ୍ଡା କହିଛନ୍ତି।

ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଜିର ଏହି ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ, ପ୍ରଭାତୀ ପରିଡ଼ା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ, ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ, ରାଜ୍ୟ ପ୍ରଭାରୀ ବିଜୟପାଲ ସିଂହ ତୋମାର, ସହପ୍ରଭାରୀ ଲତା ଉସେଣ୍ଡୀ, ରାଜ୍ୟ ସମ୍ପାଦକ (ସଂଗଠନ) ମାନସ ମହାନ୍ତି, ଓଡ଼ିଶାର ସମସ୍ତ ବିଜେପି ସାଂସଦ, ସମସ୍ତ ବିଧାୟକ, ରାଜ୍ୟ ପଦାଧିକାରୀ, ରାଜ୍ୟ ମୁଖପାତ୍ର, ଜିଲ୍ଲା ସଭାପତି, ଜିଲ୍ଲା ପ୍ରଭାରୀ ଓ ସମସ୍ତ ମୋର୍ଚ୍ଚାର ସଭାପତି ଉପସ୍ଥିତ ଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।