ରାଜ୍ୟ ସ୍ପେଶାଲ ରିପୋର୍ଟ

ଲୋକଙ୍କୁ କେମିତି ମିଳିବ ତ୍ବରିତ ନ୍ୟାୟ? ରାଜ୍ୟରେ ଖାଲି ପଡ଼ିଛି ୨୦୩ ବିଚାରପତି ପଦବି

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ଭୁବନେଶ୍ବର: ରାଜ୍ୟର ବିଭିନ୍ନ ଜିଲ୍ଲା ଅଦାଲତରେ ଶତାଧିକ ବିଚାରପତି ପଦବି ଖାଲି ପଡ଼ିଛି। ଏଥିରେ ନିମ୍ନ ଅଦାଲତରୁ ଉପର ଅଦାଲତ ପର୍ଯ୍ୟନ୍ତ ପଦବି ରହିଛି। ରାଜ୍ୟରେ ଦିନକୁ ଦିନ ମାମଲା ସଂଖ୍ୟା ବଢ଼ୁଥିବା ବେଳେ ଏତେ ସଂଖ୍ୟକ ବିଚାରପତି ପଦବି ଖାଲି ପଡ଼ିବା ବିତର୍କ ସୃଷ୍ଟି କରିବା ସ୍ବାଭାବିକ। ହାଇକୋର୍ଟରେ ଶତାଧିକ କର୍ମଚାରୀ ପଦବି ମଧ୍ୟ ଖାଲି ରହିଛି। ଏସବୁ ପଦବି ପୂରଣ ପାଇଁ ରାଜ୍ୟ ସରକାର ତୁରନ୍ତ ପଦକ୍ଷେପ ନେବା ଲାଗି ଆଇନ ବିଶେଷଜ୍ଞମାନେ ମତ ପ୍ରକାଶ କରୁଛନ୍ତି।

ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଅନୁସାରେ, ଗତବର୍ଷ ଜୁଲାଇ ୩୧ତାରିଖ ସୁଦ୍ଧା ରାଜ୍ୟରେ ଜିଲ୍ଲା ଜଜ୍ ୨୫, ସିନିଅର ସିଭିଲ ଜଜ୍ ୧୮, ସିଭିଲ ଜଜ୍ ୧୪୪, ସ୍ପେଶାଲ ଜୁଡିସିଆଲ ମାଜିଷ୍ଟ୍ରେଟ୍‌ ୧୬କୁ ମିଶାଇ ସମୁଦାୟ ୨୦୩ ପଦବି ଖାଲି ରହିଛି। ଏହାସହ ହାଇକୋର୍ଟରେ ଗ୍ରୁପ୍ ଏରେ ୨୦, ଗ୍ରୁପ୍ ବିରେ ୧୫୪, ଗ୍ରୁପ୍ ସି ୮୧, ଗ୍ରୁପ୍ ଡି ୯୬ ଓ ଇ-କୋର୍ଟ ପ୍ରାଜେକ୍ଟ ଷ୍ଟାଫ୍‌ ୨୪ଙ୍କୁ ମିଶାଇ ୩୭୫ ପଦବି ଖାଲି ପଡ଼ିଛି। ତେବେ ହାଇକୋର୍ଟ ସମେତ ଜିଲ୍ଲା ଅଦାଲତରେ ବୈଷୟିକ ମାନବ ସମ୍ବଳ ଓକାକ୍‌(ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେସନ୍ ସେଣ୍ଟର) ପକ୍ଷରୁ ଏଜେନ୍ସି ଜରିଆରେ ନିଯୁକ୍ତି ଦିଆଯାଉଛି। ଏଥିରେ ୧୩ଜଣ ହାଇକୋର୍ଟରେ ଓ ୫୧ଜଣଙ୍କୁ ଜିଲ୍ଲା ଅଦାଲତରେ ନିଯୁକ୍ତି ମିଳିଥିବା କୁହାଯାଇଛି। ଅବସରପ୍ରାପ୍ତ ବିଚାରପତି ଗୌରଙ୍ଗ ଚରଣ ତ୍ରିପାଠୀଙ୍କ ମତରେ, ଏବେ ବହୁ ସଂଖ୍ୟାରେ ସିଭିଲ ମାମଲା ପଞ୍ଜୀକୃତ ହେଉଛି। ସାଧାରଣଭାବେ ସିଭିଲ୍ ବିବାଦର ବିଚାର ଶେଷ ହେବାକୁ ବର୍ଷ ବର୍ଷ ଲାଗିଥାଏ। ଏ ଦୃଷ୍ଟିରୁ ସିଭିଲ୍ ବିଚାରପତିଙ୍କ ପଦବି ଖାଲି ରହିବା ଠିକ୍ ନୁହେଁ। ଜଣେ ସିଭିଲ ଜଜ୍‌ଙ୍କ କ୍ଷେତ୍ରରେ ଗୋଟିଏ ମାସରେ ୬-୭ଟି ସିଭିଲ ସୁଟ୍‌ର ଶୁଣାଣି କରିବା ସମ୍ଭବ ହୋଇଥାଏ। ଏଥିରେ ମଧ୍ୟ ଅନେକ ମିସ୍ କେସ୍ ରହିଥାଏ। ଜୁଡିସିଆଲ ଅଫିସରଙ୍କ ଅଭାବ ଯୋଗୁଁ ଏତେ ସଂଖ୍ୟାରେ ପଦବି ଖାଲି ରହୁଛି। ପୂର୍ବରୁ ଯଦିଓ ବିଚାରପତି ନିଯୁକ୍ତି ଢିଲା ରହିଥିଲା, ମାତ୍ର ଏବେ ନିୟମିତ ବ୍ୟବଧାନରେ ବିଚାରପତି ନିଯୁକ୍ତି ହେଉଛନ୍ତି। ହାଇକୋର୍ଟଙ୍କ ନିର୍ଦେଶକ୍ରମେ ପର୍ଯ୍ୟାୟକ୍ରମେ ପରୀକ୍ଷା କରାଯାଇ ବିଚାରପତି ନିଯୁକ୍ତି କରାଯାଉଛି। ଏକକାଳୀନ ସବୁ ପଦବିରେ ନିଯୁକ୍ତି ଦିଆଯିବା ସମ୍ଭବ ନୁହେଁ।

ବରିଷ୍ଠ ଆଇନଜୀବୀ ମଧୁମାଧବ ଜେନା କହିଛନ୍ତି, ଦିନକୁ ଦିନ ଯେଉଁ ସଂଖ୍ୟାରେ ମାମଲା ବଢ଼ୁଛି, ସେହି ଅନୁପାତରେ ଫଇସଲା ସଂଖ୍ୟା ବଢ଼ୁନାହିଁ। ପୁଲିସ ମାମଲାର ଚାର୍ଜସିଟ୍‌ ପ୍ରଦାନ କରୁଛି ହେଲେ କର୍ମଚାରୀଙ୍କ ଅଭାବ କାରଣରୁ ଏହାକୁ ସଂପୃକ୍ତ କୋର୍ଟରେ ଦାଖଲ ବିଳମ୍ବ ହେଉଛି। ମାମଲାର ବିଚାର ବିଳମ୍ବ ହେବା କାରଣରୁ ଅନେକ ମାମଲାରେ ସାକ୍ଷୀ ମିଳୁନାହାନ୍ତି। ୯୦ ଦଶକରେ ରାଜ୍ୟରେ ଜଣେ ଜଣେ ବିଚାରପତିଙ୍କୁ ମାସକରେ ୪୫ଟି ମାମଲାର ଅତିକମ୍‌ରେ ବିଚାର କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ଫଳରେ ଅନେକ ମାମଲାର ଶୁଣାଣି ହୋଇଥିଲା। ମାତ୍ର ଏବେ ତାହା ଦେଖିବାକୁ ମିଳୁନାହିଁ। ପୁରୁଣା ମାମଲାର ଶୁଣାଣି ପାଇଁ କେହି ଆଗ୍ରହ ପ୍ରକାଶ କରୁ ନାହାନ୍ତି। ସିଭିଲ ମାମଲାଗୁଡ଼ିକ ବର୍ଷ ବର୍ଷ ପଡ଼ି ରହୁଛି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।